ଜମ୍ମୁକଶ୍ମୀର ଏନକାଉଣ୍ଟରରେ ୫ ଆତଙ୍କବାଦୀ ନିହତ

ଜମ୍ମୁକଶ୍ମୀରର କୁଲଗାମରେ ସେନାକୁ ବଡ ସଫଳତା । କୁଲଗାମର କେଲମ ଅଂଚଳରେ ହୋଇଥିବା ଏନକାଉଁଟରରେ ୫ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ସେନା, ଜମ୍ମୁକଶ୍ମୀର ପୁଲିସ, ସିଆରପିଏଫ, ୯ ରାଷ୍ଟ୍ରୀୟ ରାଏଫଲସ, ଏସଓଜିର ମିଳିତ ଅପରେସନରେ ଏହି ସଫଳତା ମିଳିଛି । କେଲମରେ ଆତଙ୍କବାଦୀ ଲୁଚିଥିବା ଖବର ପାଇଁ ଶନିବାର ରାତିରୁ ଅଂଚଳକୁ ଘେରାବନ୍ଦୀ କରିଥିଲେ ସୁରକ୍ଷା କର୍ମୀ ।
ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଆଜି ଭୋରରୁ ୨ଟି ଘରେ ଲୁଚିଥିବା ଆତଙ୍କବାଦୀ ସେନା ଉପରକୁ ଗୁଳିମାଡ କରିଥିଲେ । ସୁରକ୍ଷା କର୍ମୀ ରକେଟ ଲଂଚର ମାଡ କରି ୨ଟି ଘରକୁ ଉଡାଇ ଦେଇଥିଲେ । ଏହି ହମଲାରେ ୫ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । କୁଲଗାମ ଜିଲ୍ଲାରେ ପ୍ରାୟ ମାସେ ପରେ ଏନକାଉଁଟରରେ ସେନାକୁ ଏପରି ବଡ ସଫଳତା ମିଳିଛି । ନିହତ ଆତଙ୍କବାଦୀଙ୍କ ମଧ୍ୟରେ ଲସ୍କର କମାଣ୍ଡର ଥିବା ସନ୍ଦେହ କରାଯାଉଛି । ଏବେ ପୁଲିସ ନିହତ ଆତଙ୍କବାଦୀଙ୍କୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିଛି ।

Share

Leave a Reply

Your email address will not be published. Required fields are marked *

one × 4 =