ଲୋ-ବ୍ଲଡ୍ ପ୍ରେସରରୁ ଦୂରେଇ ରହିବା ପାଇଁ କରନ୍ତୁ ଏହି କାମ

ପେସ୍ତା ବାଦାମ ଶରୀର ପାଇଁ ବହୁ ଉପକାରୀ। ପ୍ରତିଦିନ ସକାଳେ ଏହାକୁ ଲହୁଣୀ ସହିତ ମିଶାଇ ଖାଇଲେ ଅନେକ ଫାଇଦା ମିଳିଥାଏ। ଏ ସମ୍ପର୍କରେ ଆୟୁର୍ବେଦରେ ଉଲ୍ଲେଖ ରହିଛି। ଏହା ଲୋ-ବ୍ଲଡ୍ ପ୍ରେସରକୁ ନିୟନ୍ତ୍ରଣ କରିଥାଏ। ସକାଳେ ୪ଟି ପେସ୍ତା ବାଦାମ ଚୋବାଇ ଖାଇଲେ କିଛି ଦିନ ମଧ୍ୟରେ ସୁଫଳ ମିଳିଥାଏ।

ନିୟମିତ ଅଁଳା ରସରେ ମହୁ ମିଶାଇ ପେସ୍ତା ବାଦାମ ଖାଇଲେ ଲୋ-ବ୍ଲଡ୍ ପ୍ରେସର ହୋଇ ନ ଥାଏ। ପେସ୍ତା ବାଦାମରେ କାର୍ବସ୍, ଫାଇବର, ପ୍ରୋଟିନ୍, ଫ୍ୟାଟ୍, ପୋଟାସିୟମ୍, ଫସଫରସ୍, ଭିଟାମିନ୍ ବି-୬, ଥାଇମିନ୍, କପର୍, ମାଙ୍ଗାନିଜ୍ ଆଦି ରହିଛି। ଏହା ରକ୍ତରେ କୋଲେଷ୍ଟରଲ୍ସ୍ତରକୁ ନିୟନ୍ତ୍ରିତ କରିବା ସହିତ ରକ୍ତ ଶର୍କରାକୁ ସ୍ବାଭାବିକ କରେ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି।

Share

Leave a Reply

Your email address will not be published. Required fields are marked *

6 + 7 =