ସଂସଦରେ କଳିଙ୍ଗ ରେଜିମେଣ୍ଟ ଦାବି

ନୂଆଦିଲ୍ଲୀ () ଭାରତୀୟ ନୌସେନାରେ କଳିଙ୍ଗ ରେଜିମେଣ୍ଟ ଗଠନ କରିବାକୁ ଆଜି ସଂସଦରେ ଦାବି ଉଠିଛି । ବିଜେଡି ସାଂସଦ ସସ୍ମିତ ପାତ୍ର ରାଜ୍ୟସଭାରେ ଏହି ଦାବି ଉଠାଇଥିଲେ । ଶୂନ୍ୟ କାଳରେ ଏହି ପ୍ରସଙ୍ଗ ଉଠାଇ ସେ କହିଥିଲେ ଯେ, ଦେଶ ସୁରକ୍ଷାରେ ଓଡିଶାର ଅବଦାନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହି ରେଜିମେଣ୍ଟ ଗଠନ କରିବାକୁ ସେ ଦାବି କରିଛନ୍ତି ।

ପୂର୍ବରୁ ଓଡିଶା କଳିଙ୍ଗ ନାଁରେ ପରିଚିତ ଥିବା ବେଳେ ରାଜ୍ୟ ସରକାର ବହୁ ପୂର୍ବରୁ ଏହି ରେଜିମେଣ୍ଟ ଗଠନ ପାଇଁ ଦାବି କରିଆସୁଛନ୍ତି । 2015ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦାବି କରିଥିଲେ । ଆଇଟିଆର ଚାନ୍ଦିପୁର ଭଳି ମହତ୍ବପୂର୍ଣ୍ଣ ସାମରିକ ପ୍ରତିଷ୍ଠାନ ଥିବା ଦୃଷ୍ଟିରୁ ଏହି ରେଜିମେଣ୍ଟ ଗଠନର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

three × 5 =