ବନ୍ଧନ ବ୍ୟାଙ୍କ ଏବଂ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ମଧ୍ୟରେ ବ୍ୟବସାୟିକ ଯାନ ଏବଂ ଉପକରଣର ଫାଇନାନ୍ସ ଦିଗରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ଘରୋଇ କ୍ଷେତ୍ରର ବ୍ୟାଙ୍କ ବନ୍ଧନ ବ୍ୟାଙ୍କ ଏହାର ଗ୍ରାହକମାନଙ୍କୁ ବ୍ୟବସାୟିକ ଯାନ ଏବଂ ଉପକରଣ ଉପରେ ସୁବିଧାଜନକ ଆର୍ôଥକ ସମାଧାନ ପ୍ରଦାନ କରିବା ପାଇଁ ଦେଶର ଅଗ୍ରଣୀ ବ୍ୟବସାୟିକ ଯାନ ନିର୍ମାତା ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା (ଏମଆଣ୍ଡଏମ) ସହିତ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛି । ଏହି ସହଯୋଗିତା ଅଧୀନରେ ବନ୍ଧନ ବ୍ୟାଙ୍କ ସମଗ୍ର ବ୍ୟବସାୟିକ ଯାନ ଏବଂ ବାଣିଜ୍ୟିକ ଉପକରଣ ପାଇଁ ଆର୍ôଥକ ସହାୟତା ପ୍ରଦାନ କରିବ ଏବଂ ଗ୍ରାହକମାନେ ବ୍ୟାଙ୍କର ବ୍ୟାପକ ନେଟୱାର୍କ ଏବଂ ସହଜ ପରିଶୋଧ ଯୋଜନାରୁ ଉପକୃତ ହେବେ ।
ବନ୍ଧନ ବ୍ୟାଙ୍କର ଉପଭୋକ୍ତା ଋଣ ଏବଂ ବନ୍ଧକ ମୁଖ୍ୟ ସନ୍ତୋଷ ନାୟାର କହିଛନ୍ତି ଯେ, “ବନ୍ଧନ ବ୍ୟାଙ୍କ ନିରବଚ୍ଛିନ୍ନ ଯାନ ଫାଇନାନ୍ସିଂ ସମାଧାନ ପ୍ରଦାନ କରିବା ପାଇଁ ଏମଆଣ୍ଡଏମ ସହିତ ସହଯୋଗିତା ସ୍ଥାପନ କରି ଆନନ୍ଦିତ । ବ୍ୟବସାୟିକ ଯାନ ଏବଂ ଉପକରଣ ଗ୍ରାହକଙ୍କ ବିବିଧ ଆର୍ôଥକ ଆବଶ୍ୟକତା ପୂରଣ କରିବା ପାଇଁ ଏହି ସହଯୋଗିତା ଆମ ସମର୍ପଣକୁ ପ୍ରତିଫଳିତ କରୁଛି । ଆମର ବିଶ୍ୱାସ ରହିଛି ଯେ, ଏହି ସହଯୋଗିତା ଆମକୁ ଆମ ଉପସ୍ଥିତିକୁ ବିସ୍ତାର କରିବାରେ ସକ୍ଷମ ହେବ ଏବଂ ବ୍ୟବସାୟିକ ଯାନ କ୍ଷେତ୍ରରେ ବ୍ୟବସାୟର ଅଭିବୃଦ୍ଧିକୁ ସମର୍ଥନ କରିବା ପାଇଁ ଅନୁକୂଳ ଆର୍ôଥକ ବିକଳ୍ପ ପ୍ରଦାନ କରିବ।”
ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ବ୍ୟବସାୟିକ ଯାନ ବ୍ୟବସାୟ ମୁଖ୍ୟ ଜଲାଲ ଗୁପ୍ତା କହିଛନ୍ତି ଯେ, “ଏହି ସହଯୋଗିତା ଆମ ଗ୍ରାହକମାନଙ୍କୁ ସର୍ବୋତ୍ତମ ଆର୍ôଥକ ସମାଧାନ ପ୍ରଦାନ କରିବାରେ ସାହାଯ୍ୟ କରିବ ଏବଂ ଆବଶ୍ୟକ ପ୍ରୋତ୍ସାହନ ଓ ଆତ୍ମବିଶ୍ୱାସ ପ୍ରଦାନ କରିବ ତଥା ସେମାନଙ୍କୁ ସମୃଦ୍ଧ କରିବାରେ ସହାୟକ ହେବ । ଏହି ବୁଝାମଣା ଉଭୟ ଏମସିଇ ଏବଂ ବନ୍ଧନ ବ୍ୟାଙ୍କକୁ ପରସ୍ପରର ବିଶାଳ ନେଟୱାର୍କର ଅନ୍ତର୍ନିହିତ ଶକ୍ତିର ଲାଭ ଉଠାଇବାରେ ସକ୍ଷମ କରିବ ।”
ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ବ୍ୟାପକ ବ୍ୟବସାୟିକ ଯାନ ଏବଂ ଉପକରଣ ପ୍ରସ୍ତୁତ କରୁଛି । ବ୍ୟବସାୟିକ ଯାନ କ୍ଷେତ୍ରରେ ମହିନ୍ଦ୍ରା ଉତ୍ପାଦ ୩.୫ ଟନରୁ ୫୫ ଟନ୍ ପର୍ଯ୍ୟନ୍ତ ରହିଛି, ଯେଉଁଥିରେ ଏଲସିଭି, ଆଇସିଭି ଏବଂ ଏଚସିଭି ଅନ୍ତର୍ଭୁକ୍ତ । ତେବେ ବ୍ୟବସାୟିକ ଉପକରଣ କ୍ଷେତ୍ରରେ କମ୍ପାନୀ ବ୍ୟାକ୍‌-ହୋ ଲୋଡର ଏବଂ ମୋଟର ଗ୍ରେଡର ବିକ୍ରି କରୁଛି । ମହିନ୍ଦ୍ରା ହେଉଛି ୪୦% ରୁ ଅଧିକ ଅଭିବୃଦ୍ଧି ହାର ସହିତ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଓଇଏମ୍ ମଧ୍ୟରୁ ଅନ୍ୟତମ ଏବଂ ୫୦୦ରୁ ଅଧିକ ଟଚପଏଣ୍ଟର ନେଟୱାର୍କ ସହିତ କମ୍ପାନୀ ଏହାର ବିକ୍ରୟ ପରବର୍ତ୍ତୀ ସେବାକୁ ଦ୍ରୁତ ଗତିରେ ବିସ୍ତାର କରିଛି ।
ବନ୍ଧନ ବ୍ୟାଙ୍କ ହେଉଛି ଏକ ନୂତନ ଯୁଗର ଘରୋଇ କ୍ଷେତ୍ରର ବ୍ୟାଙ୍କ ଯାହା ଦାୟିତ୍ୱ ଉତ୍ପାଦ ସହିତ ଗୃହ ଋଣ, ଯାତ୍ରୀ ଏବଂ ବ୍ୟବସାୟିକ ଯାନ ଋଣ, ବ୍ୟକ୍ତିଗତ ଋଣ ଭଳି ଖୁଚୁରା ସମ୍ପତ୍ତି ଉତ୍ପାଦ ଉପରେ ସବୁଠାରୁ ପ୍ରତିଯୋଗିତାମୂଳକ ସୁଧ ହାର ପ୍ରଦାନ କରୁଛି । ବନ୍ଧନ ବ୍ୟାଙ୍କ ଭାରତର ୩୬ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରୁ ୩୫ଟିରେ ରହିଛି ଏବଂ ଦେଶର ୩.୨୫ କୋଟି ଗ୍ରାହକଙ୍କୁ ସେବା ପ୍ରଦାନ କରୁଛି । ଏହାର ୬,୨୫୦ରୁ ଅଧିକ ବ୍ୟାଙ୍କିଂ ଆଉଟଲେଟ୍ ରହିଛି ।

Share

Leave a Reply

Your email address will not be published. Required fields are marked *

17 + fifteen =