ବୈଦ୍ୟୁତିକ ଯାନ ଉପରୁ ଜିଏସଟି ହାର ୧୨ରୁ ୫%କୁ ହ୍ରାସ

ନୂଆଦିଲ୍ଲୀ () ଆଜି କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୩୬ତମ ଜିଏସଟି ପରିଷଦ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଅର୍ଥ ଓ କର୍ପୋରେଟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ବ୍ୟତୀତ ରାଜସ୍ବ ସଚିବ ଅଜୟ ଭୂଷଣ ପାଣ୍ଡେ ଏବଂ ଅର୍ଥ ମନ୍ତ୍ରଣାଳୟର ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀ ମଧ୍ୟ ଉପସ୍ଥିତ ଥିଲେ ।

ପରିଷଦ ସୁପାରିଶ ଅନୁଯାୟୀ ଦ୍ରବ୍ୟ ଓ ସେବାର ଯୋଗାଣ ଉପରେ ଜିଏସଟି ହାର ଲାଗୁ ଜନିତ ପରିବର୍ତନ ସହ ସମସ୍ତ ବୈଦ୍ୟୁତିକ ଯାନ ଉପରେ ଲାଗୁ ଜିଏସଟି ହାରରେ ୧୨ରୁ ୫ ପ୍ରତିଶତ ହ୍ରାସ ହେବ । ବୈଦ୍ୟୁତିକ ଯାନର ଚାର୍ଜର ଓ ଚାର୍ଜିଂ ଷ୍ଟେସନ ଉପରେ ଲାଗୁ ଜିଏସଟି ହାର ୧୮ ପ୍ରତିଶତରୁ ୫ ପ୍ରତିଶତ ହ୍ରାସ କରାଯିବ । ଆଂଚଳିକ ଅଧିକାରୀମାନଙ୍କ ଦ୍ବାରା ଭଡାରେ ଅଣାଯାଉଥିବା ବୈଦ୍ୟୁତିକ ବସ (୧୨ରୁ ଅଧିକ ଯାତ୍ରୀ ବହନ କରୁଥିବା କ୍ଷମତା ବିଶିଷ୍ଟ) ଗୁଡ଼ିକୁ ଜିଏସଟିରୁ ମୁକ୍ତ କରାଯିବ । ଏହି ପରିବର୍ତନ ଅଗଷ୍ଟ ୧, ୨୦୧୯ରୁ ଲାଗୁ କରାଯିବ ।

ଏଥିସହ ଜିଏସଟି ଆଇନରେ ପରିବର୍ତନ ପାଇଁ ୭.୦୩. ୨୦୧୯ରେ ପ୍ରକାଶ ପାଇଥିବା ବିଜ୍ଞପ୍ତି ନଂ.୨/୨୦୧୯-କେନ୍ଦ୍ରୀୟ ରାଜସ୍ବ (ହାର) ଅନୁଯାୟୀ କର ଦେୟ ସୁବିଧା ଉପଲବ୍ଧ କରିବା ପାଇଁ ଫର୍ମ ଜିଏସଟି ସିଏମପି-୦୨ ପୁରଣ କରି ଆବେଦନ କରିବାର ତାରିଖକୁ  ୩୧.୦୭.୨୦୧୯ରୁ ୩୦.୦୯.୨୦୧୯କୁ ବୃଦ୍ଧି କରାଯାଇଛି । ୨୦୧୯ ଏପ୍ରିଲରୁ ୨୦୧୯ ଜୁନ ପର୍ଯ୍ୟନ୍ତ ଏହି ୪ ମାସ ପାଇଁ କର ଦେୟ ସମ୍ବନ୍ଧୀୟ ସମସ୍ତ ସୂଚନା ଫର୍ମ ଜିଏସଟି ସିଏମପି-୦୮ରେ ପ୍ରଦାନ ନିମନ୍ତେ ସମୟ ସୀମା ୩୧.୭.୨୦୧୯ରୁ ୩୧.୮. ୨୦୧୯କୁ ବୃଦ୍ଧି କରାଯାଇଛି ।

Share

Leave a Reply

Your email address will not be published. Required fields are marked *

one × four =