ଭାତ ବଦଳରେ ଖାଆନ୍ତୁ ଏହି ଜିନିଷ, ଶରୀରକୁ ମିଳିବ…

ସାଧାରଣତଃ ଲୋକମାନେ ରାତି ଖାଇବାରେ ଡାଲି, ସନ୍ତୁଳା ସହିତ ରୁଟି କିମ୍ବା ଭାତ ଖାଇବା ପସନ୍ଦ କରିଥାନ୍ତି। ଏଇ ଦୁଇଟି ଜିନିଷରେ କ୍ୟାଲେରୀ ଭରପୂର ମାତ୍ରାରେ ରହିଥାଏ, ଏଥିପାଇଁ ସବୁ ଭାରତୀୟ ପରିବାର ଏହାକୁ ଖାଇଥାନ୍ତି। କିନ୍ତୁ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଯେ ରୁଟି କିମ୍ବା ଭାତ ମଧ୍ୟରୁ କେଉଁଟା ଅଧିକ ଲାଭଦାୟକ। ତେବେ ଆସନ୍ତୁ ଜାଣିବା ରୁଟି ଏବଂ ଭାତ ମଧ୍ୟରୁ କେଉଁ ଜିନିଷକୁ ଅଧିକ ଲାଭଦାୟକ ବୋଲି କୁହାଯାଏ।
ଏକ୍ସପର୍ଟଙ୍କ କହିବା କଥା ଯେ ରୁଟି ଖାଇବା ଅଧିକ ଲାଭଦାୟକ ହୋଇଥାଏ କିନ୍ତୁ ଡାଇଟରେ ଏହି ଦୁଇଟାକୁ ସମାନ ପରିମାଣରେ ମଧ୍ୟ ନେଇପାରିବେ। ପ୍ଲେନ ଧଳା ଭାତକୁ ଦୂରେଇ ଦିଅନ୍ତୁ। ଯଦି ଆପଣଙ୍କୁ ଭାତ ଖାଇବା ପସନ୍ଦ ତେବେ ସେଥିରେ ସନ୍ତୁଳା ବା ତରକାରୀ ମିଶାଇ ଖାଇବା ଆବଶ୍ୟକ।
ରାତିରେ କେବଳ ରୁଟି ହିଁ ଖାଇବା ଆବଶ୍ୟକ କାରଣ ଏହା ଅଧିକ ହେଲ୍ଦି ହୋଇଥାଏ। ଏହାଛଡା ରୁଟିରେ ଫାଇବର ମାତ୍ରା ଅଧିକ ପରିମାଣରେ ମଧ୍ୟ ରହିଥାଏ, ଯେଉଁ କାରଣରୁ ଏହା ଶୀଘ୍ର ହଜମ ହୋଇଯାଇଥାଏ। ଏହାକୁ ରାତିରେ ଖାଇବା ଦ୍ବାରା ନିଦ ମଧ୍ୟ ଭଲ ହୋଇଥାଏ।
୧/୩ କପ୍ ଭାତରେ ୮୦ କ୍ୟାଲୋରୀ, ୧ ଗ୍ରାମ ଫ୍ୟାଟ ଏବଂ ୧୮ ଗ୍ରାମ କାର୍ବୋହାଇଡ୍ରେଟ ରହିଥାଏ। ସେହିଭଳି ଗୋଟିଏ ରୁଟିରେ ୭୧ ଗ୍ରାମ କ୍ୟାଲୋରୀ, ୩ ଗ୍ରାମ ପୋଟିନ, ୦.୪ ଗ୍ରାମ ଫ୍ୟାଟ ଏବଂ ୧୫ ଗ୍ରାମ କାର୍ବୋହାଇଡ୍ରେଟ ପ୍ରଚୁର ମାତ୍ରାରେ ରହିଥାଏ। ଏହାଛଡା ଚପାତିରେ ଭିଟାମିନ କ୍ୟାଲସିୟମ ଏବଂ ଆଇରନ ମଧ୍ୟ ରହିଥାଏ। କେବଳ ଏତିକି ନୁହେଁ ଗୋଟିଏ କପ୍ ଚାଉଳର ଭାତରେ ଅଧିକ ଫାଇବର ରହିଥାଏ, ଯାହା ପାଚନ କ୍ରୀୟାକୁ ସକ୍ରୀୟ କରିଥାଏ। ଏଥିପାଇଁ ଭାତ ଯାଗାରେ ରୁଟି ଖାଇବା ଅଧିକ ଲାଭଦାୟକ ହୋଇଥାଏ।
ରୁଟିରେ ଭାତ ଠାରୁ ଅଧିକ ଫାଇବର ରହିଥାଏ, ଯେଉଁ କାରଣରୁ ଡାଇଜେଟ୍ସ ଟ୍ରେକ୍ସ ସଫା ହୋଇଯାଇଥାଏ। ଏହା ସହିତ ଏଥିରେ କବ୍ଜ, ଅପଚ ଏବଂ କୋଷ୍ଠକାଠିନ୍ୟ ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ।
ରୁଟି ଖାଇବା ଦ୍ବାରା ଅଳସୁଆ ଏବଂ ନିଦ ଭଳି ସମସ୍ୟା ହୋଇନଥାଏ, କିନ୍ତୁ ଭାତ ଖାଇବା ପରେ ଏହି ଦୁଇଟି ସମସ୍ୟା ଦେଖାଦେଇଥାଏ।
ଯଦି ଆପଣ ଓଜନ ହ୍ରାସ କରିବା ପାଇଁ ଚାହୁଁଛନ୍ତି ତେବେ ରୁଟି ଖାଇବା ଆପଣଙ୍କ ପାଇଁ ବହୁତ ଲାଭଦାୟକ ହୋଇଥାଏ। ରୁଟିରେ ରହିଥିବା କାର୍ବୋହାଇଡ୍ରେଟ ହଜମ କରିବା ପାଇଁ ଶରୀର ଅଧିକ ଶକ୍ତି ନେଇଥାଏ। ଯାହା ଦ୍ବାରା ଓଜନ କମ୍ ହୋଇଥାଏ।
ମଧୁମେହ ରୋଗକୁ ନିୟନ୍ତ୍ରଣରେ ରଖିଥାଏ। ରୁଟି ଶରୀରର ସର୍କରାର ସ୍ତରକୁ ନିୟନ୍ତଣରେ ରଖିଥାଏ। ମଧୁମେହ ରୋଗୀଙ୍କ ପାଇଁ ଏବଂ ଏହା ବହୁତ ଲାଭଦାୟକ ହୋଇଥାଏ।

Share

Leave a Reply

Your email address will not be published. Required fields are marked *

thirteen − 6 =