କ୍ୟୁଏକ୍ସ ଲ୍ୟାବ୍ ଏଆଇ ପକ୍ଷରୁ ବିଶ୍ୱର ପ୍ରଥମ ନୋଡ୍‌ଭିତିକ ହାଇବ୍ରିଡ୍ ଜେନ୍‌ଏଆଇ ପ୍ଲାଟ୍‌ଫର୍ମ “ଆସ୍କ କ୍ୟୁଏକ୍ସ” ଉନ୍ମୋଚିତ


– ୧୨ ଭାରତୀୟ, ୧୦୦ରୁ ଅଧିକ ବିଶ୍ୱସ୍ତରୀୟ ଭାଷାରେ ଉପଲବ୍ଧ
ଭୁବନେଶ୍ୱର: ଅଗ୍ରଣୀ ଆର୍ଟିଫିସିଆଲ ଜେନେରାଲ ଇଂଟେଲିଜେନ୍ସ କଂପାନି କ୍ୟୁଏକ୍ସ ଲ୍ୟାବ୍ ଏଆଇ ପକ୍ଷରୁ ବିଶ୍ୱର ପ୍ରଥମ ହାଇବ୍ରିଡ୍ ଜେନେରେଟିଭ୍ ଏଆଇ ପ୍ଲାଟଫର୍ମ ‘ଆସ୍କ କ୍ୟୁଏକ୍ସ’କୁ ଉନ୍ମୋଚନ କରାଯାଇଛି । ଏହା ଦ୍ୱାରା ଭାରତୀୟମାନଙ୍କ ପାଖରେ ସହଜରେ ଏଆଇ ପହଂଚିପାରିବ । ନୋଡ୍‌ଭିତିକ ଆସ୍କ କ୍ୟୁଏକ୍ସ ୧୨ଟି ଭାରତୀୟ ଭାଷା ସମେତ ୧୦୦ରୁ ଅଧିକ ଭାଷାରେ ଉପଲବ୍ଧ ହେବ । ଏହା ବିଭିନ୍ନ ଭାଷାଭାଷୀ ଲୋକମାନଙ୍କ ପାଇଁ ଏକକ ପ୍ଲାଟଫର୍ମ ସାବ୍ୟସ୍ତ ହେବ ଯାହା ଜରିଆରେ ଲୋକମାନେ ନିଜ ପରିଚିତ ଭାଷାରେ ଜେନେରେଟିଭ୍ ଏଆଇର ମଜା ନେଇପାରିବେ ।
ଏହି ୱେବ୍ ପ୍ଲାଟଫର୍ମ ଏବଂ ଆପ୍ ହିନ୍ଦୀ, ବଙ୍ଗଳା, ତେଲୁଗୁ, ମରାଠୀ, ତାମିଲ, ଉର୍ଦ୍ଦୁ, ଗୁଜରାଟୀ, କନ୍ନଡ, ମାଲାୟଲମ୍‌, ଓଡ଼ିଆ, ପଞ୍ଜାବୀ ଏବଂ ଆସାମୀ ଭାଷାରେ ଉପଲବ୍ଧ ରହିଛି । ଇଂରାଜୀ ବ୍ୟତୀତ ଆସ୍କ କ୍ୟୁଏକ୍ସ ଆରବୀ, ଫ୍ରେଂଚ୍‌, ସ୍ପାନିଶ, ଜାପାନୀ, ଜର୍ମାନ, ଇଟାଲୀ, କୋରିଆନ, ପର୍ତୁଗୀଜ, ରୁଷୀୟ ଏବଂ ସିଂହଳୀ ସମେତ ଅନ୍ୟାନ୍ୟ ବିଶ୍ୱସ୍ତରୀୟ ଭାଷାରେ ମଧ୍ୟ ଉପଲବ୍ଧ ହୋଇଛି ।
ପ୍ରାରମ୍ଭିକ ପର୍ଯ୍ୟାୟରେ ଏଥିରେ ଟେକ୍ସଟ୍ ଓ ଅଡିଓ ଫର୍ମାଟର ସୁବିଧା ମିଳିବ । ୨୦୨୪ ପ୍ରଥମ ତ୍ରୈମାସିକ ସୁଦ୍ଧା ସେଥିରେ ଛବି ଓ ଭିଡିଓ ଯୋଡ଼ାଯିବ । ଏହି ପ୍ଲାଟଫର୍ମ ଶୁଭାରମ୍ଭ ହେବା ପରଠାରୁ ୮ ନିୟୁତରୁ ଅଧିକ ବ୍ୟବହାରକାରୀ ଆକୃଷ୍ଟ କରିପାରିଛି ।
