ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ସ୍ପର୍ଶ ସପ୍ତାହ ଅଭିଯାନର ଶୁଭାରମ୍ଭ

ଭୁବନେଶ୍ୱର: ବ୍ୟାଙ୍କ ଓ ଗ୍ରାହକମାନଙ୍କ ମଧ୍ୟରେ ରହିଥିବା ସମ୍ପର୍କକୁ ମଜଭୁତ କରିବା ଲାଗି ଦେଶର ଅଗ୍ରଣୀ ଘରୋଇ ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ‘ସ୍ପର୍ଶ ସପ୍ତାହ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଗ୍ରାହକଙ୍କ ପ୍ରତି ରହିଥିବା ଆଗ୍ରହର ପରିପ୍ରକାଶ କରିବା ଲାଗି ଏହି କାର୍ଯ୍ୟକ୍ରମ ଅଧୀନରେ ବ୍ୟାଙ୍କ ପକ୍ଷରୁ ଏହାର କର୍ମଚାରୀମାନଙ୍କ ଲାଗି ବିଭିନ୍ନ ଗ୍ରାହକ ସଂପୃକ୍ତି କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏହି ସପ୍ତାହରେ ବ୍ୟାଙ୍କ ପକ୍ଷରୁ ବିଭିନ୍ନ ଶିକ୍ଷଣୀୟ ଓ ଗ୍ରାହକଙ୍କ ଉପରେ ଗୁରୁତ୍ୱରୋପ କରୁଥିବା କାର୍ଯ୍ୟକ୍ରମ ଆୟୋଜନ କରାଯିବ ଯାହା ଫଳରେ କର୍ମଚାରୀ ଓ ଗ୍ରାହକମାନଙ୍କ ପ୍ରଗତି, ନବସୃଜନ ଓ ରୂପାନ୍ତରଣ ଯାତ୍ରାରେ ବ୍ୟାଙ୍କ ଯୋଡ଼ିହୋଇ ରହିପାରିବ ।
ସ୍ପର୍ଶ ସପ୍ତାହ ଅକ୍ଟୋବର ୯ରୁ ୧୩ ତାରିଖ ପର୍ଯ୍ୟନ୍ତ ଆକ୍ସିସ୍ ବ୍ୟାଙ୍କର ୫୦୦୦ରୁ ଅଧିକ ଶାଖା ଓ ରିଟେଲ୍ ଆସେଟ୍ କେନ୍ଦ୍ରରେ ଆୟୋଜନ କରାଯିବ । ସମଗ୍ର ସପ୍ତାହ ପାଇଁ ୧୫ରୁ ଅଧିକ କାର୍ଯ୍ୟକ୍ରମ ରହିଛି ଏବଂ ୯୫ ହଜାରରୁ ଅଧିକ ଆକ୍ସିସ୍ ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ତାହା ସିଧା ପ୍ରସାରଣ କରାଯିବ ।
ଶୁଣନ୍ତୁ, ପଦକ୍ଷେପ ନିଅନ୍ତୁ ଓ ଉତ୍ସବ ପାଳନ କରନ୍ତୁ ଭଳି ତିନିଟି ମୂଳ ତତ୍ୱ ଉପରେ ଚଳିତ ବର୍ଷର ସ୍ପର୍ଶ ସପ୍ତାହ ପର୍ଯ୍ୟବେସିତ ରହିବ । ଗ୍ରାହକଙ୍କ ଆବଶ୍ୟକତା ଓ ସମସ୍ୟାକୁ ଭଲ ଭାବେ ବୁଝିବା ଓ ଗ୍ରାହକଙ୍କ ମତାମତ ଓ ପ୍ରଶ୍ନ ଅନୁସାରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେବା ଓ ଗ୍ରାହକଙ୍କ ସହିତ ଆକ୍ସିସ୍ ବ୍ୟାଙ୍କର ମୂଲ୍ୟବାନ ସମ୍ପର୍କକୁ ପାଳନ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି ।
ଏହି ଅଭିଯାନ ସମ୍ପର୍କରେ ଆକ୍ସିସ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ-ବ୍ୟାଙ୍କିଙ୍ଗ ଅପରେସନ୍ସ ଆଣ୍ଡ୍ ଟ୍ରାନ୍ସଫର୍ମେସନ ଶ୍ରୀ ସୁବ୍ରତ ମହାନ୍ତି କହିଛନ୍ତି ଯେ, “ଆକ୍ସିସ୍ ବ୍ୟାଙ୍କରେ ଆମେ ସବୁ ଗ୍ରାହକମାନଙ୍କ ଲାଗି ଦିଲ୍ ସେ ଓପନ୍ ଏବଂ ଉଚ୍ଚ ସ୍ତରର ଗ୍ରାହକ ସେବା ପାଇଁ ପ୍ରତିବଦ୍ଧ ରହିଛୁ । ଆମ ଗ୍ରାହକଙ୍କ କଥା ଓ ମତାମତକୁ ଶୁଣିବା, ପଦକ୍ଷେପ ନେବା ଓ ପାଳନ କରିବା ଲାଗି ଆମେ ଅଭିଳାଷ ରଖିଥିବାରୁ ସ୍ପର୍ଶ ସେହି ଭାବର ପରିପ୍ରକାଶ କରୁଛି । କେବଳ ଆମେ ଏକ ବ୍ୟାଙ୍କ ନୁହେଁ ବରଂ ଜଣେ ସହଯୋଗୀ ଏବଂ ସ୍ୱପ୍ନ ଓ ଅଭିଳାଷ ପୂରଣ କରିବାର ସକ୍ଷମକାରୀ ଭାବେ ଆମ ମୂଲ୍ୟବୋଧକୁ ଏହି ଅଭିଯାନ ପ୍ରତିଫଳିତ କରୁଛି । ଦଶନ୍ଧି ଧରି ଆମ ଗ୍ରାହକମାନଙ୍କ ଆମ ଉପରେ ବିଶ୍ୱାସ ରହିଛି ଏବଂ ଆମେ ସେମାନଙ୍କୁ ଉଲ୍ଲାସପୂର୍ଣ୍ଣ ବ୍ୟାଙ୍କିଙ୍ଗ ଅନୁଭୂତି ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛୁ ।’’
ସ୍ପର୍ଶ ସପ୍ତାହରେ ବ୍ୟାଙ୍କ ପକ୍ଷରୁ ମାଷ୍ଟର କ୍ଲାସ୍‌-ଇନ୍‌ସ୍ପାୟାର ସିରିଜ୍‌, କଲ ଲିସନିଂ ଅଧିବେଶନ, ଗ୍ରାହକ ସୁରକ୍ଷା ସଚେତନତା ଏବଂ ଟାଇମ୍‌ଲେସ୍ ଷ୍ଟାର୍ ଆଦି କାର୍ଯ୍ୟକ୍ରମ ଆୟୋଜନ କରାିବ । ଗ୍ରାହକ ସୁରକ୍ଷା କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକୋର ଠକାମିକୁ ଚିହ୍ନଟ କରିବାରେ ଗ୍ରାହକମାନଙ୍କୁ ସଚେତନ କରାଯିବ ଏବଂ ସୁରକ୍ଷା ବ୍ୟବସ୍ଥା ବିଷୟରେ ଅବଗତ କରାଯିବ । ଗ୍ରାହକଙ୍କ ସହ ବ୍ୟାଙ୍କର ସମ୍ପର୍କକୁ ଟାଇମଲେସ୍ ଷ୍ଟାର୍ ପାଳନ କରିବ ।

Share

Leave a Reply

Your email address will not be published. Required fields are marked *

11 + seven =