ତନେଇରା ପକ୍ଷରୁ କୁଇନ୍‌ସ କଲେକ୍ସନ ଉନ୍ମୋଚନ ସହ ଉତ୍ସବ ଉତ୍ସାହକୁ ଗ୍ରହଣ

ମୃଣାଳ ଠାକୁରଙ୍କୁ ନେଇ ବିଶୁଦ୍ଧ ସିଲ୍କରେ ପ୍ରସ୍ତୁତ ଡିଜାଇନର ହାତ ତିଆରି ଶାଢ଼ି ଉନ୍ମୋଚିତ
ଭୁବନେଶ୍ୱର: ଏହି ଦୀପାବଳିରେ ଆପଣଙ୍କ ଉତ୍ସବ ପାଳନରେ ଉଜ୍ୱଳତା ଭରିଦେବା ଲାଗି ଟାଟାର ଉତ୍ପାଦ ତନେଇରା ପକ୍ଷରୁ ଉତ୍ସବ ଏଡିଟ୍‌-ଦି କୁଇନ୍‌ସ କଲେକ୍ସନର ଶୁଭାରମ୍ଭ କରାଯାଇଛି । ଆକର୍ଷଣୀୟ ମୃଣାଳ ଠାକୁରଙ୍କୁ ନେଇ ପ୍ରସ୍ତୁତ ଏକ ଟିଭି ବିଜ୍ଞାପନକୁ କଂପାନି ପକ୍ଷରୁ ଉନ୍ମୋଚନ କରାଯାଇଛି ଯେଉଁଥିରେ ବିଶୁଦ୍ଧ ସିଲ୍କରେ ପ୍ରସ୍ତୁତ ଡିଜାଇନର ହାତ ତିଆରି ଶାଢ଼ିଗୁଡ଼ିକୁ ଉପସ୍ଥାପନ କରାଯାଇଛି ।
ନିଜର ଆକର୍ଷଣୀୟ ଉପସ୍ଥିତି, ଚଳଚଂଚଳ, ନୃତ୍ୟ ଜରିଆରେ ଉତ୍ସବ ସମ୍ଭାର କୁଇନ୍‌ସ କଲେକ୍ସନକୁ ଉନ୍ମୋନ କରି ପରଦାରେ ଉଜ୍ଜ୍ୱଳତା ଜରିଦେଇଛନ୍ତି ମୃଣାଳ ଠାକୁର । ଏହା ହେଉଛି ଆଜିର ଉତ୍ସାହୀ ମହିଳାଙ୍କ ପ୍ରତି ଏକ ହାର୍ଦ୍ଦିକ ଶ୍ରଦ୍ଧାଞ୍ଜଳି ଯେଉଁମାନେ ନିଜ କାହାଣୀ ନିଜେ ରଚନା କରନ୍ତି, ନିଜର ଯାତ୍ରାକୁ ନିଜେ ପ୍ରସ୍ତୁତ କରନ୍ତି ଏବଂ ରଚନାକୁ ସ୍ୱତନ୍ତ୍ର ବ୍ୟାଖ୍ୟା କରିଥାନ୍ତି ।
ସାରା ଦେଶର ବିବିଧ ବର୍ଗର ଗ୍ରାହକମାନଙ୍କ ପାଇଁ କହିହେଉଥିବା ଏକ ଭାଷାରେ ପ୍ରସ୍ତୁତ ତନେଇରାର ଏହି ଅଭିଯାନରେ ଉଲ୍ଲାସର ଅନୁଭବ କରୁଥିବା, ନିଜକୁ ଗ୍ରହଣ କରିଥବିବା ଏବଂ ଛଅ ୟାର୍ଡକୁ ପରିଧାନ କରି ଜଣେ ରାଣୀ ଭାବେ ନିଜ ଭାବକୁ ପ୍ରରିପ୍ରକାଶ କରୁଥିବା ଜଣେ ମହିଳାଙ୍କୁ ଉପସ୍ଥାପନ କରାଯାଇଛି ଯିଏ ଶାଢ଼ିକୁ ଏକ ସୁନ୍ଦର କାନଭାସରେ ରୂପାନ୍ତରିତ କରିଛନ୍ତି ଯାହା ତାଙ୍କ ନିଜସ୍ୱକୁ ପ୍ରତିଫଳିତ କରୁଛି । ଅତୀତର ଉତ୍ସବ ପାଳନ ସ୍ମୃତି ହେଉ କିମ୍ବା ପରିବାର ପରମ୍ପରାକୁମନେ ପକାଇବା, ଶାଢ଼ି ହେଉଛି ଅନେକ ମୁହୂର୍ତର ସମ୍ପଦ ଯାହା ସମୟ ଓ ଷ୍ଟାଇଲ୍‌ର ଅନ୍ତରକୁ ଦୂର କରିଥାଏ ଏବଂ ସେହି ମୂଲ୍ୟବାନ ସ୍ମୃତି ସାଇତି ରଖିବାର ମାଧ୍ୟମ ଭାବେ କାର୍ଯ୍ୟ କରିଥାଏ ।
ଜଳ, ବାୟୁ, ଆକାଶ, ପୃଥିବ ଓ ଅଗ୍ନିର ପଂଚ ତତ୍ୱରୁ ଅନୁପ୍ରାଣିତ କୁଇନ୍‌ସ କଲେକ୍ସନ ହେଉଛି ତନେଇରାର ଅଭିନବ ଢିଜାଇନ୍ ଓ ଭିନ୍ନ ପାଇଁ ସଂକଳ୍ପବଦ୍ଧତାର ପ୍ରମାଣ । ନିଜକୁ ଜାଣି ହେଉଥିବା ଏବଂ ନିଜର ସବ ପ୍ରକାର ଭାବକୁ ଗ୍ରହଣ କରିବାର ବିବିଧତା ପ୍ରଦାନ କରୁଥିବା ଏହି କଲେକ୍ସନ ଆଧୁନିକ ଯୁଗର ମହିଳାଙ୍କ ଆବଶ୍ୟକତା ପୂରଣ କରିବ ଯେଉଁମାନେ ନିଜକୁ ପରିପ୍ରକାଶ କରିପାରୁଛନ୍ତି । ପ୍ରତିଟି ଧାରରେ ରହିଛି ଦୃଢ଼ତା ଓ ସ୍ୱାଧୀନତାର କାହାଣୀ ଏବଂ ପ୍ରତିଟି ଭାଙ୍ଗ ମହିଳାଙ୍କ ଭାବକୁ ଗ୍ରୌଣ କରୁଛି ଯେଭଳି ସେ ନିଜ ଜୀବନରେ ଜଣେ ରାଣୀ ଯିଏ ନିଜ ଭାଗ୍ୟ ଉପରେ ଶାସନ କରୁଛନ୍ତି ।
ଏହି ଅଭିଯାନ ବିଷୟରେ ନିଜ ମତ ରଖି ତନେଇରାର ମହାପ୍ରବନ୍ଧକ ଶାଲିନୀ ଗୁପ୍ତା କହିଛନ୍ତି ଯେ, “ଦି କୁଇନ୍‌ସ କଲେକ୍ସନ ପାଇଁ ମୃଣାଳ ଠାକୁରଙ୍କ ସହିତ ଆମର ସହଯୋଗିତା ହେଉଛି ବର୍ତମାନ ସମୟର ମହିଳାଙ୍କୁ ପାଳନ କରିବା । ଶାଢ଼ି ଯେଭଳି ଏକ ପରିଧାନରୁ ଆଗକୁ ବଢ଼ି ଷ୍ଟାଇଲ, ଭାବାବେଗ ଓ ଆତ୍ମ ପରିପ୍ରକାଶରେ ପରିଣତ ହୋଇଛି ସେହିପରି ସମସାମୟିକ ମହିଳା ନିଜର ପସନ୍ଦ ଏବଂ ପଦକ୍ଷେପ ଜରିଆରେ ନିଜର ପରିଚୟ ନିର୍ଧାରଣ କରିଛି । ଏହା କରିବା ଦ୍ୱାରା ସେ ନିଜ ହିସାବରେ ଉଦୀୟମାନ ହୋଇ ନିଜ କାହାଣୀର ଜଣେ ରାଣୀ ହୋଇଛନ୍ତି । ଆଧୁନିକ ଯୁଗର ମହିଳା ଯେତେବେଳେ ତନେଇରା ଶାଢ଼ି ପରିଧାନ କରନ୍ତି ସେତେ ଯାଦୁ ସୃଷ୍ଟି ହୁଏ । ଏକ ରାଜକୀୟ ଭାବନା ଆସିଥାଏ ଯାହା ବିଶ୍ୱାସ ବଢ଼ାଏ ଏବଂ ତାଙ୍କ ପ୍ରତିଟି ପଦକ୍ଷେପରେ ପ୍ରାକୃତିକ ଭାବ ପରିପ୍ରକାଶ ହୁଏ ।
ଏହି ଅଭିଯାନ ଓ ସହଯୋଗିତା ସମ୍ପର୍କରେ ମୃଣାଳ ଠାକୁର କହିଛନ୍ତି ଯେ, “ଶାଢ଼ି ଓ ଆମ ଦେଶର କଳାକୃତି ସଂସ୍କୃତିକୁ ପସନ୍ଦ କରୁଥିବା ଜଣେ ବ୍ୟକ୍ତି ଭାବେ ଭବ୍ୟତାକୁ ଗ୍ରହଣ କରିବାର ପ୍ରତିଟି ସୁଯୋଗକୁ ହାତଉଥିବା ବେଳେ ତନେଇରା ଯାତ୍ରାର ଅଂଶ ହୋଇଥିବାରୁ ମୁଁ ବାସ୍ତବରେ ଉଲ୍ଲସିତ । କୁଇନ୍‌ସ କଲେକ୍ସନର ସୌନ୍ଦର୍ଯ୍ୟ ଓ ଯାଦୁକରୀ ଆଧୁନିକ ମହିଳାଙ୍କ ଭାବକୁ ପ୍ରକାଶ କରୁଛି ଯିଏ ସ୍ୱତନ୍ତ୍ର ଷ୍ଟାଇଲ୍ ଓ ଅନ୍ତରର ଦୃଢ଼ତାକୁ ଗ୍ରହଣ କରିବା ଲାଗି ବେଶ ବିଶ୍ୱାସୀ ।’’
ଓଗିଲ୍‌ଭି ସାଉଥର ଚିଫ୍ କ୍ରିଏଟିଭ୍ ଅଫିସର ପୁନୀତ କପୁର କହିଛନ୍ତି ଯେ, “ପ୍ରଭାବଶାଳୀ ଫେସନ ଯୋଗାଯୋଗ ପାଇଁ ଏକ ଚିନ୍ତାଧାରରେ ସମୃଦ୍ଧ ସରଳତା ସହ ଏକ ଚିନ୍ତାଧାରାରେ ପହଂଚିବାର ବାଟ ହେଉଛି ଯେଉଁଠାରେ ଅଳ୍ପ ହେଉଛି ଅଧିକ ଏବଂ ଯାହା କହିବାରେ ନୁହେଁ ବରଂ ଆପଣ କ’ଣ ଅନୁଭବ କରୁଛନ୍ତି ତାହା ଅଧିକ ଗୁରୁତ୍ୱପୂର୍ଣ୍ଣ । ପୁନଶ୍ଚ, ଆଧୁନିକ ଯୁଗର ମହିଳାଙ୍କ ଆତ୍ମରେ ରାଜକୀୟତାର ଭାବ ବୁଝିବାର ଅସାଧାରଣ ଶକ୍ତି ଉତ୍ସବ ଓ ଶାଢ଼ି ପାଖରେ ରହିଛି । ଏହି ଅଭିଯାନ ସେହି ମହାନ ଭାବନାକୁ ଜାଗ୍ରତ କରିବାର ଏକ ଉଦ୍ୟମ ।’’

Share

Leave a Reply

Your email address will not be published. Required fields are marked *

twenty − seven =