ଡ୍ୟାନ୍ସ ବାରରେ ପୋଲିସର ରେଡ

ଭୁବନେଶ୍ବର()  ରାଜଧାନୀରେ ବେଆଇନ୍ ଡ୍ୟାନ୍ସ୍ ବାର ଉପରେ ପୋଲିସର ଚଢଉ । କଟକ ରୋଡରେ ୧୧ଟି ବାରରେ ରେଡ୍ । ଗତ ରାତିରେ ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରେ ଥିବା ୧୧ଟି ବାର୍ ଉପରେ ପୁଲିସ ଚଢ଼ଉ କରିଥିଲା। ସେଥିରେ ୯୬ରୁ ଅଧିକ ବାର୍ ଡ୍ୟାନସରଙ୍କୁ ଅଟକ ରଖିଥିଲା।

ରାଜ୍ୟ ବାହାରୁ ବାର୍ ଡ୍ୟାନସରମାନଙ୍କୁ ଆଣି ବିଳମ୍ବିତ ରାତି ପର୍ୟ୍ୟନ୍ତ ବାର୍ ଖୋଲି ଚଳାଇଥିଲେ ବେଆଇନ୍ କାରବାର । କେବଳ ଏତିକି ନୁହେଁ, ଡ୍ୟାନ୍ସ ବାର୍ ଭିତରେ ଅଶ୍ଳୀଳତା ସବୁ ସୀମା ଟପି ଯାଇଥିବା ଦେଖିବାକୁ ମିଳିଥିଲା। ଝିଅମାନଙ୍କୁ ବାର୍ରେ ମଦ ପରିବେଷଣ ଲାଗି ଅନୁମତି ନଥିବା ସତ୍ତ୍ୱେ, ବାର୍ ଡ୍ୟାନସରଙ୍କୁ ଏଥିରେ ନିୟୋଜିତ କରାଯାଉଥିଲା। ଗଲା ରାତିରେ ଛାପା ମାରିଲା କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ବାର୍ଡ଼ । ଭୁବନେଶ୍ବର କଟକ ରୋଡ୍ରେ ଥିବା ୧୧ଟି ଡ୍ୟାନ୍ସ୍ ବାର୍ ଉପରେ ପୋଲିସ ରେଡ୍ କରିଛି । ଯେଉଁଠାରୁ ୯୬ଜଣ ଅଣ ଓଡ଼ିଆ ବାର୍ ଡ୍ୟାନ୍ସରଙ୍କୁ ଉଦ୍ଧାର କରାଯାଇଥିଲା । ତେବେ ପୋଲିସ କେବଳ ଝିଅ ମାନଙ୍କ ନାଁ ଗାଁ ଠିକଣା ରଖି ପୁଣି ବାର୍ ମ୍ୟାନେଜରଙ୍କ ଜିମାରେ ଛାଡ଼ିଦେଇଥିଲା ସେଇ ବାର୍ ଡ୍ୟାନ୍ସର ମାନଙ୍କୁ ।

Share

Leave a Reply

Your email address will not be published. Required fields are marked *

17 − 4 =