ବେସାମରିକ ପେନ୍‌ସନ୍ ବଂଟନ ପାଇଁ ଆର୍‌ବିଆଇ ପକ୍ଷରୁ ବନ୍ଧନ ବ୍ୟାଙ୍କକୁ ସ୍ୱୀକୃତି

ଭୁବନେଶ୍ୱର: ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀଳ ଘରୋଇ ବ୍ୟାଙ୍କ, ବନ୍ଧନ ବ୍ୟାଙ୍କ ପକ୍ଷରୁ ଆଜି ଘୋଷଣା କରାଯାଇଛି ଯେ ଯେ ବେସାମରିକ (ସିଭିଲ୍‌) ପେନ୍‌ସନ୍‌ଭୋଗୀମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରଣାଳୟର କେନ୍ଦ୍ରୀୟ ପେନ୍‌ସନ୍ ଆକାଉଟିଂ କାର୍ଯ୍ୟାଳୟ (ସିପିଏଓ) ତରଫରୁ ସ୍ୱୀକୃତିପ୍ରାପ୍ତ ପେନ୍‌ସନ୍ ବଂଟନ ବ୍ୟାଙ୍କ ଭାବେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ନିଯୁକ୍ତ କରାଯାଇଛି । ବଂଟନ ପ୍ରକ୍ରିୟାକୁ ଶୁଭାରମ୍ଭ କରିବା ପାଇଁ ବ୍ୟାଙ୍କ ପକ୍ଷରୁ ଖୁବ୍‌ଶୀଘ୍ର ସିପିଏଓର କାର୍ଯ୍ୟାଳୟ ସହ ସମନ୍ୱୟ ରକ୍ଷା କରାଯିବ ।
ବ୍ୟାଙ୍କକୁ ପ୍ରଦାନ କରାଯାଇଥିବା ସ୍ୱୀକୃତି ଅନୁସାରେ ବନ୍ଧନ ବ୍ୟାଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କ ବେସାମରିକ ମନ୍ତ୍ରଣାଳୟ/ ବିଭାଗ (ରେଳବାଇ, ଡାକ ଓ ପ୍ରତିରକ୍ଷା ଭିନ୍ନ), ଦିଲ୍ଲୀ ଜାତୀୟ ରାଜଧାନୀ ଅଂଚଳ, ବିନା ବିଧେୟକର କେନ୍ଦ୍ର ଶାସିତ ପ୍ରଶାସନର କର୍ମଚାରୀ, ହାଇକୋର୍ଟ ଓ ସୁପ୍ରିମକୋର୍ଟର ବିଚାରପତି ଓ ସର୍ବଭାରତୀୟ ସେବା ଅଧିକାରୀମାନଙ୍କୁ ପେନ୍‌ସନ୍ ବଂଟନ କରାଯିବ । ଏହି ସ୍କିମ୍‌ରେ ପୂର୍ବତନ ସାଂସଦମାନଙ୍କୁ ପେନ୍‌ସନ୍ ବଂଟନ, ଭାରତର ପୂର୍ବତନ ରାଷ୍ଟ୍ରପତି/ ଉପରାଷ୍ଟ୍ରପତିଙ୍କୁ ପେନ୍‌ସନ୍ ଓ ସୁବିଧା ସୁଯୋଗ ପ୍ରଦାନ ସାମିଲ ରହିଛି ।
ବନ୍ଧନ ବ୍ୟାଙ୍କର ମୁଖ୍ୟ-ସରକାରୀ ବ୍ୟବସାୟ ଦେବରାଜ ଶାହା କହିଛନ୍ତି ଯେ “ବ୍ୟାଙ୍କ ଉପରେ ଲୋକମାନେ ଯେଉଁ ଭରସା ପ୍ରକଟ କରିଛନ୍ତି ତାହାର ପ୍ରମାଣ ହେଉଛି ଏହି ନୂଆ ସ୍ୱୀକୃତି । ଅବସରପ୍ରାପ୍ତମାନଙ୍କୁ ପେନସନ୍‌ର ପ୍ରଭାବୀ ଆଂବଟନ କରିବା ଲାଗି ଏହା ଆମକୁ ସକ୍ଷମ କରିଛି ଯାହା ସେମାନଙ୍କ ସୁବର୍ଣ୍ଣ ବର୍ଷଗୁଡ଼ିକରେ ଆର୍ଥିକ କଲ୍ୟାଣ ପ୍ରତି ଅବଦାନ ପ୍ରଦାନ କରିବ । ଆମେ ଏବେ ଅଧିକ ସଂଗଠିତ, ସୁରକ୍ଷିତ ଓ ତ୍ୱରିତ ଢଙ୍ଗରେ ଅବସରପ୍ରାପ୍ତମାନଙ୍କୁ ସେବା ପ୍ରଦାନ କରିବାକୁ ଭଲ ଭାବେ ପ୍ରସ୍ତୁତ ହୋଇପାରିଛୁ । ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସହିତ ଆମ ଉପରେ ଭରସା ପ୍ରକଟ କରିଥିବାରୁ ନିୟାମକ ସଂସ୍ଥା ନିକଟରେ ଆମେ କୃତଜ୍ଞ ।’’

Share

Leave a Reply

Your email address will not be published. Required fields are marked *

eighteen − three =