ୟଥାର୍ଥ ହସ୍ପିଟାଲ୍ ଆଣ୍ଡ୍ ଟ୍ରମା କେୟାର ସର୍ଭିସେସ୍ ଲିମିଟେଡ୍‌ର ଇନିସିଆଲ ପବ୍ଲିକ୍ ଅଫର ୨୦୨୩ ଜୁଲାଇ ୨୬ରେ ଖୋଲିବ

ଭୁବନେଶ୍ୱର: ୟଥାର୍ଥ ହସ୍ପିଟାଲ୍ ଆଣ୍ଡ୍ ଟ୍ରମା କେୟାର ସର୍ଭିସେସ୍ ଲିିମିଟେଡ୍‌ର ଇନିସିଆଲ ପବ୍ଲିକ୍ ଅଫର ୨୦୨୩ ଜୁଲାଇ ୨୬ ବୁଧବାର ଖୋଲିବ । ଏହି ଇନିସିଆଲ ପବ୍ଲି୍‌କ୍ ଅଫରରେ ରହିଛି ୪୯୦ କୋଟି ଟଙ୍କା ମୂଲ୍ୟର ନୂଆ ଇକ୍ୱିଟି ସେୟାର ଏବଂ ଅଫର ଫର ସେଲ୍‌ରେ ଅଂଶଧନକାରୀମାନେ ୬,୫୫୧,୬୯୦ ଇକ୍ୱିଟି ସେୟାରକୁ ଉପଲବ୍ଧ କରିବେ । ଆଙ୍କର ନିବେଶକମାନେ ୨୦୨୩ ଜୁଲାଇ ୨୫, ମଙ୍ଗଳବାର ବିଡ୍ ଦାଖଲ କରିପାରିବେ । ଏହି ଅଫର ୨୦୨୩ ଜୁଲାଇ ୨୬ରେ ଖୋଲିବ ଏବଂ ଜୁଲାଇ ୨୮, ଶୁକ୍ରବାର ଦିନ ବନ୍ଦ ହେବ ।
ଏହି ଅଫରରେ ଇକ୍ୱିଟି ସେୟାରର ମୂଲ୍ୟ ୨୮୫ ଟଙ୍କାରୁ ୩୦୦ ଟଙ୍କା ମଧ୍ୟରେ ରହିବ । ସର୍ବନିମ୍ନ ୫୦ ଇକ୍ୱିଟି ସେୟାର ପାଇଁ ବିଡ୍ ଦାଖଲ କରିହେବ ଏବଂ ଏହା ପରେ ୫୦ ଇକ୍ୱିଟି ସେୟାର ଲେଖାଏଁ ଗୁଣିତକ ହିସାବରେ ଯୋଡ଼ିହେବ ।
ଏଥିରୁ ଯେଉଁ ପାଣ୍ଠି ମିଳିବ ତାହାକୁ କଂପାନିର ୧୦୦ କୋଟି ଟଙ୍କା ପର୍ଯ୍ୟନ୍ତର ଋଣକୁ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ପରିଶୋଧ କରାଯିବ । କଂପାନିର ସହାୟକ ସଂସ୍ଥା ଏକେଏସ୍ ମେଡିକାଲ୍ ଆଣ୍ଡ୍ ରିସର୍ଚ ସେଂଟର ପ୍ରାଇଭେଟ୍ ଲିମିଟେଡ୍‌, ରାମରାଜା ମଲ୍ଟିସ୍ପେସିଆଲିଟି ହସ୍ପିଟାଲ୍ ଆଣ୍ଡ୍ ଟ୍ରମା ସେଂଟର ପ୍ରାଇଭେଟ୍ ଲିମିଟେଡ୍‌ର ୧୪୫ କୋଟି ଟଙ୍କାର ଋଣକୁ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ପରିଶୋଧ କରିବା, ନୋଏଡ଼ା ହସ୍ପିଟାଲ୍ ଓ ଗ୍ରେଟର ନୋଏଡା ହସ୍ପିଟାଲ୍ ନାମକ ଦୁଇ ହସ୍ପିଟାଲ୍‌କୁ ୨୫.୬୪ କୋଟି ଟଙ୍କାର ପୁଂଜି ବ୍ୟୟ ପ୍ରଦାନ କରିବା, ଏକେଏସ୍ ଓ ରାଜରାମାର ୧୦୬.୯୬ କୋଟି ଟଙ୍କାର ପୁଂଜି ବ୍ୟୟ ପ୍ରଦାନ କରିବା ଏବଂ ୬୫ କୋଟି ଟଙ୍କା ପର୍ଯ୍ୟନ୍ତ ରାଶିକୁ ଅଧିଗ୍ରହଣ ଜରିଆରେ ସମ୍ପ୍ରସାରଣ ପାଇଁ ବ୍ୟବହାର କରିବା ଏବଂ ବଳକା ରାଶିକୁ ସାଧାରଣ କର୍ପୋରେଟ୍ କାର୍ଯ୍ୟରେ ବ୍ୟବହାର କରାଯିବ ।