ଭାରତ ପାଇଁ ଆବଶ୍ୟକ ହେଉଥିବା ଲାର୍ଜ ଲାଙ୍ଗୁଏଜ ମଡେଲ୍‌କୁ ଆସ୍କ କ୍ୟୁଏକ୍ସ ପୂରଣ କରିବ । ୩୦ ପ୍ରତିଶତ ଲାର୍ଜ ଲାଙ୍ଗୁଏଜ ମଡେଲ୍ ଓ ୭୦ ପ୍ରତିଶତ ନ୍ୟୁରାଲ୍ ନେଟୱର୍କ ଆର୍କିଟେକ୍‌ଚରରେ ଏହାକୁ ପ୍ରସ୍ତୁତ କରାଯାଇଛି । ଏଥିରେ ଟେକ୍ସଟରୁ ଛବି, ଟେକ୍ସଟରୁ କୋଡ୍‌, ଟେକ୍ସଟରୁ ଭିଡିଓ ଭଳି ସୁବିଧା ରହିଛି । ବିଭିନ୍ନ ପ୍ରକାର ଗ୍ରାହକ ବର୍ଗ ଲାଗି ଏହା ଭିନ୍ନ ଭିନ୍ନ ସବ୍‌ସ୍କ୍ରିପ୍‌ସନ୍ ଆଣିଛି ।
କ୍ୟୁଏକ୍ସ ଲ୍ୟାବ୍ ଏଆଇର ସହ-ପ୍ରତିଷ୍ଠାତା ଏବଂ ସିଇଓ ତିଲକରାଜ ପରମାର କହିଛନ୍ତି ଯେ, “ବହୁଭାଷୀ କ୍ଷମତା ବିଶିଷ୍ଟ ବିଶ୍ୱର ଅଗ୍ରଣୀ ହାଇବ୍ରିଡ୍ ଜେନ୍ ଏଆଇ ପ୍ଲାଟଫର୍ମ ଆସ୍କ କ୍ୟୁଏକ୍ସକୁ ପ୍ରଚଳନ କରି ଆମେ ଆନନ୍ଦିତ । ଏହି ଅଭିନବ ପ୍ଲାଟଫର୍ମ ସବୁ ଭାରତୀୟଙ୍କ ପାଖରେ ଏଆଇ ପହଂଚାଇବ ଏବଂ ସାମଗ୍ରିକ ଉନ୍ନତି ପାଇଁ କୃତ୍ରିମ ବୁଦ୍ଧିମତାକୁ ସେମାନଙ୍କ ଦୈନନ୍ଦିନ ଜୀବନରେ ନିରବଚ୍ଛିନ୍ନ ଭାବରେ ସମନ୍ୱିତ କରିବା ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି । ଆଠ ବର୍ଷର ଉତ୍ସର୍ଗୀକୃତ ପ୍ରୟାସ ପରେ ପ୍ରସ୍ତୁତ ଆସ୍କ କ୍ୟୁଏକ୍ସ ଏକାଧିକ ଭାରତୀୟ ଭାଷାରେ ଅତୁଳନୀୟ ଭାଷା ଦକ୍ଷତା ଏବଂ ସଠିକତା ହାସଲ କରିଛି । ଆସ୍କ କ୍ୟୁଏକ୍ସରେ ଆମର ଲକ୍ଷ୍ୟ ହେଉଛି ବର୍ତମାନ ରହିଥିବା ବ୍ୟବଧାନକୁ ପୂରଣ କରିବା ଏବଂ କେବଳ କିଛି ସୀମିତ ଲୋକଙ୍କ ପାଇଁ ନୁହେଁ ବରଂ ଏଆଇର ପରିବର୍ତନଶୀଳ ସମ୍ଭାବନାକୁ ସମସ୍ତଙ୍କ ପାଇଁ ଉପଲବ୍ଧ କରିବା । ଆସ୍କ କ୍ୟୁଏକ୍ସର ଶୁଭାରମ୍ଭ ଭାରତରେ ଏଆଇ ପ୍ରଗତି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଅଭିଯାନର ଶୁଭାରମ୍ଭ ।’’
କ୍ୟୁଏକ୍ସ ଲ୍ୟାବ୍ ଏଆଇର ସହ ପ୍ରତିଷ୍ଠାତା ଏବଂ ମୁଖ୍ୟ ରଣନୀତି ଅଧିକାରୀ ଅର୍ଜୁନ ପ୍ରସାଦ କହିଛନ୍ତି ଯେ, “”ଜନସାଧାରଣଙ୍କୁ ସମାନ ଏଆଇ ଉପଲବ୍ଧ କରାଇବା ଲକ୍ଷ୍ୟରେ ଆମେ କ୍ୟୁଏକ୍ସ ଲ୍ୟାବ୍ ଏଆଇ ଏବଂ ଆସ୍କ କ୍ୟୁଏକ୍ସର ପରିକଳ୍ପନା କରିଥିଲୁ । ଆମେ ଏପରି ଏକ ଉତ୍ପାଦ ବିକଶିତ କରିବାକୁ ଚାହୁଁଥିଲୁ ଯାହା ଭାରତର କୋଣ ଅନୁକୋଣରେ ଲୋକମାନଙ୍କୁ ସେମାନଙ୍କ ପସନ୍ଦର ଭାଷାରେ ସେବା