ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପକ୍ଷରୁ ନୂଆ ମୋଟରସାଇକଲ୍ ଏସ୍‌ପି ୧୬୦ ଉନ୍ମୋଚିତ

ଭୁବନେଶ୍ୱର:ଏସ୍‌ପି ବ୍ରାଣ୍ଡ୍‌କୁ ଆଉ ଏକ ସୋପାନ ଆଗକୁ ବଢ଼ାଇ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ପକ୍ଷରୁ ନୂଆ ଏସ୍‌ପି ୧୬୦କୁ ଉନ୍ମୋଚନ କରାଯାଇଛି । ଏହି ସ୍ପୋର୍ଟି, ଆକର୍ଷଣୀୟ ଓ ଷ୍ଟାଇଲିସ୍ ଏସ୍‌ପି ୧୬୦ ଉପଯୁକ୍ତ ଶକ୍ତି ପ୍ରଦାନ ସହ ଶ୍ରେଷ୍ଠ ପ୍ରଦର୍ଶନ କରିବ ଯାହଦୈନନ୍ଦୀନ ଯାତ୍ରା ପାଇଁ ପ୍ରସ୍ତୁତ କରାଯାଇଛି ।
ଏହାର ଶୁଭାରମ୍ଭ ଅବସରରେ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ, ସଭାପତି ଓ ସିଇଓ ଶ୍ରୀ ସୁସ୍ତୁମୁ ଓଟାନି କହିଛନ୍ତି ଯେ, “୨୦୧୫ରେ ଶୁଭାରମ୍ଭ ହେବା ପରଠାରୁ ଏସ୍‌ପି ବ୍ରାଣ୍ଡ୍ ୧୨୫ ସିସି ମୋଟରସାଇକଲ୍ ବର୍ଗରେ ବିପ୍ଳବ ଆଣିବା ସହ ପ୍ରଯୁକ୍ତି, ଷ୍ଟାଇଲ ଓ ପ୍ରଦର୍ଶନରେ ଅତୁଳନୀୟ ମାନଦଣ୍ଡ ନିର୍ଧାରଣ କରିଛି । ବର୍ତମାନ ଆମେ ବିଶ୍ୱାସର ସହ ଭବିଷ୍ୟତ ଆଗକୁ ଅଗ୍ରସର ହେଉଥିବା ବେଳେ ଏସ୍‌ପି ବ୍ରାଣ୍ଡ୍‌କୁ ଆଉ ଏକ ସୋପାନ ଉପରକୁ ନେଇ ଏବଂ ନୂଆ ଏସ୍‌ପି ୧୬୦ ଉନ୍ମୋଚନ କରୁଥିବାରୁ ଆମେ ବେଶ ଉଲ୍ଲସିତ । ଏହି ସ୍ପୋର୍ଟି ମୋଟରସାଇକଲ୍ ହେଉଛି ଉନ୍ନତ ଇଞ୍ଜିନିୟରିଂ ଓ ନବସୃଜନର ପ୍ରତିଫଳନ ଯାହା ନିଶ୍ଚିତ ରୂପେ ଗ୍ରାହକମାନଙ୍କ ଆଶା ପୂରଣ କରିବ ।’’
ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆର ସେଲ୍‌ସ ଓ ମାର୍କେଟିଂ ନିର୍ଦ୍ଦେଶକ ଶ୍ରୀ ଯୋଗେଶ ମାଥୁର କହିଛନ୍ତି ଯେ, “ସ୍ପୋର୍ଟିନେସ୍ ଓ ୟୁଟିଲିଟିର ଉପଯୁକ୍ତ ମିଶ୍ରଣ ଚାହୁଥିବା ଯୁବ ମୋଟରସାଇକଲ୍ ଉତ୍ସାହୀଙ୍କ ଅଭିଳାଷରୁ ନୂଆ ଏସ୍‌ପି ୧୬୦ ଅନୁପ୍ରାଣିତ । ଅତୁଳନୀୟ ପ୍ରଦର୍ଶନ, ଇନ୍ଧନ ମିତବ୍ୟୟିତା, ଉତମ ଶକ୍ତି ଆବଂଟନ ଏବଂ ଅତୁଳନୀୟ ଆରାମର ଏକ ସମିଶ୍ରଣ ଏସ୍‌ପି ୧୬୦,ଚାଳକଙ୍କ ଆଶା ପୂରଣ କରିବା ପାଇଁ ଉଲ୍ଲେଖନୀୟମାନକ ନିର୍ଧାରଣ କରୁଛି । ଏହାର ଶକ୍ତିଶାଳୀ ଡିଜାଇନ ଓ ଆରାମଦାୟକ ସୁବିଧା ସୁଯୋଗକୁ ନେଇ ଚାଳକମାନେ ସହଜ ଓ ସୁବିଧାରେ ଲମ୍ବା ଦୂର ଯାତ୍ରା କରିପାରିବେ ।’’
