୪ ଦିନିଆ ରିମାଣ୍ଡରେ ଚିଦାମ୍ବରମ

ନୂଆଦିଲ୍ଲୀ() ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କୁ ସିବିଆଇ ୨୬ ଅଗଷ୍ଟ ପର୍ୟ୍ୟନ୍ତ ପର୍ୟ୍ୟନ୍ତ ରିମାଣ୍ଡରେ ନେଇଛି । ସିବିଆଇର ସ୍ୱତନ୍ତ୍ର ଅଦାଲତରେ ଚିଦାମ୍ବରମଙ୍କର ଶୁଣାଣି ହୋଇଥିଲା । ସିବିଆଇ ୫ଦିନ ପାଇଁ ରିମାଣ୍ଡରେ ନେବାକୁ ଅଦାଲତରେ ଆବେଦନ କରିଥିଲା । ସିବିଆଇ ପକ୍ଷରୁ ଅଦାଲତରେ ସଲିସେଟର ଜେନେରାଲ ତୁଷାର ମେହତା ଓ ଚିଦାମ୍ବରମଙ୍କ ପକ୍ଷରୁ କଂଗ୍ରେସ ନେତା କପିଲ୍ ସିବଲ୍ , ଅଭିଷେକ ମନୁ ସିଙ୍ଘଭି ମାମଲାର ପରିଚାଳନା କରିଥିଲେ ।

ସିବିଆଇର ଯୁକ୍ତିକୁ ଯଥାର୍ଥ ଦର୍ଶାଇ କୋର୍ଟ ଆସନ୍ତା ଅଗଷ୍ଟ ୨୬ ପର୍ୟ୍ୟନ୍ତ ସିବିଆଇକୁ ରିମାଣ୍ଡରେ ନେବାକୁ ଅନୁମିତି ପ୍ରଦାନ କରିଛନ୍ତି । ଏହି ରିମାଣ୍ଡ ଅବିଧ ମଧ୍ୟରେ ପରିବାର ସଦସ୍ୟ ଏବଂ ତାଙ୍କ ଓକିଲ ଚିଦାମ୍ୱରମଙ୍କୁ ସାକ୍ଷାତ କରି ପାରିବେ । ଦୈନିକ ୩୦ ମିନିଟ ସାକ୍ଷାତ ପାଇଁ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି । ଏହାସହ ପ୍ରତି ୪୮ ଘଣ୍ଟାରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

one × five =