ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ଶିଶୁ ପ୍ରତିଭା ପ୍ରଦର୍ଶନ ପାଇଁ ଚିତ୍ରକଳା ପ୍ରଦର୍ଶନୀ ଆୟୋଜନ

ଭୁବନେଶ୍ୱର: ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ନୂଆଦିଲ୍ଲୀର ଆସ୍ପାୟର-ଇଣ୍ଡିଆ ସହଯୋଗରେ ଏକ ଚିତ୍ରକଳା ପ୍ରଦର୍ଶନ ଆୟୋଜନ କରୁଛି । ଯେଉଁଥିରେ ସିଗ୍ନେଚର ପ୍ରୋଗ୍ରାମ ଅନ୍ ଏଜୁକେସନର ପିଲାମାନେ ସେମାନଙ୍କ କଳତ୍ମକ ପ୍ରତିଭା ପ୍ରଦର୍ଶନ କରିପାରିବେ ।
ବିଶିଷ୍ଟ ସାମ୍ବାଦିକ ପି. ସାଇନାଥଙ୍କ ମାର୍ଗଦର୍ଶନରେ ପିପୁଲସ୍ ଆର୍କାଇଭ୍ ଅଫ ରୁରାଲ୍ ଇଣ୍ଡିଆ (ପିଏଆର୍‌ଆଇ) ଓ ସିଗ୍ନେଚର ପ୍ରୋଗ୍ରାମ ଅନ୍ ଏଜୁକେସନର ପିଲାମାନଙ୍କ ପକ୍ଷରୁ ପ୍ରସ୍ତୁତ ଏହି ଚିତ୍ରକଳା ପ୍ରଦର୍ଶନରେ ଯୁବ କଳାକାରମାନଙ୍କ ଭାବନା ଓ ଦୃଷ୍ଟିକୋଣ ଅତି ସୁନ୍ଦର ଭାବେ ପ୍ରତିଫଳିତ ହେବ ।
ଭୁବନେଶ୍ୱରର ଲଳିତ କଳା ଏକାଡେମିରେ ୨୦୨୩ ସେପ୍ଟେମ୍ବର ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଏହି ପ୍ରଦର୍ଶନୀ ଅନୁଷ୍ଠିତ ହେବ ଯେଉଁଥିରେ ୧୧୧ଟି ଚମତ୍କାର ଚିତ୍ରକଳାକୁ ପ୍ରଦର୍ଶିତ କରାଯିବ ।
ଟିଏସ୍‌ଏଫ୍ ଓ ଆସ୍ପାୟାର୍‌ର ସିଗ୍ନେଚର ପ୍ରୋଗ୍ରାମ୍ ଅନ୍ ଏଜୁକେସନ ଶିକ୍ଷାରେ ଥିବା ଅନ୍ତରକୁ ଦୂର କରିବ ଏବଂ ଶିକ୍ଷା ଓ ପ୍ରଶାସନ ଆହ୍ୱାନର ମୁକାବିଲା କରିବା ଲାଗି ଏକ ସମୁଦାୟ ଦ୍ୱାରା ପ୍ରେରିତ ମଡେଲ୍ ବିକାଶ କରିବ । ଓଡ଼ିଶାରେ ତୃଣମୂଳ ସ୍ତରରେ ୩୦୦,୦୦୦ରୁ ଅଧିକ ପିଲା ଉପକୃତ ହୋଇଛନ୍ତି ଯେଉଁମାନଙ୍କ ମଧ୍ୟରେ ବହୁ ସଂଖ୍ୟାରେ ଆଦିବାସୀ ସମୁଦାୟର ପିଲା ରହିଛନ୍ତି ।

Share

Leave a Reply

Your email address will not be published. Required fields are marked *

one × two =