ଭାରତୀୟ ହକି ଦଳ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ୪୧ ବର୍ଷ ପରେ ଟୋକିଓ ଅଲିମ୍ପିକ୍ସରେ ଭାରତ ପଦକ ଜିତିଛି । ଯାହାକୁ ନେଇ ସବୁଠି ଦେଖିବାକୁ ମିଳିଛି ଖୁସିର ଲହରୀ । ତେବେ ଭାରତୀୟ ହକି ଦଳକୁ ପ୍ରଯୋଜନା କରୁଛି ଓଡ଼ିଶା । ଭାରତୀୟ ଦଳର ବିଜୟର ଶ୍ରେୟ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦିଆଯାଉଛି । ତେବେ ଏହାରି ଭିତରେ ମ୍ୟାଚ ବିଜୟ ପରେ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିରେ ଭାରତୀୟ ଅଧିନାୟକ, କୋଚ ଏବଂ ବାକି ଖେଳାଳୀଙ୍କ ସହ କଥା ହୋଇଛନ୍ତି । ଭାରତୀୟ ଦଳରେ ଖେଳିଥିବା ଦୁଇ ଖେଳାଳୀ ଅମିତ ଓ ବିରେନ୍ଦ୍ର ଲାକ୍ରାଙ୍କୁ ୧ ଲକ୍ଷ ଟଙ୍କାର ପୁରଷ୍କାର ରାଶି ମଧ୍ୟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ୨୦୧୮ରୁ ଓଡ଼ିଶା ଭାରତୀୟ ହକି ଟିମ୍ର ପ୍ରାୟୋଜକ ଅଛି । ହକି ପାଇଁ ଓଡ଼ିଶାର ଅବଦାନ ମଧ୍ୟ ଅନନ୍ୟ । ଭାରତ ଜିତିବା ପରେ ନବୀନ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଥିଲେ । ଏହାପରେ ସେ ଫୋନରେ ଖେଳାଳିଙ୍କ ସହ କଥା ମଧ୍ୟ ହୋଇଛନ୍ତି । ଏହାସହ ଐତିହାସିକ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି ।

ସାହାରା ଯେତେବେଳେ ହକିର ପ୍ରାୟୋଜକରୁ ଓହରି ଯାଇଥିଲା ଠିକ୍ ସେହି ସମୟରେ ୫ବର୍ଷ ପାଇଁ ଭାରତୀୟ ହକିର ପ୍ରାୟୋଜକ ପାଲଟିଥିଲା ଓଡ଼ିଶା । ତେଣୁ ଭାରତୀୟ ପୁରୁଷ ହକି ଦଳ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ପାଇଥିବା ସଫଳତା ସବୁଠାରୁ ବେଶୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆନନ୍ଦିତ କରିଛି । ଭାରତୀୟ ପୁରୁଷ ହକି ଦଳର ଐତିହାସିକ ବିଜୟ ପରେ ନିଜେ ଫୋନ କରି ଖେଳାଳି ମାନଙ୍କ ସହିତ କଥା ହୋଇଛନ୍ତି ନବୀନ ପଟ୍ଟନାୟକ । ଚିତାକର୍ଷକ ବିଜୟ ପାଇଁ ଫୋନ କରି ଶୁଭେଚ୍ଛା ଜଣାଇଛନ୍ତି ।

Share

Leave a Reply

Your email address will not be published. Required fields are marked *

sixteen − ten =