ଲୁଚିକି ବାହା ହେଲେ ବରୁଣ

ମୁମ୍ବାଇ() ଚର୍ଚ୍ଚାରେ ଅଭିନେତା ବରୁଣ ଧାୱନ । ବରୁଣ ନିଜ ବିବାହକୁ ନେଇ ଏବେ ବେଶ ଚର୍ଚ୍ଚାରେ ଅଛନ୍ତି । ବରୁଣ ଧାୱନ ଲୁଚିଛପି ତାଙ୍କ ଗର୍ଲଫ୍ରେଣ୍ଡ ନତାଶା ଦଲାଲଙ୍କୁ ବିବାହ କରିଥିବା ଆଲୋଚନା ହେଉଛି।

ଶୁଣିବାକୁ ମିଳିଛି କି ଏମାନେ ୨୦୧୮ରେ ଲୁଚିଛପି ବିବାହ କରିଛନ୍ତି। ଆଉ ଏଥିରେ କେବଳ ଉଭୟ ପରିବାର ସଦସ୍ୟଙ୍କ ବ୍ୟତୀତ ଆଉ କେହି ଯୋଗ ଦେଇ ନ ଥିଲେ। ଏମିତିକି ଏହି ଖବର କାହାକୁ ଜଣା ବି ନ ଥିଲା। ଏବେ ଏହି ଖବର ଆଲୋଚନାର ବିଷୟ ପାଲଟିଛି ସତ ହେଲେ ଏହାକୁ ନେଇ ବରୁଣ କି ନତାଶା କିଛି ସ୍ପଷ୍ଟ କରି ନ ଥିବାରୁ ଏବେବି ଏହି ଖବରକୁ ନେଇ ଦ୍ୱନ୍ଦ୍ୱ ରହିଛି। ହେଲେ ବରୁଣ କରନ ଜୋହରଙ୍କ କାର୍ୟ୍ୟକ୍ରମ ହେଉ ଅବା ଯେଉଁସବୁ କାର୍ୟ୍ୟକ୍ରମକୁ ଯାଆନ୍ତି ତାଙ୍କ ସହ ନତାଶାଙ୍କୁ ଦେଖିବାକୁ ମିଳିଥାଏ।

Share

Leave a Reply

Your email address will not be published. Required fields are marked *

4 × 1 =