ବଜେଟ ଅଧିବେଶନ ୨୦୨୨:୩.୮ କୋଟି ପରିବାରକୁ ଯୋଗାଇ ଦିଆଯିବ ବିଶୁଦ୍ଧ ପାନୀୟ ଜଳ

୩.୮ କୋଟି ପରିବାରକୁ ୨୦୨୨-୨୩ ମଧ୍ୟରେ ଯୋଗାଇ ଦିଆଯିବ ବିଶୁଦ୍ଧ ପାନୀୟ ଜଳ । ସହର କ୍ଷେତ୍ରରେ ମଧ୍ୟମ ଓ ସ୍ୱଳ୍ପ ଆୟବର୍ଗର ଲୋକଙ୍କୁ ସୁଲଭ ମୂଲ୍ୟରେ ଘର ଯୋଗାଇ ଦେବାକୁ କେନ୍ଦ୍ର ସରକାର କାର୍ୟ୍ୟ କରିବେ ।
କୋଭିଡ ସମୟରେ ସ୍କୁଲଗୁଡ଼ିକ ବନ୍ଦ ଥିବାରୁ ଶିକ୍ଷା ବିଶେଷ ଭାବେ ପ୍ରଭାବିତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ସରକାର ପିଏମ ଇ-ବିଦ୍ୟା ଅଧିନସ୍ଥ ଗୋଟିଏ ଶ୍ରେଣୀ-ଗୋଟିଏ ଟିଭି ଚ୍ୟାନେଲ’ କାର୍ୟ୍ୟକ୍ରମର ସଂପ୍ରସାରଣ କରି ୨୦୦ ଚ୍ୟାନେଲକୁ ବୃଦ୍ଧି କରାଯିବ ।
ଆଗାମୀ ୧୦୦ ବର୍ଷ ପାଇଁ କରାଯିବ ଭିତ୍ତିଭୂମି ବିକାଶ । ପ୍ରଦୂଷଣ ମୁକ୍ତ ଇନ୍ଧନ ଆମର ପ୍ରାଥମିକତା । ପିପିପି ମୋଡ଼ରେ ହେବ ରେଳବାଇର ବିକାଶ, ୩ ବର୍ଷରେ ୪୦୦ ବନ୍ଦେ ଭାରତ ଟ୍ରେନ
ବର୍ଷକୁ ୨୫ ହଜାର କିମି ହାଇୱେ ନିର୍ମାଣ ଲକ୍ଷ୍ୟ। ୧୦୦ ଗତି ଶକ୍ତି କାର୍ଗୋ ଟର୍ମିନାଲ ତିଆରି ହେବ। ଚାଷୀଙ୍କୁ ମିଳିବ ଡିଜିଟାଲ ସେବା । ରାସାୟନିକ ମୁକ୍ତ କୃଷିକୁ ଦିଆଯିବ ପ୍ରୋତ୍ସାହନ । ଏମଏସପି ଦ୍ୱାରା ଚାଷୀଙ୍କଠୁ ରେକର୍ଡ କ୍ରୟ କରାଯିବ ।
ଡିବିଟି ଜରିଆରେ ଲୋକଙ୍କ ପାଖରେ ସିଧାସଳଖ ଟଙ୍କା ପହଞ୍ଚାଯାଉଛି । ଆତ୍ମନିର୍ଭର ଭାରତ ଜରିଆରେ ୬୦ ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟି କରାଯାଉଛି । ନୀଳାଚଳ ଇସ୍ପାତ ନିଗମ ଲି. ବିନିବେଶ ଚୂଡ଼ାନ୍ତ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

4 × 3 =