ଉପଭୋକ୍ତାଙ୍କ ନିମନ୍ତେ ୨୪ ଘଣ୍ଟିଆ ନିଃଶୁଳ୍କ କଲ୍ ସେଣ୍ଟର ସେବା

ବ୍ରହ୍ମପୁର: ବିଦ୍ୟୁତ ସେବା ଓ ସରବରାହ ସମ୍ପର୍କିତ ଯେକୌଣସି ସୂଚନା ନିମନ୍ତେ ଟିପିଏସଓଡିଏଲ ଉପଭୋକ୍ତାମାନଙ୍କୁ ୨୪ ଘଣ୍ଟିଆ ନିଃଶୁଳ୍କ ଯୋଗାଯୋଗ ତଥା ପରାମର୍ଶ ସେବା ଯୋଗାଇ ଦେଉଛି l ବିଦ୍ୟୁତ ସଂକ୍ରାନ୍ତୀୟ ସୂଚନା ନିମନ୍ତେ ଉପଭୋକ୍ତାମାନେ ଆମର ୨୪ ଘଣ୍ଟିଆ କଲ ସେଣ୍ଟର ସହ ଯୋଗାଯୋଗ କରିପାରିବେ l ଏଥିପାଇଁ ଟୋଲ ଫ୍ରି ନମ୍ବର 1912 କିମ୍ବା 18003456797ରେ କଲ କରି ଉପଭୋକ୍ତାମାନେ ନିଜ ବିଦ୍ୟୁତ ସେଵାଜନିତ ସମସ୍ୟାର ସମାଧାନ କରିପାରିବେ l ମିଟର ରିଡିଂ, ବିଲ ସମ୍ପର୍କିତ ପ୍ରଶ୍ନ , ବିଦ୍ୟୁତ ସେବା ଜନିତ ସମସ୍ୟା , ଉପଭୋକ୍ତାଙ୍କ ଦ୍ୱାରା ପଞ୍ଜିକୃତ ନାମ ପରିବର୍ତ୍ତନ ଭଳି ନାନାଦି ପ୍ରସଙ୍ଗରେ ପଚାରି ବୁଝିବା ସହ ତ୍ୱରିତ ସେବା ପାଇପାରିବେ l ଗଞ୍ଜାମ ,ଗଜପତି ,ବୌଦ୍ଧ , କୋରାପୁଟ , ମାଲକାନଗିରି , କନ୍ଧମାଳ, ରାୟଗଡ଼ା ଓ କୃଷ୍ଣପ୍ରସାଦ ବ୍ଲକ (ପୁରୀ ଜିଲ୍ଲା )ରେ ଥିବା ଟିପିଏସଓଡିଏଲର ଉପଭୋକ୍ତାମାନଙ୍କ ଉଦ୍ଦେଶ୍ୟରେ ଏହି ସେବା ଉପଲବ୍ଧ ରହିଛି l

Share

Leave a Reply

Your email address will not be published. Required fields are marked *

5 × five =