ଅସିତ ତ୍ରିପାଠୀଙ୍କ ଉପରେ ବଢିଲା ଦାୟିତ୍ବ, ଲୋକସେବା ଭବନକୁ ଫେରିଲେ ରଂଜନା

ଭୁବନେଶ୍ବର () ରାଜ୍ୟ ପ୍ରଶାସନିକ ସ୍ତରରେ ଅଦଳବଦଳ ହୋଇଛି । ଉନ୍ନୟନ କମିଶନର ତଥା ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କୁ କେବିକେ ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ବ ମିଳିଛି । କେବିକେ ମୁଖ୍ୟ ପ୍ରଶାସକ ସୁଦର୍ଶନ ପାଲ ଠାକୁର ଗୋପବନ୍ଧୁ ଏକାଡେମୀର ଡିଜି ଭାବେ ବଦଳି ହୋଇଛନ୍ତି ।

ସେହିଭଳି ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସି.ଜେ. ଭେନୁଗୋପାଳଙ୍କୁ ରାଜ୍ୟ ପର୍ଷଦ ସଦସ୍ୟ ଭାବେ ବଦଳି କରାଯାଇଛି । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ବିଭାଗର ପ୍ରମୁଖ ସଚିବ ନିତେନ ଚନ୍ଦ୍ରାଙ୍କୁ ସାଧାରଣ ପ୍ରଶାସନ ବିଭାଗର ଓଏସଡି ଭାବେ ବଦଳି କରାଯାଇଛି । ପଂଚାୟତିରାଜ ବିଭାଗର ପ୍ରମୁଖ ସଚିବ ଦେଓରଂଜନ କୁମାର ସିଂହଙ୍କୁ ବିଜ୍ଞାନ ଓ କାରିଗରୀ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି ।

ଗୋପବନ୍ଧୁ ଏକାଡେମୀର ଡିଜି ରଂଜନା ଚୋପ୍ରାଙ୍କୁ ଅନୁସୁଚିତ ଜାତି, ଜନଜାତି ଓ ପଛୁଆ ବର୍ଗ ବିକାଶ ବିଭାଗର ପ୍ରମୁଖ ସଚିବ ଭାବେ ବଦଳି କରାଯାଇଛି । ଅବକାରୀ କମିଶନର ସୁଶିଲ କୁମାର ଲୋହାନୀଙ୍କୁ ବାଣିଜ୍ୟିକ କର କମିଶନର ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର କମିଶନର ବୀର ବିକ୍ରମ ଯାଦବଙ୍କୁ ସମବାୟ ବିଭାଗର କମିଶନର ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି ।

କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରାଙ୍କୁ ସେସୁର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ବଦଳି କରାଯାଇଥିବା ବେଳେ ଅନୁସୁଚିତ ଜାତି, ଜନଜାତି ଓ ପଛୁଆ ବର୍ଗ ବିକାଶ ବିଭାଗର କମିଶନର ଆର. ରଘୁ ପ୍ରସାଦଙ୍କୁ ମତ୍ସ୍ୟ, ପଶୁ ସମ୍ପଦ ବିଭାଗର କମିଶନର ଭାବେ ବଦଳି କରାଯାଇଛି । ତାଙ୍କୁ ଓମଫେଡର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

eleven − eight =