ଶରୀରର ଏହି ସବୁ ଅଙ୍ଗ ଠିକ୍ ରଖିବା ପାଇଁ ଖାଆନ୍ତୁ …

ଆପଣ ପ୍ରାୟେ ସବୁ ବାହାଘର ଭୋଜିରେ କିମ୍ବା ହୋଟେଲରେ ଖାଇବା ପରେ ପାଖରେ ପାନମଧୁରୀ ରଖାଯାଇଥିବା ଦେଖିଥିବେ । ଯାହାକୁ ଆପଣମାନେ ଖାଇ ସାରିବାପରେ ହିଁ ଖାଇଥାନ୍ତି । କିନ୍ତୁ କଣ ଆପଣ ଜାଣିଛନ୍ତି କି ଖାଇବା ପରେ କାହିଁକି ପାନମଧୁରୀକୁ ଖିଆଯାଇଥାଏ ? କହିବାକୁ ଗଲେ ସବୁଥର ଖାଇବା ପରେ ପାନମଧୁରୀ ଏଇଥି ପାଇଁ ଖିଆଯାଇଥାଏ କି ଏହା ଖାଇବା ଦ୍ବାରା ପାଚନ ଶକ୍ତି ବଢିଥାଏ, ଯାହାଦ୍ବାରା ଖାଦ୍ୟ ଶିଘ୍ର ହଜମ ହୋଇଥାଏ ।
ତେବେ ଏହି ପାନମଧୁରୀରେ ଯଦି ଚିନି କିମ୍ବା ମିଶ୍ରି ମିଶିଥାଏ ତେବେ ଆହୁରି ଅଧିକ ଲାଭଦାୟକ ହୋଇଥାଏ । ତେବେ କାହିଁକି ଖାଇବା ପରେ ପାନମଧୁରୀକୁ ଖିଆଯାଇଥାଏ ତାହା ତ ଆପଣମାନେ ଜାଣିଲେ, କିନ୍ତୁ ଏହାଛଡା ମଧ୍ୟ ଏହାର ଆହୁରି ଲାଭଦାୟକ ଗୁଣ ରହିଛି । ତେବେ ଚାଲନ୍ତୁ ଜାଣିବେ କଣ ସବୁ ଲାଭ ହୋଇଥାଏ ଏହି ପାନମଧୁରୀ ଖାଇବା ଦ୍ବାରା ।
ପାନମଧୁରୀ ଗଳାକୁ ସଫା ରଖିଥାଏ ଏଥିପାଇଁ ଯେବେ ବଡ ବଡ ଗାୟକ ଗୀତ ଗାଇଥାନ୍ତି ସେତେବେଳେ ପ୍ରାୟ ସେମାନେ ପାନମଧୁରୀ ଖାଇଥାନ୍ତି । ଏହାଛଡା ଏହି ପାନମଧୁରୀ ଖାଇବା ଦ୍ବାରା ମଧ୍ୟ ଆହୁରି ଅନେକ ଫାଇଦା ମିଳିଥାଏ ।
୧. ବାଦାମ, ପାନମଧୁରୀ ଏବଂ ମିଶ୍ରିକୁ ଏକତ୍ରୀତ ମିଶାଇ ଏହାକୁ ଗ୍ରାଇଣ୍ହିଙ୍ଗ କରନ୍ତୁ। ଏହାପରେ ଆପଣ ନିୟମିତ ଭାବରେ ସବୁ ରାତି ଏବଂ ଦିନରେ ଖାଇବା ପରେ ଖାଆନ୍ତୁ । ଏହିପରି କରିବା ଦ୍ବାରା ଆପଣଙ୍କ ପାଚନ ଶକ୍ତି ଭଲ ହେବାସହ ସ୍ମରଣ ଶକ୍ତି ମଧ୍ୟ ପ୍ରଖର ରହିବ ।
୨. ଯଦି କୌଣସି ମହିଳା ମାନଙ୍କର ଅନିୟମିତତା ଭାବେ ମାସିକ ଋତୁସ୍ରାବ କିମ୍ବା ପେଟରେ କୌଣସି ପିଡା ଅନୁଭୂତ ହେଉଥିବ ତେବେ ସେହି ମହିଳାମାନେ ନିୟମିତ ଭାବେ ଏହି ପାନମଧୁରୀ ଖାଆନ୍ତୁ । ଏହାର ପରିମାଣ ଆପଣ ଦୁଇମାସ ମଧ୍ୟରେ ହିଁ ଜାଣିପାରିବେ ।
୩. ପ୍ରତିଦିନ ପାନମଧୁରୀ ଖାଇବା ଦ୍ବାରା ଆପଣଙ୍କ ଆଖିରେ ଦେଖିବା ଶକ୍ତି ଠିକ୍ ରହିଥାଏ । ଯଦି ଆପଣ ଚାହିଁବେ ତେବେ ଏହାସହ ମିଶ୍ରି ମଧ୍ୟ ମିଶେଇକି ଖାଇପାରିବେ ।
୪. ଯଦି କାହା ପାଟିରୁ କୌଣସି ପ୍ରକାରର ଦୁର୍ଗନ୍ଧ ବାହାରୁଛି ତେବେ ସେମାନେ ନିୟମିତ ଭାବେ ପାନମଧୁରୀ କୁ ତିନି ରୁ ଚାରି ଥର ପ୍ରତିଦିନ ଅଧଚାମଚ ଲେଖାଏଁ ନିହାତି ଖାଇବା ଦରକାର । ଏପରି କରିବା ଦ୍ବାରା ମୁହଁରୁ ଦୁର୍ଗନ୍ଧ ଆସିବା ବନ୍ଦ ହେବା ସହ ନିଶ୍ବାସରୁ ଆସୁଥିବା ଦୁର୍ଗନ୍ଧ ମଧ୍ୟ ବନ୍ଦ ହୋଇଥାଏ ।
୫.ପ୍ରତିଦିନ ଯଦି ଆପଣ ସକାଳେ ଖାଲିପେଟରେ ପାନମଧୁରୀ ଖାଇବେ, ତେବେ ରକ୍ତ ପରିଷ୍କାର ହେବା ସହ ଚେହେରା ରେ ଚମକ ଆସିଥାଏ ।
୬.ପାନମଧୁରୀ ରେ କାଲସିୟମ ,ପୋଟାସିୟମ ଛଡା ଆଇରନ୍ ଆଉ ସୋଡିୟମ ଭଳି ଔଷଧୀୟ ଗୁଣ ମିଳିଛି । ଯାହାକୁ ପ୍ରତିଦିନ ଖାଇବା ଦ୍ବାରା ଆପଣଙ୍କ ଶରୀରରେ ଥିବା ସମସ୍ତ ଅଭାବକୁ ଏହା ଦୂର କରିଥାଏ ।
୭. ପ୍ରତିଦିନ ପାନମଧୁରୀ ଖାଇବା ଦ୍ବାରା କାଶ, ମୁଖ କୁଞ୍ଚନ ଏବଂ ଲୁଜ୍ ମୋସନ୍ ଭଳି ରୋଗରୁ ମୁକ୍ତି ମିଳିଥାଏ

Share

Leave a Reply

Your email address will not be published. Required fields are marked *

4 × 1 =