ଘରେ ପ୍ରସ୍ତୁତ କରନ୍ତୁ ଫେସିଆଲ ଅଏଲ୍ ପଢନ୍ତୁ…

ଦାଗ-ଚିହ୍ନ ଥିବା ଚେହେରାକୁ କ୍ଳିନ ଏବଂ ସୁନ୍ଦର କରିବା ପାଇଁ ମହିଳା ଅନେକ ପ୍ରକାରର ବ୍ୟୁଟି ଟ୍ରିଟମେଣ୍ଟ ଏବଂ କ୍ରିମର ବ୍ୟବହାର କରିଥାନ୍ତି। ଏଥିପାଇଁ ବହୁତ ଟଙ୍କା ମଧ୍ୟ ଖର୍ଚ୍ଚ କରିଥାନ୍ତି। କିନ୍ତୁ ଆପଣ ଘରୋଇ ପ୍ରସ୍ତୁତ ଫେସିଆଲ ଅଏଲ ଦ୍ବାରା ପାଇପାରିବେ ଚମକଦାର ଏବଂ ଚିକ୍କଣ ତ୍ବଚା। ତାହା ମଧ୍ୟ ବହୁତ କମ ଟଙ୍କା ଖର୍ଚ୍ଚରେ। ଫେସିଆଲ ଅଏଲର ବ୍ୟବହାର କେବଳ ଯେ ଆପଣଙ୍କୁ ଚମକଦାର ଚେହେରା ଦେଇଥାଏ ତାହା ନୁହଁ ବରଂ ଦାଗ- ଚିହ୍ନ, ବ୍ରଣ ଏବଂ ବିଭିନ୍ନ ପ୍ରକାରର ସଂକ୍ରମଣରୁ ଚେହେରାକୁ ବଞ୍ଚାଇଥାଏ। ଏଥିସହ ଏହା ଆଣ୍ଟି ଏଜିଂ ଏବଂ ସ୍କିନ୍ ଡ୍ରାଏନେସ ସମସ୍ୟାକୁ ମଧ୍ୟ ଦୂର କରିଥାଏ।
ନଡ଼ିଆ, ବାଦାମ ଏବଂ ରାଶି ତେଲକୁ କିଛି ମାତ୍ରାରେ ମିଶ୍ରିତ କରି ଆପଣ ଫେସିଆଲ ଅଏଲ ପ୍ରସ୍ତୁତ କରିପାରିବେ। ଏହାକୁ ରାତିରେ ଶୋଇବା ପୂର୍ବରୁ ମାଲିସ କରିବା ସହ ସକାଳୁ ଧୋଇଦିଅନ୍ତୁ। ଦେଖିବେ ଚେହେରା କିପରି ଚମକିବ।

ଜୋଜୋବା ଅଏଲକୁ ମଧ୍ୟ ଆପଣ ଫେସିଆଲ ଅଏଲ ଭାବେ ବ୍ୟବହାର କରିପାରିବେ। କିନ୍ତୁ ଏହାକୁ ଭୁଲରେ ମଧ୍ୟ ସିଧାସଳଖ ଚେହେରାରେ ଲଗାନ୍ତୁ ନାହିଁ। ଏହାକୁ ସବୁବେଳେ ନାଇଟ କ୍ରିମ ବା ମଶ୍ଚୋରାଇଜର ସହ ମିଶାଇ ବ୍ୟବହାର କରନ୍ତୁ।

Share

Leave a Reply

Your email address will not be published. Required fields are marked *

seventeen + 6 =