ସାର୍ବଜନୀନ ସ୍ବାସ୍ଥ୍ୟ ସେବାରେ ଆଉ ଏକ ମାଇଲଖୁଣ୍ଟ

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସୁବିଧା ମେଡିକାଲ କଲେଜକୁ ସଂପ୍ରସାରିତ

ଭୁବନେଶ୍ବର () ସାର୍ବଜନୀନ ସ୍ବାସ୍ଥ୍ୟ ସେବା ବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ଅଧିକ ଲୋକଭିମୁଖୀ କରିବାକୁ ଏହାର ପରିସୀମାକୁ ସଂପ୍ରସାରିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାର୍ବଜନୀନ ସ୍ବାସ୍ଥ୍ୟ ସେବା ଏଣିକି ସବୁ ମେଡିକାଲ କଲେଜ ଓ ହସପିଟାଲରେ ଉପଲବ୍ଧ ହେବ । ପୂର୍ବରୁ ଏହି ସୁବିଧା କେବଳ ଗ୍ରାମାଞ୍ଚଳରେ ଥିବା ଉପସ୍ବାସ୍ଥ୍ୟ କେନ୍ଦ୍ର ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉପଲବ୍ଧ ଥିଲା । ଏବେ ଏହି ସେବାକୁ ମେଡିକାଲ କଲେଜ ଓ ହସପିଟାଲକୁ ମଧ୍ୟ ସଂପ୍ରସାରିତ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଆଜି ଘୋଷଣା କରିଛନ୍ତି ।  ଏହାଦ୍ବାରା ସାର୍ବଜନୀନ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ରାଜ୍ୟ ସରକାର ଆଉ ଏକ ମାଇଲଖୁଣ୍ଡ ସ୍ଥାପନ କରିଛନ୍ତି ।

ବିପିଏଲ ଏବଂ ଏପିଏଲ ସବୁ ଶ୍ରେଣୀର ଲୋକ ଏହି ସୁବିଧା ପାଇପାରିବେ । ସେମାନଙ୍କୁ ବ୍ଲଡ ବ୍ୟାଙ୍କରେ ମଧ୍ୟ ପଇସା ଦେବାକୁ ପଡିବନି । ବ୍ଲକ ବ୍ୟାଙ୍କରେ ମଧ୍ୟ ମାଗଣା ରକ୍ତ ପାଇବେ । ଏହି ସୁବିଧା ଆସନ୍ତା ଫେବୃଆରୀ 1 ତାରିଖରୁ ରାଜ୍ୟରେ ଲାଗୁ ହେବ ।

ସୂଚନାଯୋଗ୍ୟ ଯେ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଗତ ଅଗଷ୍ଟ 15 ତାରିଖରେ କାର୍ଯ୍ୟକାରୀ ହୋଇଥିଲା । ଗତ 5 ମାସ ମଧ୍ୟରେ ଏହି ଯୋଜନାରେ ବହୁ ହିତାଧିକାରୀ ସ୍ବାସ୍ଥ୍ୟ ସେବା ପାଇଥିବା ବେଳେ 2.25 କୋଟି କେସରେ ଲୋକେ ମାଗଣା ସ୍ବାସ୍ଥ୍ୟ ସେବା ପାଇଛନ୍ତି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ପ୍ରଥମ ପର୍ଯ୍ୟାୟରେ ମାଗଣା ସ୍ବାସ୍ଥ୍ୟ ସେବା ସବୁ ଲୋକଙ୍କ ପାଇଁ କେବଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉପଲବ୍ଧ ଥିଲା ।

ଏହି ସ୍ବାସ୍ଥ୍ୟ ସେବା ପାଇବାକୁ କୌଣସି ଆୟ କିମ୍ବା ଆବାସିକ ପ୍ରମାଣପତ୍ର କିମ୍ବା ଅନ୍ୟ କୌଣସି ପ୍ରମାଣପତ୍ରର ଆବଶ୍ୟକତା ନାହିଁ । ଏହି ସେବା ସମସ୍ତଙ୍କ ପାଇଁ ସବୁ ସରକାର ଡାକ୍ତରଖାନାରେ ଏପରିକି ଇନ-ପେସେଣ୍ଟ, ସର୍ଜରୀ, ଅପରେସନ ଥିଏଟର ଏବଂ ଆଇସିୟୁରେ ମଧ୍ୟ ମାଗଣାରେ ଉପଲବ୍ଧ ।

ଏଥିପାଇଁ ରାଜ୍ୟ ସରକାର ରାଜ୍ୟ ବଜେଟରେ 100 କୋଟି ଟଙ୍କାର ଅତିରିକ୍ତ ବ୍ୟୟବରାଦ କରିଛନ୍ତି । ଏଥିସହିତ ରାଜ୍ୟ ସରକାରଙ୍କ ଦ୍ବାରା ଏମପ୍ୟାନେଲ ହୋଇଥିବା ଘରୋଇ ଡାକ୍ତରଖାନାରେ ମଧ୍ୟ 70 ଲକ୍ଷ ପରିବାରକୁ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯିବ । ମହିଳାଙ୍କ କ୍ଷେତ୍ରରେ ଏହା 7 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

Share

Leave a Reply

Your email address will not be published. Required fields are marked *

fourteen + seven =