ତହସିଲ ଦାରଙ୍କୁ ଜିଅନ୍ତା ନିଆଁ ଲଗାଇ ହତ୍ୟା

ତେଲେଙ୍ଗାନାରୁ ଆସିଲା ଅଭାବନୀୟ ଘଟଣା । ରଙ୍ଗାରେଡ୍ଡୀ ଜିଲ୍ଲା ଅବଦୁଲାପୁରମେଟା ତହସିଲ ଦାରଙ୍କୁ ଜିଅନ୍ତା ନିଆଁ ଲଗାଇ ହତ୍ୟା କରାଯାଇଛି ।  ଦକ୍ଷୀଣ ଭାରତ ରାଜ୍ୟ ତେଲେଙ୍ଗାନାରେ ଅପରାଧୀଙ୍କ ସାହସ ଏତେ ମାତ୍ରାରେ ବଢିଯାଇଛି କି, ପୋଲିସର ଡର କେଉଁ ଆଡେ ଚାଲିଯାଇଛି । ଗତ କିଛି ଦିନ ତଳେ ଜଣେ ମହିଳା ବନବିବାଗ କର୍ମଚାରୀଙ୍କୁ ମାରପିଟ୍ କରିବାର ଘଟଣା ସାମ୍ନାକୁ ଆସିଥିଲା ଆଉ ଆଜି ଅଫିସରେ ପସି ମହିଳା ତହସିଲଦାରଙ୍କୁ ଜିଅଁତା ଜାଳିଦେବାର ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ସୂଚନା ଅନୁଯାୟୀ, ମହିଳା ତହସିଲଦାର ଅଫିସରେ ବସି କାମ କରୁଥିଲେ । ଏଥି ମଧ୍ୟରେ ଜଣେ ବ୍ୟକ୍ତି ଆସି ତାଙ୍କ ଉପରେ ପେଟ୍ରୋଲ ଢାଳିବା ଆରମ୍ଭ କରିଦେଇଥିଲେ । ଆଖପାଖରେ ଥିବା ଲୋକେ କିଛି ବୁଝିବା ପୂର୍ବରୁ ଦୁର୍ବୁତ୍ତ ଜଣକ ମହିଳାଙ୍କ ଦେହରେ ନିଆଁ ଲଗାଇଦେଇଥିଲା । ମହିଳାଙ୍କୁ ବଞ୍ଚାଇବାକୁ ଦୁଇଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ସେଥି ମଧ୍ୟରୁ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ସେପଟେ ଘଟଣାର କାରଣ ଜଣା ପଡିନଥିବା ବେଳେ ପୋଲିସ ଘଟଣାର ଛାନଭିନ୍ କରୁଛି ।

Share

Leave a Reply

Your email address will not be published. Required fields are marked *

two × 1 =