ପରପାରିରେ ସୁଡୋକୁ ଗେମର ଗଡଫାଦର

ନୂଆଦିଲ୍ଲୀ: ବିଶ୍ୱର ଲୋକପ୍ରିୟ ମାଇଣ୍ଡ ଗେମ ସୁଡୋକୁର ଗଡ ଫାଦର କୁହାଯାଉଥିବା ମାକି କାଜିଙ୍କ ଆଜି ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ହୋଇଥିଲା । ସେ ଦୀର୍ଘ ଦିନ ଧରି କର୍କଟ ରୋଗରେ ଆକ୍ରାନ୍ତ ଥିଲେ । ସୁଡୋକୁର ଆବିଷ୍କାର ସ୍ୱିସ ଗଣିତଜ୍ଞ ଲିୟୋନାର୍ଡ ୟୁଲର ୧୮ତମ ଶତାବ୍ଦୀରେ କରିଥିଲେ । ତେବେ ଏହି ଗଣିତ ଗେମ ବିଶ୍ୱସ୍ତରରେ ଲୋକପ୍ରିୟ କରାଇଥିଲେ କାଜି ।୯୮୦ରେ ପ୍ରଥମ ଥର ପାଇଁ ସେ ଏହାକୁ କେତେକ ପତ୍ରିକାରେ ସ୍ଥାନ ଦେଇଥିଲେ । ଏହା ଏତେ ଲୋକପ୍ରିୟ ହେଲା ଯେ ଏହାର ଡିଜିଟାଲ ରୂପ ପ୍ରକାଶ କରିବାକୁ ସେ ବାଧ୍ୟ ହୋଇଥିଲେ । ୨୦୦୬ ପରଠାରୁ ପ୍ରତ୍ୟେକ ବର୍ଷ ସୁଡୋକୁର ବିଶ୍ୱ ଚାମ୍ପିୟନଶିପ ଆୟୋଜିତ ହୋଇଥାଏ । ଏବେ ୧୦୦ରୁ ଊର୍ଦ୍ଧ୍ୱ ଦେଶରେ ୨୦ କୋଟିରୁ ଅଧିକ ଲୋକ ଏହି ଗେମକୁ ଖେଳିଥାନ୍ତି ।

Share

Leave a Reply

Your email address will not be published. Required fields are marked *

one × four =