ଏସିଆ ରୋଡ୍ ରେସିଂ ଚାମ୍ପିଅନ୍‌ସିପ୍ ପ୍ରଥମ ରାଉଣ୍ଡ୍‌ର ଦ୍ୱିତୀୟ ରେସ୍‌ରେ ଶ୍ରେଷ୍ଠ ୧୫ ଭିତରେ ଆଇଡେମିସୁ ହୋଣ୍ଡା ରେସିଂ ଇଣ୍ଡିଆର କେଭିନ୍ କ୍ୱିଂଟାଲ୍‌

ଭୁବନେଶ୍ୱର: ଥାଇଲ୍ୟାଣ୍ଡ୍‌ର ଚାଙ୍ଗ ଇଂଟରନ୍ୟାସନାଲ୍ ସର୍କିଟ୍‌ରେ ଆରମ୍ଭ ହୋଇଥିବା ୨୦୨୪ ଏସିଆ ରୋଡ୍ ରେସିଂ ଚାମ୍ପିଆନ୍‌ସିପ୍‌ର ପ୍ରଥମ ରାଉଣ୍ଡର ଦ୍ୱିତୀୟ ରେସ୍‌ରେ ଆଇଡେମିସୁ ହୋଣ୍ଡା ରେସିଂ ଇଣ୍ଡିଆର ଚାଳକ କେଭିନ୍ କ୍ୱିଂଟାଲ୍ ଶ୍ରେଷ୍ଠ ୧୫ ଜଣଙ୍କ ମଧ୍ୟରେ ରହି ରେସ୍ ଶେଷ କରିବା ସହ ଚମତ୍କାର ପ୍ରଦର୍ଶନ କରି ଟିମ୍ ପାଇଁ ମୂଲ୍ୟବାନ ପଏଂଟ୍ ଯୋଡ଼ିଛନ୍ତି ।
କେଭିନ୍ ୧୯ତମ ଗ୍ରିଡ୍‌ରୁ ଏହି ୧୦ ଲ୍ୟାପ୍ ବିଶିଷ୍ଟ ରେସ୍ ଆରମ୍ଭ କରିଥିଲେ । ପ୍ରଥମ ଲ୍ୟାପ୍‌ରୁ ଆଗକୁ ବଢ଼ି ସେ ନିଜର ଦୃଢ଼ ପ୍ରଦର୍ଶନ ବଜାୟ ରଖିଥିଲେ । ଟ୍ରାକ୍‌ରେ ଘଟିଥିବା କିଛି ଦୁର୍ଘଟଣାର ଫାଇଦା ନେଇ ନିଜ ଦକ୍ଷତାକୁ ଉପଯୋଗ କରି ସେ ଆଗକୁ ବଢ଼ିଥିଲେ ଏବଂ ୧୯:୦୯:୫୫୩ ସମୟ ନେଇ ସେ ୧୩୍‌ମ ସ୍ଥାନରେ ରହି ରେସ୍ ଶେଷ କରିଥିଲେ । ତାଙ୍କ ପାଇଁ ଟିମ୍‌କୁ ତିନି ପଏଂଟ୍ ମିଳିଛି ।
କେଭିନ୍‌ଙ୍କ ସାଥୀ ଚାଳକ ମୋହସିନ୍ ୨୧ତମ ଗ୍ରିଡ୍‌ରୁ ରେସ୍ ଆରମ୍ଭ କରି ଅନ୍ୟମାନଙ୍କୁ କଡ଼ା ପ୍ରତିଦ୍ୱନ୍ଦିତା ଦେଇଥିଲେ । ଆଜି ସେ କୌଣସି ଭୁଲ ନକରି ୧୯:୩୦.୦୩୩ ସମୟ ଦେଇ ୧୬ତମ ସ୍ଥାନରେ ରହି ରେସ୍ ଶେଷ କରିଥିଲେ । କିନ୍ତୁ ସେ ଟିମ୍ ପାଇଁ କୌଣସି ପଏଂଟ୍ ଜିତିପାରିନଥିଲେ ।
ଏଆର୍‌ଆର୍‌ସି ୨୦୨୪ର ଉଦ୍‌ଘାଟନୀ ପର୍ଯ୍ୟାୟରେ ଆଇଡେମିସୁ ହୋଣ୍ଡା ରେସିଂ ଇଣ୍ଡିଆ ଟିମ୍ ୫ ପଏଂଟ୍ ହାସଲ କରିଛି ।
ହୋଣ୍ଡା ମୋଟର ସାଇକେଲ ଆଣ୍ଡ୍ ସ୍କୁଟର ଇଣ୍ଡିଆର ସେଲ୍ସ ଆଣ୍ଡ୍ ମାର୍କେଟିଂ ନିର୍ଦ୍ଦେଶକ ଯୋଗେଶ ମାଥୁର କହିଛନ୍ତି ଯେ, “ଏସିଆ ରୋଡ୍ ରେସିଂ ଚାମ୍ପିଅନସିପ୍ ସବୁଠାରୁ କଠିନ ରେସ୍ ଏବଂ ଏହାର ଉଦ୍‌ଘାଟନୀ ରାଉଣ୍ଡର ଫଳାଫଳ ଆମ ଚାଳକଙ୍କ ମଧ୍ୟରେ ପ୍ରକୃତ ହୋଣ୍ଡାର ରେସିଂ ଡିଏନଏକୁ ଦର୍ଶାଉଛି । ଆମ ଚାଳକ ଏହି ରାଉଣ୍ଡରେ ଏକ ମଜବୁତ ଭିର୍ତି ସ୍ଥାପନ କରିଥିବାରୁ ଆମେ ଆନନ୍ଦିତ ଏବଂ ଚଳିତ ଋତୁରେ ନୂତନ ରେକର୍ଡ ସ୍ଥାପନ କରିବାକୁ ସେମାନେ ପ୍ରସ୍ତୁତ ଅଛନ୍ତି । କେଭିନ ଓ ମୋହସିନ ଅସାଧାରଣ ସଂକଳ୍ପ ପ୍ରଦର୍ଶନ କରି ଦଳ ପାଇଁ ମୂଲ୍ୟବାନ ପଏଂଟ୍ ହାସଲ କରିଥିଲେ । ସେମାନଙ୍କ ଆତ୍ମବିଶ୍ୱାସ ଓ ଦୃଢ଼ତା ଦେଶ ପାଇଁ ଗୌରବ ଆଣିଛି । ଏହି ରାଉଣ୍ଡ ଆମ ଦଳ ପାଇଁ ଅମୂଲ୍ୟ ଶିକ୍ଷଣୀୟ ଅନୁଭୂତି ପ୍ରଦାନ କରିଛି ଯାହାକୁ ଆମେ ଆଗାମୀ ରାଉଣ୍ଡରେ ଆମର ରାଇଡର୍ସଙ୍କ କୌଶଳ ଏବଂ ରଣନୈତିକ ଦକ୍ଷତା ବୃଦ୍ଧି ପାଇଁ ପ୍ରୟୋଗ କରିବୁ ।’’
ଆଇଡେମିସୁ ହୋଣ୍ଡା ରେସିଂ ଇଣ୍ଡିଆ ଚାଳକ କେଭିନ୍ କ୍ୱିଂଟାଲ୍ କହିଛନ୍ତି ଯେ ଗତକାଲି ମୋ ପାଇଁ ନିରାଶାଜନକ ଥିଲା । ଆଜି ମୁଁ ନିଜ ଦକ୍ଷତା ଏବଂ ମେସିନକୁ ଦକ୍ଷତାର ସହ ଉପଯୋଗ କରି ଦଳ ପାଇଁ ପଏଂଟ ହାସଲ କରିବା ଉପରେ ଧ୍ୟାନ ଦେଇଥିଲି । ଟ୍ରାକ୍‌ରେ ବିଭିନ୍ନ ଆହ୍ୱାନ ସତ୍ୱେ ମୁଁ ଶାନ୍ତ ରହି ନିରନ୍ତର ପ୍ରୟାସ ଜାରି ରଖିଥିଲି ଯାହା ମୋତେ ଶ୍ରେଷ୍ଠ ୧୫ ରେ ରହିବା ଏବଂ ଦଳ ପାଇଁ ପଏଂଟ୍ ଯୋଗଦାନ କରିବାରେ ସାହାଯ୍ୟ କରିଥିଲା ।
ଚାଳକ ମୋହସିନ ପରମବାନ କହିଛନ୍ତି ଯେ, “୨୧ତମ ସ୍ଥାନରୁ ରେସ୍ ଆରମ୍ଭ କରିଥିବାରୁ ଆଜି ମୋ ପାଇଁ ଟିକେ କଷ୍ଟକର ଥିଲା । ମୋର ଲକ୍ଷ୍ୟ ଥିଲା ସ୍ଥିର ରହିବା ଏବଂ ଟ୍ରାକରେ କୌଣସି ତ୍ରୁଟି ବିନା ର‌୍ୟାଙ୍କ୍ ଉପରକୁ ଉଠିବା । ମୁଁ ଅନ୍ତର୍ଜାତୀୟ ଚାଳକଙ୍କ ସହ ତୀବ୍ର ପ୍ରତିଦ୍ୱନ୍ଦିତା କରିଥିଲି ଏବଂ ୧୬ତମ ସ୍ଥାନରେ ଦୌଡ଼ ଶେଷ କରିଥିଲି । ପରବର୍ତୀ ରାଉଣ୍ଡରେ ଉନ୍ନତ ପ୍ରଦର୍ଶନ ପାଇଁ ମୋର ରଣନୀତିକୁ ସଂଶୋଧନ କରିବା ଆବଶ୍ୟକ ଥିବା କ୍ଷେତ୍ରଗୁଡ଼ିକୁ ମୁଁ ଚିହ୍ନଟ କରିଛି ।’’

Share

Leave a Reply

Your email address will not be published. Required fields are marked *

1 × 4 =