ଯୋଗାଇବ । ଏହାବ୍ୟତୀତ, ଆମେ କେବଳ ଏକ ଉତ୍ପାଦ ଘୋଷଣା କରିବାକୁ ଚାହୁଁନଥିଲୁ, ବରଂ ଶୁଭାରମ୍ଭ ସମୟରେ ଏକ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ପ୍ଲାଟଫର୍ମ ପ୍ରସ୍ତୁତ କରିଛୁ । ଶହେରୁ ଅଧିକ ଭାଷାରେ ଆସ୍କ କ୍ୟୁଏକ୍ସ ଉପଲବ୍ଧ ହେବା ପୂର୍ବରୁ ୮ ନିୟୁତ ଲୋକଙ୍କ ନିକଟରେ ପହଂଚିପାରିଛି । ଏହା ବ୍ୟକ୍ତି, ବ୍ୟବସାୟ ଏବଂ ସମ୍ପ୍ରଦାୟକୁ ସଶକ୍ତ କରିବା, ଯଥେଷ୍ଟ ପ୍ରଭାବ ସୃଷ୍ଟି କରିବା, ସଶକ୍ତ କରିବା ପାଇଁ ଆମର ଅତୁଟ ସମର୍ପଣର ପ୍ରମାଣ । ଆମେ ଭାରତରେ ଉଭୟ ସରକାରୀ ଏବଂ ବେସରକାରୀ କ୍ଷେତ୍ରରେ ସହଭାଗିତା ସ୍ଥାପନ କରିଛୁ ଯାହା ବିଷୟରେ ଖୁବ୍‌ଶୀଘ୍ର ଘୋଷଣା କରାଯିବ । ଭାରତରେ ଏଆଇ ବ୍ୟବଧାନକୁ ଦୂର କରୁଥିବାରୁ ଆମେ ବେଶ ଉତ୍ସାହିତ ମନେ କରୁଛୁ ।’’
କ୍ୟୁଏକ୍ସ ଲ୍ୟାବ୍ ଏଆଇର ସହ ପ୍ରତିଷ୍ଠାତା ତଥା ମୁଖ୍ୟ ବୈଜ୍ଞାନିକ ତଥାଗତ ପ୍ରକାଶ କହିଛନ୍ତି ଯେ, “ଆସ୍କ କ୍ୟୁଏକ୍ସ ହେଉଛି ବିଶ୍ୱର ପ୍ରଥମ ଜେନେରାଲ ଏଆଇ ପ୍ଲାଟଫର୍ମ ଯାହା ଉନ୍ନତ ସୁରକ୍ଷା ବ୍ୟବସ୍ଥା ଏବଂ କଠୋର ପ୍ରୋଟୋକଲ ସହିତ ଏକ ଆଶ୍ଚର୍ଯ୍ୟଜନକ ନ୍ୟୁରାଲ ନେଟୱାର୍କ ଆର୍କିଟେକ୍ଚରକୁ ଉପଯୋଗ କରିଛି । ଅତ୍ୟାଧୁନିକ ନ୍ୟୁରାଲ ନେଟୱାର୍କ ଆଧାରିତ ସଂସ୍କରଣ ପ୍ରଦାନ କରୁଥିବା ବି୨ସି ପେଡ୍ ସଂସ୍କରଣ ପ୍ରତିଯୋଗିତାମୂଳକ ଭାବରେ ମୂଲ୍ୟଯୁକ୍ତ ଏବଂ ଉପଲବ୍ଧ ଅନ୍ୟ ପ୍ଲାଟଫର୍ମ ତୁଳନାରେ ମାଗଣା ସଂସ୍କରଣରେ ଆସ୍କ କ୍ୟୁଏକ୍ସ ଜେନ୍ ଏଆଇ ନ୍ୟୁରାଲ ଇଞ୍ଜିନକୁ ହାସଲ କରିହେବ ।’’
ଦୁବାଇରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଙ୍ଗୀତ ଜଗତର କିମ୍ବଦନ୍ତୀ ଏ ଆର ରେହମାନ୍ ନିଜର ମେଟା ହ୍ୟୁମାନ୍ ପ୍ରୋଜେକ୍ଟର ଶୁଭାରମ୍ଭ କରିଥିଲେ ।

Share

Leave a Reply

Your email address will not be published. Required fields are marked *

nineteen + 15 =