ଜାଣନ୍ତୁ ଗର୍ଭଧାରଣର ସଠିକ ବୟସ

ବୟସାଧିକ୍ୟରେ ଗର୍ଭବତୀ ହେଲେ ଗର୍ଭାବସ୍ଥାର ଜଟିଳତା ବିପଦର କାରଣ ବି ହୁଏ। ଏଣୁ ମା ହେବା ପାଇଁ ଆଦର୍ଶ ବୟସକୁ ନେଇ ଅନେକ ମହିଳା ଏବେବି ସନ୍ଦହରେ ଅଛନ୍ତି । ଏଣୁ ୨୫ ବର୍ଷ ବୟସରେ ମା ହେବା ସବୁଠୁ ଭଲ ସମୟ। ଏହା ଆମେ କହୁନୁ ଡାକ୍ତର ବି କହୁଛନ୍ତି। ନଚେତ ୩୧ରୁ ୩୫ ବର୍ଷ ବୟସ ମା ହେବା ନିମନ୍ତେ ସବୁଠୁ ପ୍ରକୃଷ୍ଠ ସମୟ ବୋଲି କୁହାଯାଇପାରେ।

ବିବାହ କରିବା ପାଇଁ ଲୋକେ ଆଉ ଆଗ ଭଳି ଚିନ୍ତା କରୁନାହାନ୍ତି। ଏବେ ସବୁଦୃଷ୍ଟିରୁ ସୁରକ୍ଷିତ ହେବା ପରେ ଲୋକେ ବିବାହ କରୁଥିବାବେଳେ ସେହି ବୟସରେ ଜୀବନ ସାଥୀ ମା ହୋଇ ପାରିବେ କି ନା ସେ ନେଇ କିନ୍ତୁ କେହି ନିଶ୍ଟିତ ହୋଇ ପାରୁନାହାନ୍ତି। ଯଦି ଏହି ବୟସରେ କେହିମା ବି ହେଉଛନ୍ତି ତେବେ ସବୁ ଦିଗରୁ ସମସ୍ୟା ମଧ୍ୟ ଘନେଇ ରହୁଛି। ଯଦି ମହିଳା ୨୦ରୁ ୨୫ ବର୍ଷ ମଧ୍ୟରେ ମା ହେଉଛନ୍ତି ତେବେ ତାଙ୍କର ଭବିଷ୍ୟତ ଜୀବନ ବେଶ ସୁଖକର ।

କାରଣ ଏହି ବୟସରେ ମା ହେଲେ ମହିଳାଙ୍କ ଓଜନ ବୃଦ୍ଧି ଜନିତ ସମସ୍ୟା ନିୟନ୍ତ୍ରଣରେ ରହିଥାଏ। ଯାହାକି ୨୬ ବର୍ଷ ଆୟୁରେ ମା ହେବା ପରେ ସମ୍ଭବ ନୁହେଁ। ତା ଛଡା କମ ବୟସର ମହିଳାଙ୍କ ପାଇଁ କିଛି ବି ରିସ୍କ ନିଆଯାଇପାରେ। ହେଲେ ୩୦ ବର୍ଷ ପରେ ଆଉ ସେଭଳି ଆଶା କରାଯାଇ ପାରେନା। ତେବେ ୩୧ରୁ ୩୫ ବର୍ଷ ବୟସ ମଧ୍ୟରେ ମା ହେବାରେ ବି ବଡ ଫାଇଦା ରହିଛି। କାରଣ ଏହି ବୟସର ମହିଳାମାନଙ୍କ ବ୍ୟକ୍ତିଗତ ଓ ପେଷାଦୀର ଜୀବନ ପ୍ରାୟତଃ ସେଟେଲ ହୋଇ ସାରିଥାଏ। ଦ୍ୱିତୀୟତଃ ଏହି ବୟସରେ ସେମାନଙ୍କ ଶରୀର ମଜଭୁତ ହେବା ସହ ନମନୀୟ ବି ଥାଏ।

Share

Leave a Reply

Your email address will not be published. Required fields are marked *

two × two =