ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପକ୍ଷରୁ ଓଡ଼ିଶାର ବ୍ରହ୍ମପୁରରେ ସଡ଼କ ସୁରକ୍ଷା ସଚେତନତା ଅଭିଯାନ ଆୟୋଜିତ

୩୦୦୦ରୁ ଅଧିକ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ସଡ଼କ ସୁରକ୍ଷା ଅଭ୍ୟାସରେ ପ୍ରତ୍ୟେକ୍ଷ ଅଂଶଗ୍ରହଣ
ଭୁବନେଶ୍ୱର: ଭାରତରରେ ଏକ ସୁରକ୍ଷିତ ଗାଡ଼ିଚାଳନା ଅଭ୍ୟାସର ସଂସ୍କୃତି ଗଠନ କରିବାର ଆବଶ୍ୟକତା ଉପରେ ପୁନଃ ଗୁରୁତ୍ୱାରୋପ କରି ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ (ଏଚଏମ୍‌ଏସ୍‌ଆଲ)ର ଜାତୀୟ ସଡ଼କ ସୁରକ୍ଷା ସଚେତନତା ଅଭିଯାନ ଓଡ଼ିଶାର ବ୍ରହ୍ମପୁରରେ ପହଂଚିଛି ।
ହୋଣ୍ଡା ପାଇଁ ସଡ଼କ ସୁରକ୍ଷା ହେଉଛି ବିଶ୍ୱସ୍ତରର ପ୍ରାଥମିକତା । ଓଡ଼ିଶାର ବ୍ରହ୍ମପୁର ସ୍ଥିତ ଆଇଟିଆଇ କଲେଜ୍‌ରେ ଅନୁଷ୍ଠିତ ଏହି ଚାରି ଦିନିଆ ଶିବିର ଜରିଆରେ ଏଚ୍‌ଏମ୍‌ଏସ୍‌ଆଇ ପକ୍ଷରୁ ୩୦୦୦ରୁ ଅଧିକ କଲେଜ ଛାତ୍ରଛାତ୍ରୀ ଓ ଷ୍ଟାଫ୍ ସଦସ୍ୟମାନଙ୍କୁ ସୁରକ୍ଷିତ ଗାଡ଼ି ଚାଳନା ଅଭ୍ୟାସ ବିଷୟରେ ସଚେତନ କରାଯାଇଛି । ସମସ୍ତଙ୍କ ମଧ୍ୟରେ ସଡ଼କ ସୁରକ୍ଷା ସଚେତନତା ବଢ଼ାଇବା ପାଇଁ ଏଚଏମ୍‌ଏସ୍‌ଆଇର ସଡ଼କ ସୁରକ୍ଷା ପ୍ରଶିକ୍ଷକମାନେ ବୟସ ଉପଯୋଗୀ ସଡ଼କ ସୁରକ୍ଷା ଶିକ୍ଷଣୀୟ କାର୍ଯ୍ୟକ୍ରମକୁ ବ୍ୟବହାର କରିଥିଲେ ।
୨୨ ବର୍ଷ ଧରି ଓଡ଼ିଶା ରାଜ୍ୟରେ ଏଚ୍‌ଏମ୍‌ଏସ୍‌ଆଇ ପକ୍ଷରୁ ୧ ଲକ୍ଷ ପ୍ରାପ୍ତବୟସ୍କ ଓ ଶିଶୁଙ୍କୁ ସଚେତନ କରାଯିବା ସହ ସଡ଼କର ଦାୟିତ୍ୱପୂର୍ଣ୍ଣ ବ୍ୟବହାର ଓ ସୁରକ୍ଷିତ ଗାଡ଼ିଚାଳନା ଅଭ୍ୟାସ ବିକାଶ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି ।
ଏକ ଦୁର୍ଘଟଣାମୁକ୍ତ ଭାରତ ଗଠନ କରିବା ପ୍ରତି ହୋଣ୍ଡାର ରହିଥିବା ପ୍ରତିବଦ୍ଧତା ବିଷୟରେ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆର ବରିଷ୍ଠ ନିର୍ଦ୍ଦେଶକ-ଏଚ୍‌ଆର୍‌, ଆଡ୍‌ମିନ୍ ଆଇଟି ଆଣ୍ଡ୍ କର୍ପୋରେଟ୍ ଆଫେୟାର୍ସ ଶ୍ରୀଯୁକ୍ତ ବିନୟ ଢିଙ୍ଗରା କହିଛନ୍ତି ଯେ, “ଭବିଷ୍ୟତର ସଡ଼କ ବ୍ୟବହାରକାରୀ ଶିଶୁମାନଙ୍କୁ ଆବଶ୍ୟକ ସଡ଼କ ସୁରକ୍ଷା ଜ୍ଞାନ ପ୍ରଦାନ କରି ସେମାନଙ୍କୁ ସମୃଦ୍ଧ କରିବା ଉପରେ ଏଚ୍‌ଏମ୍‌ଏସ୍‌ଆଇରେ ଆମେ ଦୃଢ଼ ବିଶ୍ୱାସ କରୁ । ସଡ଼କ ସୁରକ୍ଷା ହେଉଛି ଉତମ ଏବଂ ତାହା ହେଉଛି ଶୃଙ୍ଖଳିତ ଜୀବନର ପ୍ରବେଶପଥ ବୋଲି ସେମାନଙ୍କୁ ବୁଝାଇ ଯୁବବର୍ଗଙ୍କ ଭିତରେ ସକାରାତ୍ମକ ମାନସିକତା ବିକାଶ କରିବା ହେଉଛି ଆମର ଲକ୍ଷ୍ୟ । ସଡ଼କ ସୁରକ୍ଷାକୁ ଆଗରେ ରଖୁଥିବା ଏବଂ ସଡ଼କରେ ଦାୟିତ୍ୱବାନ ବ୍ୟବହାରର ମୂଲ୍ୟ ବୁଝୁଥିବା ଏକ ସମାଜ ଗଠନ କରିବା ପାଇଁ ଆମେ ଅଭିଳାଷ ରଖିଥିବା ବେଳେ ସଡ଼କର ସୁରକ୍ଷିତ ବ୍ୟବହାରର ଗୁରୁତ୍ୱ ବିଷୟରେ ପରବର୍ତୀ ପିଢ଼ିର ଚାଳକମାନଙ୍କୁ ସଚେତନ ଓ ସଶକ୍ତ କରିବାକୁ ଆମେ ପ୍ରତିବଦ୍ଧ ରହିଛୁ । ସେହି ମାନସିକତାର ପ୍ରସାର କରିବା ଲାଗି ଏକ ବ୍ୟାପକ ଜାତୀୟ ସ୍ତରୀୟ ସଡ଼କ ସୁରକ୍ଷା ସଚେତନତା ଅଭିଯାନକୁ ଏଚ୍‌ଏମ୍‌ଏସ୍‌ଆଇ ଆରମ୍ଭ କରିବ ।’’
ସଡ଼କ ସୁରକ୍ଷା ପ୍ରତି ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆର ସିଏସଆର୍ ପ୍ରତିବଦ୍ଧତା
ହୋଣ୍ଡା ପାଇଁ ବିଶ୍ୱସ୍ତରରେ ସଡ଼କ ସୁରକ୍ଷା ହେଉଛି ପ୍ରଥମ । ୨୦୫୦ ସୁଦ୍ଧା ହୋଣ୍ଡା ମୋଟରସାଇକଲ୍ ଓ ଅଟୋମୋବାଇଲ୍‌କୁ ନେଇ ଜଡ଼ିତ ଥିବା ଶୂନ ଟ୍ରାଫିକ୍ ଦୁର୍ଘଟଣାକୁ ବିଶ୍ୱସ୍ତରରେ ହାସଲ କରିବା ଲାଗି ହୋଣ୍ଡା ଉଦ୍ୟମ କରିବ ବୋଲି ୨୦୨୧ ଏପ୍ରିଲ୍‌ରେ ଘୋଷଣା କରାଯାଇଥିଲା । ନିଜର କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌)କୁ ପୂରଣ କରିବା ଲାଗି ଏଚ୍‌ଏମ୍‌ଏସ୍‌ଆଇ ୨୦୦୧ରେ ଯାତ୍ରା ଆରମ୍ଭ କରିବା ପରଠାରୁ ଭାରତରେ ସଡ଼କ ସୁରକ୍ଷାର ପ୍ରସାର କରୁଛି । ହୋଣ୍ଡାର ବିଶ୍ୱସ୍ତରୀୟ ସୁରକ୍ଷା ଲକ୍ଷ୍ୟକୁ ହାସଲ କରିବା ଲାଗି ବର୍ତମାନ ହୋଣ୍ଡାର ସଡ଼କ ସୁରକ୍ଷା ସଚେତନତା ଅଭିଯାନ ୫୫ ଲକ୍ଷରୁ ଅଧିକ ଭାରତୀୟଙ୍କ ପାଖରେ ପହଂଚିପାରିଛି । ଏହାର ଦକ୍ଷ ସୁରକ୍ଷା ପ୍ରଶିକ୍ଷକ ଏହାର ସାରା ଭାରତରେ ଥିବା ୧୦ଟି ପୋଷ୍ୟ ଟ୍ରାଫିକ୍ ପାର୍କ ଓ ୬ ସୁରକ୍ଷିତ ଗାଡ଼ିଚାଳନା ଶିକ୍ଷା କେନ୍ଦ୍ର (ଏସ୍‌ଡିଇସି)ରେ ଦୈନିକ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି ।
