ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅଜିତ୍ ପାଓ୍ଵାର

ନୂଆଦିଲ୍ଲୀ () ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅଜିତ୍ ପାଓ୍ଵାର ।ମହାରାଷ୍ଟ୍ର ରାଜନୀତିରେ ଏବେ ସବୁଠୁ ବଡ଼ ଟ୍ଵିଷ୍ଟ ଦେଖିବାକୁ ମିଳିଛି। ଯେଉଁ ଅଜିତ୍ ପାଓ୍ଵାରଙ୍କ ଦମରେ ଦେବେନ୍ଦ୍ର ଫଡ଼ଣବିସ ମହାରାଷ୍ଟ୍ରରେ ଶନିବାର ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେଇ ସରକାର ଗଢ଼ିଥିଲେ ଏବଂ ବହୁମତ ସାବ୍ୟସ୍ତ କରିବେ ବୋଲି ଦୃଢୋକ୍ତି ପ୍ରକାଶ କରୁଥିଲେ, ଏବେ ସେହି ଅଜିତ୍ ପାଓ୍ଵାର ଏନସିପିରେ ଏକ ଘରିଆ ହେବା ପରେ ଉପ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଆସନ୍ତାକାଲି ଅପରାହ୍ଣ ୫ଟା ସୁଦ୍ଧା ଆସ୍ଥା ଭୋଟ ହେବ ବୋଲି ସୁପ୍ରିମକୋର୍ଟ ଧାର୍ୟ୍ୟ କରିବା ପରେ ଆଜି ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ଵାର ଇସ୍ତଫା ଦେଇଛନ୍ତି । ଆଜି ସକାଳେସୁପ୍ରିମକୋର୍ଟ ମହାରାଷ୍ଟ୍ର ମାମଲାରେ ରାୟ ଶୁଣାଇ ଥିଲେ। ସୁପ୍ରିମକୋର୍ଟଙ୍କ ରାୟ ଅନୁଯାୟୀ, ଆସନ୍ତାକାଲି ସନ୍ଧ୍ୟା ୫ଟା ସୁଦ୍ଧା ଆସ୍ଥା ଭୋଟ ହେବ। ଆସ୍ଥା ଭୋଟ ସମୟରେ କୌଣସି ପ୍ରକାରର ସିକ୍ରେଟ ବାଲାଟର ବ୍ୟବହାର ହୋଇ ପାରିବ ନାହିଁ। ଫ୍ଲୋର ଟେଷ୍ଟ ସମୟର ପୂରା ଦୃଶ୍ୟ ସିଧାପ୍ରସାରଣ କରାଯିବ। ସେହିପରି ଆସନ୍ତାକାଲି ପ୍ରଥମେ ପ୍ରୋ ଟେମ ବା ଅସ୍ଥାୟୀ ବାଚସ୍ପତି ନିଯୁକ୍ତ ହେବେ। ଏହାପରେ ସେ ହିଁ ନବ ନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Share

Leave a Reply

Your email address will not be published. Required fields are marked *

one × four =