ଆନ୍ତଃରାଜ୍ୟ ଜଳ ବିବାଦ ଆଇନରେ ସଂଶୋଧନକୁ ବିଜେଡିର ବିରୋଧ

ନୂଆଦିଲ୍ଲୀ () ଆଜି ଲୋକସଭାରେ ଉପସ୍ଥାପିତ ହୋଇଥିବା ଆନ୍ତଃରାଜ୍ୟ ନଦୀ ଜଳ ବିବାଦ ସଂଶୋଧନ ଆଇନକୁ ବିଜେଡି ବିରୋଧ କରିଛି । ଏହି ଆଇନରେ ସଂଶୋଧନ ପୂର୍ବରୁ ଓଡିଶା ଭଳି ଅନ୍ୟ ରାଜ୍ୟର ମତାମତ ନିଆଯାଇନାହିଁ ବୋଲି କହିଛନ୍ତି ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ।

ନଦୀ ଜଳ ରାଜ୍ୟ ପ୍ରସଙ୍ଗ । ତେଣୁ ଏହି ବିଲରେ ସଂଶୋଧନ ସହ ଏକକ ରାଜ୍ୟ ଜଳ ବିବାଦ ଟ୍ରିବୁନାଲ ଗଠନ ପାଇଁ ରାଜ୍ୟସଭାରେ ବିଲ ଆଗତ କରିବା ପୂର୍ବରୁ ରାଜ୍ୟମାନଙ୍କ ମତାମତ ନିଆଯିବା ଆବଶ୍ୟକ ଥିଲା । କେନ୍ଦ୍ର ସରକାର କିନ୍ତୁ ନିଜ ଆଡୁ ଏହି ସଂଶୋଧନ ପ୍ରସ୍ତାବ ଆଣିଛନ୍ତି ।

ବିଜେଡି ସହ କଂଗ୍ରେସ ସଂସଦୀୟ ଦଳ ନେତା ଅଧୀର ରଂଜନ ଚୌଧୁରୀ ଓ ଡିଏମକେ ନେତା ଟିଆର ବାଲୁ ମଧ୍ୟ ଏହି ଯୁକ୍ତି ଦର୍ଶାଇ ସଂଶୋଧନ ପ୍ରସ୍ତାବକୁ ବିରୋଧ କରିଛନ୍ତି । ଏହି ବିଲକୁ ରାତି ଅଧିଆ ସଂସଦରେ ଉପସ୍ଥାପିତ କରାଯାଉଛି ଏବଂ ରାଜ୍ୟମାନଙ୍କୁ ଅନ୍ଧାରରେ ରଖି କେନ୍ଦ୍ର ସରକାର ସବୁ ଆଇନ କାନୁନକୁ ଦଳିମକଚି କାର୍ଯ୍ୟ କରୁଛନ୍ତି ବୋଲି ବାଲୁ ଅଭିଯୋଗ କରିଛନ୍ତି ।

ଆନ୍ତଃରାଜ୍ୟ ନଦୀ ଜଳ ବିବାଦ ଆଇନ 1956ରେ ସଂଶୋଧନ ପାଇଁ ସଂଶୋଧନ ପ୍ରସ୍ତାବ ଆଗତ ହୋଇଛି । ଏଥିରେ ଏକକ ଟ୍ରିବୁନାଲ ଗଠନର ପ୍ରସ୍ତାବ ରହିଥିବା ବେଳେ ବିବାଦର ସମାଧାନ ପାଇଁ ନିର୍ଦ୍ଧିଷ୍ଟ ସମୟ ସୀମା ଧାର୍ଯ୍ୟ କରାଯିବ ।

Share

Leave a Reply

Your email address will not be published. Required fields are marked *

4 × four =