ହୋଣ୍ଡାର ବୈଜ୍ଞାନିକ ଉପାୟରେ କୌତୁକ ଶିକ୍ଷା ପ୍ରଦାନ ଦ୍ୱାରା ସଡ଼କ ସୁରକ୍ଷା ସଚେତନତା କରାଯାଉଛି:
୧. ବୈଜ୍ଞାନିକ ତତ୍ୱ ଶିକ୍ଷଣୀୟ ମଡ୍ୟୁଲ୍‌: ହୋଣ୍ଡାର ଦକ୍ଷ ତାଲିମଦାତାମାନେ ସଡ଼କ ଚିହ୍ନ ଓ ସଙ୍କେତ, ସଡ଼କରେ ଚାଳକଙ୍କ ଭୂମିକା, ରାଇଡିଂ ଗିୟର ଓ ବସିବାର ଢଙ୍ଗ ବର୍ଣ୍ଣନା ଓ ସୁରକ୍ଷିତ ଗାଡ଼ି ଚାଳନାର ବିଭିନ୍ନ ଉପରେ ଥିଓରି ଅଧିବେଶନ ସହ ମୂଳଦୁଆ ପକାଉଛନ୍ତି ।
୨. ପ୍ରାକ୍ଟିକାଲ୍ ଶିକ୍ଷା: ବାସ୍ତବରେ ସଡ଼କରେ ଗାଡ଼ି ଚଲାଇବା ବେଳେ ଦେଖାଦେବାକୁ ଥିବା ୧୦୦ରୁ ଅଧିକ ସମ୍ଭାବ୍ୟ ବିପଦ ବିଷୟରେ ସମସ୍ତଙ୍କୁ ଅନୁଭୂତି ପ୍ରଦାନ କରିବା ଲାଗି ହୋଣ୍ଡାର ଭର୍ଚୁଆଲ ରାଇଡିଂ ସିମୁଲେଟରକୁ ବ୍ୟବହାର କରି ଏକ ସ୍ୱତନ୍ତ୍ର ତାଲିମ କାର୍ଯ୍ୟକ୍ରମ ଆୟୋଜନ କରାଯାଏ ।
୩. ଇଟଂରଆକ୍ଟିଭ୍ ଅଧିବେଶନ: କିକେନ ୟୋସୁକୁ ଟ୍ରେନିଂ (କେୱାଇଟି) ନାମରେ ପରିଚିତ ବିପଦ ଆକଳନକାରୀ ତାଲିମ ଅଂଶଗ୍ରହଣକାରୀମାନଙ୍କୁ ପ୍ରଦାନ କରାଯାଇଛି ଯାହା ବିପଦ ପ୍ରତି ଚାଳକମାନଙ୍କ ସମ୍ବେଦନଶୀଳତାରେ ଉନ୍ନତି ଆଣିବା ଏବଂ ସଡ଼କରେ ସୁରକ୍ଷିତ ଗାଡ଼ି ଚାଳନା ବ୍ୟବହାରକୁ ବଜାୟ ରଖିବାରେ ସହାୟକ ହେବ ।
୪. ଗାଡ଼ି ଚଲାଇ ଶିଖିଥିବା ଡ୍ରାଇଭର୍‌ଙ୍କ ଦକ୍ଷତାରେ ଉନ୍ନତି: ଷ୍ଟାଫ୍ ସଦସ୍ୟ ଓ କଲେଜ ଛାତ୍ରଛାତ୍ରୀ ଯେଉଁମାନେ ଗାଡ଼ି ଚଲାଇବା ଶିଖିଛନ୍ତି ସେମାନଙ୍କ ପରୀକ୍ଷା କରାଯାଉଛି ଓ ମନ୍ଥର ଗାଡ଼ି ଚାଳନା ଏବଂ ଅଣଓସାରିଆ ରାସ୍ତାରେ ଗାଡ଼ି ଚାଳନା ଜରିଆରେ ସେମାନଙ୍କ ଶିକ୍ଷାକୁ ଶାଣିତ କରାଯାଉଛି ।
୫. ଶିଖିବା କୌତୁକରେ ପରିଣତ ହୋଇଛି: ଯୁବ ଛାତ୍ରଛାତ୍ରୀମାନେ ସଡ଼କ ସୁରକ୍ଷା ବିଷୟରେ ଯେଭଳି ଅଧିକ ଜାଣିପାରିବେ ତାହାକୁ ନିଶ୍ଚିତ କରିବା ଲାଗି ହୋଣ୍ଡା ପକ୍ଷରୁ ସଡ଼କ ସୁରକ୍ଷା ଗେମ୍ ଓ କୁଇଜ୍ ଆଦିକୁ ଦୈନିକ ଭିତିରେ ଆୟୋଜନ କରାଯାଏ ।

Share

Leave a Reply

Your email address will not be published. Required fields are marked *

twelve + 10 =