ବାତ୍ୟା ମୁହଁରୁ ବଞ୍ଚିଲେ 22 ନବଜାତ

ଭୁବନେଶ୍ୱର () କ୍ୟାପିଟାଲ ହସ୍ପିଟାଲର ଡାକ୍ତର, ସେବିକା ଓ ସହାୟକମାନଙ୍କ ଅଦମ୍ୟ ସାହସ ଯୋଗୁଁ ଫନି ମୁହଁରୁ ବଞ୍ଚି ଯାଇଛନ୍ତି 22ଜଣ ନବଜାତ ଶିଶୁ । ଗତ 3 ତାରିଖରେ ପୂରା ଭୁବନେଶ୍ୱରରେ ତାଣ୍ଡବ ରାଚାଇଥିବା ସମୟରେ କ୍ୟାପିଟାଲ ହସ୍ପିଟାଲ ବି ଏଥିରୁ ବର୍ତ୍ତିନଥିଲା । ତେବେ ଏହି ସମୟରେ ହସ୍ପିଟାଲର ଏସଏନ୍ସିୟୁଟି ବିଭାଗର ଡାକ୍ତର, ସେବିକା ଅ ସହାୟକ ସାହସ ଓ ଧର୍ଯ୍ୟର ନିଆରା ଉଦାହରଣ ଦେଖାଇଥିଲେ ।

ପ୍ରଚଣ୍ଡ ପବନରେ ଏସଏନସିୟୁଟି ବିଭାଗର ସିଲିଂ ଗୁଡିକ ଭାଙ୍ଗିରୁଜି ଯାଇଥିଲା । ବିଦ୍ୟୁତ ସରଞ୍ଜାମ ଓ ସିଲିଂ ତଳେ ପଡିବା ଆରମ୍ଭ କରିବା ମାତ୍ରେ ନବଜାତ ଶିଶୁଙ୍କ ସୁରକ୍ଷା ପାଇଁ ସେଠାରେ ଉପସ୍ଥିତ କର୍ମଚାରୀମାନେ ନିଜ ଜୀବନକୁ ବାଜି ଲଗାଇ ସମସ୍ତ ଶିଶୁଙ୍କୁ କୋଳେଇ ନେଇ ଜାବୁଡି ଧରିଥିଲେ । ଏଥିସହ ଆଉକିଛି କର୍ମଚାରୀ ତୁରନ୍ତ ଇନକ୍ୟୁବେଟରରୁ ବିଦ୍ୟୁତ ସଂଯୋଗ କାଟିଦେଇଥିଲେ । ଫଳରେ ନବଜାତ ଶିଶୁମାନେ ରକ୍ଷା ପାଇଯାଇଥିଲେ ।

ଏସଏନସିୟୁଟି ବାତ୍ୟା ମାଡରେ ଭାଙ୍ଗି ଯାଇଥିଲା । କିନ୍ତୁ ନବଜାତଙ୍କ ଜୀବନ ବଞ୍ଚି ଯାଇଥିଲା । ବାତ୍ୟାର ପ୍ରକୋପକୁ ଶିଶୁଙ୍କ ବାପା ମା ଆତଙ୍କିତ ହୋଇ ନିଜ ଜୀବନ ବଞ୍ଚାଇବାକୁ ଉଦ୍ୟମ କରିଥିକେ । ସେତେବେଳେ ଏସଏନସିୟୁଟିର ଡାକ୍ତର, ସେବିକା ଓ ସହାୟକମାନେ ଶିଶୁଙ୍କ ଜୀବନକୁ ବାଜି ଲଗାଇଥିଲେ । ନିଜ ମୁଣ୍ଡ ଓ ପିଠିରେ ସିଲିଂ ଖଣ୍ଡ ଓ ବିଦ୍ୟୁତ ସରଞ୍ଜାମର ମାଡ଼ ସହି ସେମାନେ 22 ଜଣ ନବଜାତ ଶିଶୁଙ୍କ ଜୀବନ ରକ୍ଷା କଲେ । ପରେ ସେମାନଙ୍କୁ ଅନ୍ୟ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

13 − 10 =