ଖୁବ ଶୀଘ୍ର ପରଦାକୁ ଆସିବ ‘ଦ ଜୋୟା ଫ୍ୟାକ୍ଟର’

ମୁମ୍ବାଇ ()  ଖୁବ ଶୀଘ୍ର ପରଦାକୁ ଆସିବ ଫିଲ୍ମ ‘ଦ ଜୋୟା ଫ୍ୟାକ୍ଟର’ । ଏହି ଫିଲ୍ମ ରେ ସୋନମ କପୁର ଓ ଦଲକିର ସମଲମାନ ଲିଡ ରୋଲରେ ନଜର ଆସିବେ । ଅଭିଶେକ ଶର୍ମା ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଥିବା ବେଳେ ଏହା ଆସନ୍ତା ସେପ୍ଟେମ୍ବର ୨୦ରେ ରିଲିଜ୍ ହେବାର ଯୋଜନା ରହିଛି।

ନିକଟରେ ଏହାର ଫାଷ୍ଟ ଲୁକ୍ ରିଲିଜ୍ ହୋଇଥିବା ବେଳେ ଦର୍ଶକେ ଏହାକୁ ବେଶ୍ ପସନ୍ଦ କରିଥିଲେ। ଏବେ ଏହାର ଏକ ମୋଶନ୍ ପୋଷ୍ଟର ଶେୟାର କରିଛନ୍ତି ସୋନମ। ଆଉ ଏହି ପୋଷ୍ଟରକୁ ଦେଖିବା ପରେ ଦର୍ଶକଙ୍କ ମଧ୍ୟରେ ଫିଲ୍ମକୁ ନେଇ ଆଗ୍ରହ ପ୍ରକାଶ ପାଇଥିବା ଦେଖା ଦେଇଛି। ବୁଧବାର ସୋନମ ଏହି ମୋଶନ୍ ପୋଷ୍ଟରଟି ସୋସିଆଲ ମିଡିଆରେ ଶେୟାର କରିଛନ୍ତି।

Share

Leave a Reply

Your email address will not be published. Required fields are marked *

six − one =