ଅଫର ଫର ସେଲ୍‌ର ବିମ୍‌ଲା ତ୍ୟାଗିଙ୍କ ୩,୭୪୩,୦୦୦ ଇକ୍ୱିଟି ସେୟାର, ପ୍ରେମ୍ ନାରାୟଣ ତ୍ୟାଗିଙ୍କ ୨,୦୨୧,୨୦୦ ଇକ୍ୱିଟି ସେୟାର, ନୀନା ତ୍ୟାଗିଙ୍କ ୭୮୭,୪୯୦ ଇକ୍ୱିଟି ସେୟାର ଉପଲବ୍ଧ ରହିବ ।
ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍ ଜରିଆରେ ପ୍ରଦାନ କରାଯାଉଥିବା ଇକ୍ୱିଟି ସେୟାରକୁ ବିଏସ୍‌ଇ ଲିମିଟେଡ୍ ଓ ନ୍ୟାସନାଲ୍ ଷ୍ଟକ ଏକ୍ସଚେଂଜ୍ ଲିମିଟେଡ୍‌ରେ ତାଲିକାଭୁକ୍ତ କରାଯିବ ।
ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିୟମ ଅନୁସାରେ ଏହି ଅଫରର ୫୦%ରୁ ଅଧିକ ଯୋଗ୍ୟ ସଂସ୍ଥାଗତ ବିଡର (କ୍ୟୁଆଇବି)ଙ୍କୁ ଆବଂଟନ କରାଯାଇପାରିବ ନାହିଁ । ସେହିପରି କ୍ୟୁଆଇବି ପାଇଁ ଉପଲବ୍ଧ ସେୟାରରୁ ୬୦% ପର୍ଯ୍ୟନ୍ତ ରାଶିକୁ ଆଙ୍କର ନିବେଶକମାନଙ୍କୁ ଦେଇ ହେବ । ନେଟ୍ କ୍ୟୁଆଇବିର ୫ ପ୍ରତିଶତ ରାଶି ମ୍ୟୁଚୁଆଲ୍ ଫଣ୍ଡ୍‌ଙ୍କୁ ପ୍ରଦାନ କରାଯିବ । ସେବି ନିୟମରେ ନିର୍ଧାରିତ ପରିମାଣ ଅନୁସାରେ ବିଭିନ୍ନ ପ୍ରକାର ନିବେଶକମାନଙ୍କ ଲାଗି ଅଫରର ସେୟାର ପ୍ରଦାନ କରାଯାଇପାରିବ ।
ଏହି ଅଫରର ବୁକ୍ ରନିଂ ଲିଡ୍ ମ୍ୟାନେଜରମାନେ ହେଉଛନ୍ତି ଇଂଟେନ୍‌ସିଭ୍ ଫିସକାଲ୍ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍‌, ଆମ୍ବିଂଟ୍ ପ୍ରାଇଭେଟ୍ ଲିମିଟେଡ୍ ଓ ଆଇଆଇଏଫ୍‌ଏଲ୍ ସିକ୍ୟୁରିଟିଜ୍ ଲିମିଟେଡ୍ ।

Share

Leave a Reply

Your email address will not be published. Required fields are marked *

sixteen + 16 =