ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବଙ୍ଗଳା ଭାଙ୍ଗିବାକୁ ନିର୍ଦ୍ଦେଶ

ଅମରାବତୀ()   ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁଙ୍କ ବଙ୍ଗଳା ଭାଙ୍ଗିବାକୁ ଆଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ । ଆସନ୍ତାକାଲିଠାରୁ ବିଲ୍ଡିଂ ଭାଙ୍ଗିବା କାର୍ୟ୍ୟ ମଧ୍ୟ ଆରମ୍ଭ ହୋଇଯିବ ।

ତେବେ ନିକଟରେ ଚନ୍ଦ୍ରବାବୁ ନାଇଡୁ ‘ପ୍ରଜା ବେଦିକା’କୁ ପ୍ରତିପକ୍ଷ ନେତାଙ୍କ ସରକାରୀ ଆବାସ ଘୋଷଣା କରିବାକୁ ଜଗନ ମୋହନଙ୍କୁ ଚିଠି ଲେଖି କହିଥିଲେ ।

ଶନିବାର ଦିନ ୱାଇଏସଆର କଂଗ୍ରେସ ସରକାର ନାଇଡୁଙ୍କ ଅମରାବତୀ ସ୍ଥିତ ପ୍ରଜ୍ଞା ବେଦିକା ବଙ୍ଗଳାକୁ ନିଜ କବଜାକୁ ନେଇଥିଲା । ଟିଡ଼ିପି ଏହାକୁ ପ୍ରତିଶୋଧ ରାଜନୀତି ବୋଲି କହିଛି । ବିରୋଧୀ ଅଭିଯୋଗ କରିଛନ୍ତି ସରକାର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୌଣସି ବିଶ୍ବାସ ଦେଖାଇନାହାନ୍ତି ।

Share

Leave a Reply

Your email address will not be published. Required fields are marked *

twelve + 19 =