ନୂଆ ଏସ୍‌ପି ୧୬୦ରେ ରହିଛି ଏକ ବଡ଼ ଇନ୍ଧନ ଟାଙ୍କି, ଶକ୍ତିଶାଳୀ ଏଲ୍‌ଇଡି ଲ୍ୟାମ୍ପ୍ ଓ ଆଇକନିକ୍ ଏଲ୍‌ଇଡି ଟେଲ୍ ଲ୍ୟାମ୍ପ୍ ସହିତ ସ୍ପୋର୍ଟି ମଫଲର ଓ ୧୩୦ ଏମ୍‌ଏମ୍‌ର ଚଉଡ଼ା ପଛ ଟାୟାର ଯାହା ଏହାର ସ୍ପୋର୍ଟି ଲୁକ୍‌କୁ ବେଶ ଆକର୍ଷଣୀୟ କରିପାରିଛି । ଉନ୍ନତ ପ୍ରଯୁକ୍ତି ମଧ୍ୟରେ ଏଥିରେ ବ୍ୟବହାର କରାଯାଇଛି ଓବିିଡି୨ ନିୟମ ପାଳନ କରୁଥିବା ଶକ୍ତିଶାଳୀ ୧୬୦ ସିସିର ପିଜିଏମ୍‌-ଏଫ୍‌ଆଇ ଇଞ୍ଜିନ ସହିତ ସୋଲେନଏଡ୍ ଭାଲ୍‌ଭ, ରୋଲର ରୋକର ଆର୍ମ, କାଉଂଟର ବାଲାନ୍ସର ଏବଂ ଉନ୍ନତ ଡିଜିଟାଲ୍ ମିଟର ।
ନୂଆ ଏସ୍‌ପି ୧୬୦ରେ ଇଞ୍ଜିନ ଷ୍ଟପ୍ ସ୍ୱିଚ୍ ସୁବିଧା ରହିଛି । ତତସହିତ ଅଧିକ ଗ୍ରାଉଣ୍ଡ୍ କ୍ଲିୟରାନ୍ସ, ଲମ୍ବା ସିଟ୍‌, ପଛ ମନୋସକ୍ ସସ୍‌ପେନ୍‌ସନ୍‌, ହାଜାର୍ଡ ସ୍ୱିଚ୍‌, ପେଟାଲ୍ ଡିସ୍କ ବ୍ରେକ୍ ସହିତ ଏବିଏସ୍ ମଧ୍ୟ ସୁବିଧା ରହିଛି । ଏହା ଉପରେ ସ୍ୱତନ୍ତ୍ର ୧୦ ବର୍ଷର ୱାରେଂଟି (୩ ବର୍ଷ ସାଧାରଣ ଓ ୭ ବର୍ଷ ବର୍ଦ୍ଧିତ) ପ୍ରଦାନ କରାଯାଉଛି । ସିଙ୍ଗଲ ଡିସ୍କ ଓ ଡୁଆଲ୍ ଡିସ୍କ ବିକଳ୍ପରେ ଉପଲବ୍ଧ ଏସ୍‌ପି ୧୬୦ର ଏକ୍ସ ସୋ’ରୁମ୍ ଦିଲ୍ଲୀ ମୂଲ୍ୟ କ୍ରମଅନୁସାରେ ୧,୧୭,୫୦୦ ଟଙ୍କା ଏବଂ ୧,୨୧,୯୦୦ ଟଙ୍କା ରହିଛି । ଏହା ମ୍ୟାଟ୍ ମାର୍ଭେଲ୍ ବ୍ଲୁ ମେଟାଲିକ୍‌, ମ୍ୟାଟ୍ ଆକ୍ସିସ୍ ଗ୍ରେ ମେଟାଲିକ୍‌ା, ମ୍ୟାଟ୍ ଡାର୍କ ବ୍ଲୁ ମେଟାଲିକ୍‌, ପର୍ଲ ସ୍ପାର୍ଟାନ୍ ରେଡ୍‌, ପର୍ଲ ଇଗ୍ନିଅସ୍ ବ୍ଲାକ୍ ଏବଂ ପର୍ଲ ଡିପ୍ ଗ୍ରାଉଣ୍ଡ୍ ଗ୍ରେ ରଙ୍ଗରେ ଉପଲବ୍ଧ ହେବ ।

Share

Leave a Reply

Your email address will not be published. Required fields are marked *

five × 2 =