ଓଡ଼ିଶାର ମଧ୍ୟବର୍ତ୍ତିକାଳୀନ ଆବେଦନ ଉପରେ ଟ୍ରିବ୍ୟୁନାଲ ଶୁଣାଣି

ମହାନଦୀ ଜଳବିବାଦ ମାମଲାରେ ଆଜି ଶୁଣାଣି ହୋଇଛି । ଓଡ଼ିଶାର ମଧ୍ୟବର୍ତ୍ତିକାଳୀନ ଆବେଦନ ଉପରେ ଟ୍ରିବ୍ୟୁନାଲ ଶୁଣାଣି କରିଛନ୍ତି । ଆପୋସ ବୁଝାମଣା ପାଇଁ ପୁଣି ଥରେ ପରାମର୍ଶ ଦେଇଛନ୍ତି ଟ୍ରିବ୍ୟୁନାଲ । ଓଡ଼ିଶା ଓ ଛତିଶଗଡ଼ର ଇଏଙ୍କୁ ଆପୋସ ବୁଝାମଣା ପାଇଁ ପରାମର୍ଶ ଦିଆଯାଇଛି । ଆସନ୍ତା ୩୦ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ଟ୍ରିବ୍ୟୁନାଲ୍ ଅଧ୍ୟକ୍ଷ ବିଚାରପତି ଏ ଏମ୍ ଖାନୱିଲକର, ବିଚାରପତି ଡ. ରବିରଂଜନ ଏବଂ ବିଚାରପତି ଇନ୍ଦରମିତ କୋଚାରଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ ଗତମାସ ୯ ତାରିଖରେ ଓଡ଼ିଶା ଆବେଦନର ଶୁଣାଣି କରି ଓଡ଼ିଶା ଓ ଛତିଶଗଡ଼କୁ ଆପୋସ ସମାଧାନ କରିବା ପାଇଁ ପରାମର୍ଶ ଦେଇଥିଲେ। ତେବେ ଆପୋସ ସମାଧାନ ବିଫଳ ହେଲେ ଚୂଡ଼ାନ୍ତ ନିଷ୍ପତ୍ତି ଶୁଣାଇବେ ବୋଲି କହିଥିଲେ। ଟ୍ରିବ୍ୟୁନାଲଙ୍କ ପରାମର୍ଶ ପରେ ଦୁଇ ରାଜ୍ୟର ଅଧିକାରୀ ଓ ବୈଷୟିକ ବିଶେଷଜ୍ଞମାନଙ୍କ ଦ୍ବାରା ଦୁଇଥର ଆପୋସ ସମାଧାନ ପାଇଁ ବୈଠକ ହୋଇଥିଲା।

ବୈଠକରେ ଅଣମୌସୁମୀ ସମୟରେ ଛତିଶଗଡ଼ ଦ୍ବାରା ଓଡ଼ିଶାକୁ କେତେ ପରିମାଣର ପାଣି ଛଡ଼ାଯିବ ସେ ନେଇ ବ୍ୟାପକ ଆଲୋଚନା ହେଲା। କିନ୍ତୁ ଛତିଶଗଡ଼ ଓଡ଼ିଶାର ଦାବି ପ୍ରତ୍ୟାଖ୍ୟାନ କରିଦେଇଥିଲା। ଫଳରେ ଦୁଇଟି ଯାକ ବୈଠକ ବିଫଳ ହୋଇଥିଲା।

Share

Leave a Reply

Your email address will not be published. Required fields are marked *

eight − 8 =