ଟିପିଏନ୍‌ଓଡିଏଲ୍ ଏହାର ଗ୍ରାହକଙ୍କ ପାଇଁ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବାକୁ ପ୍ରତିବଦ୍ଧ; ମୌସୁମୀ ସମୟରେ ବ୍ୟାପକ ସୁରକ୍ଷା ଅଭିଯାନ ଆୟୋଜିତ

ଯେକୌଣସି ପ୍ରକାର ବିଦ୍ୟୁତ ଲିକ୍‌ର ଯାଂଚ ଓ ସମାଧାନ ପାଇଁ ବିଦ୍ୟୁତ ଖୁଂଟ ଓ ଅନ୍ୟାନ୍ୟ ବିଦ୍ୟୁତ ବ୍ୟବସ୍ଥା ଯାଂଚ
ବିଦ୍ୟୁତ ବ୍ୟବସ୍ଥା, ଖୁଂଟ ଓ ତାର ଉପରେ ଗଛ ପଡ଼ିବା ରୋକିବା ଲାଗି ବୃକ୍ଷର ବିଭିନ୍ନ ଅଂଶ ଛେଦନ
ବାଲେଶ୍ୱର: ମୌସୁମୀର ଆଗମନ ହୋଇଥିବା ବେଳେ ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ନର୍ଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏନ୍‌ଓଡିଏଲ୍‌) ପକ୍ଷରୁ ମୌସୁମୀ ପ୍ରସ୍ତୁତି ଅଭିଯାନର ଅଂଶ ସ୍ୱରୂପ ବିଭିନ୍ନ ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯାଇଛି । ମୌସୁମୀ ସମୟରେ ଏହି ଅଂଚଳର ଗ୍ରାହକମାନଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବା ଏବଂ ଏହାର ଗ୍ରାହକ ଓ କର୍ମଚାରୀମାନଙ୍କ ପାଇଁ ସମସ୍ତ ସୁରକ୍ଷା ପଦକ୍ଷେପ ଗ୍ରହଣ କରିବାକୁ କଂପାନି ଲକ୍ଷ୍ୟ ରଖିଛି ।
ବିଦ୍ୟୁତ ବ୍ୟବସ୍ଥା, ଖୁଂଟ ଓ ତାର ଉପରେ ଗଛ/ ଗଛର ଶାଖା ପଡ଼ିବା ଘଟଣା ଏଡ଼ାଇବାକୁ ୪୨୭୦୬ ସର୍କିଟ୍ କିମିରେ ଗଛର ବିଭିନ୍ନ ଅଂଶ ଚ୍ଛେଦନ କରାଯାଇଥିବା ବେଳେ ବୃକ୍ଷଲତା ବୃଦ୍ଧି ଯୋଗୁଁ ହେଉଥିବା ବିଭ୍ରାଟ ଏଡାଇବା ଲାଗି ୨୩୫ ପିଏସ୍‌ଏସ୍ ଓ ୪୬୩୪୮ ବିତରଣ ସବ୍‌ଷ୍ଟେସନରୁ ଗଛଲତା ସଫା କରାଯାଇଛି । ପର୍ଯ୍ୟାପ୍ତ ଶ୍ରମଶକ୍ତି ମୂତୟନ, ତ୍ୱରିତ ପ୍ରଶମନ ସମୟ ସହିତ ରକ୍ଷଣାବେକ୍ଷଣ ଓ ବ୍ରେକ୍‌ଡାଉନ୍ ଯାନ ୨୪ ଘଂଟା ଉପଲବ୍ଧ ରହିଛି । ଡିଟିରେ ୪୪୫୨ ପଲିମରିକ୍ ଲାଇଟେନିଂ (ଘଡ଼ଘଡ଼ି) ଆରେଷ୍ଟର, ୩୩ କେଭି ଫିଡରରେ ୧୧,୦୦୦ରୁ ଅଧିକ ପଲିମରିକ୍ ଇନସୁଲେଟର ଓ ୪୮୦ ପଲିମରିକ୍ ଲାଇଟେନିଂ ଆରେଷ୍ଟର ସ୍ଥାପନ କରାଯାଇଛି ଯାହା ଟ୍ରାନ୍ସଫରମର ବିଭ୍ରାଟ ହ୍ରାସ କରିବାରେ ସହାୟକ ହେବ । ୧୨୩ଟି ସ୍ଥାନରେ ବିଦ୍ୟୁତ ଲିକ୍‌ର ଯାଂଚ ଅଭିଯାନ ଆୟୋଜନ କରାଯାଇଥିବା ବେଳେ ୫୨୦୩ ଆର୍ଥିଂ ବ୍ୟବସ୍ଥା ସ୍ଥାପନ ଓ ଡିଟି ପାଇଁ ୪୨୨୩ ଆର୍ଥିଂ ବ୍ୟବସ୍ଥାର ମରାମତି କରାଯାଇଛି । ସୁରକ୍ଷାରେ ଉନ୍ନତି ଆଣିବା ଲାଗି ଅଧିକ ଦୁର୍ବଳ ଅଂଚଳରେ ୪୯୬୮ ଇଟଂରପୋଜିଂ ଖୁଂଟ ସ୍ଥାପନ କରାଯାଇଥିବା ସହ ଯେକୌଣସି ପ୍ରକାରର ଅଭାବନୀୟ ସ୍ଥିତିକୁ ଏଡ଼ାଇବା ଲାଗି ୧୨୯୮ ବଂଟନ ସବଷ୍ଟେସନରେ ବାଡ଼ ଦିଆଯିବା ଭଳି ବିଭିନ୍ନ ପଦକ୍ଷେପ କଂପାନି ପକ୍ଷରୁ ଗ୍ରହଣ କରାଯାଇଛି ।
ତଳୁଆ ଅଂଚଳରେ ଥିବା ପିଏସ୍‌ଏସ୍‌ଗୁଡ଼ିକରୁ ଜଳ ନିଷ୍କାସନ ପାଇଁ ପମ୍ପ୍ ସେଟ୍ ବ୍ୟବସ୍ଥା କରାଯାଇଥିବା ବେଳେ ବର୍ଷା ଋତୁରେ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ଯେଭଳି କାମ କରିପାରିବେ ସେଥିପାଇଁ ସେମାନଙ୍କୁ ଗମ୍‌ବୁଟ୍‌, ରେନ୍‌କୋଟ୍ ଭଳି ଉପଯୁକ୍ତ ସୁରକ୍ଷା ଉପକରଣ ପ୍ରଦାନ କରାଯାଇଛି ଏବଂ ଯୋଜନା ଅନୁସାରେ ଟ୍ରାନ୍ସଫରମର ଓ ସଂଯୋଗରେ ଥିବା ଉପକରଣଗୁଡ଼ିକର ପ୍ରତିଷେଧମୂଳକ ରକ୍ଷଣାବେକ୍ଷଣ କରାଯାଇଛି ।
“ସୁରକ୍ଷା ସର୍ବଦା ପ୍ରାଥମିକତା ହୋଇରହିଛି । ଗ୍ରାହକମାନଙ୍କ ଲାଗି ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବା ପାଇଁ ନିୟମିତ ଭାବେ ପ୍ରତ୍ୟକ୍ଷ ପଦକ୍ଷେପ ଗ୍ରହଣ କରାଯାଉଛି । ଏହି ମୌସୁମୀ ଋତୁରେ ସୁରକ୍ଷିତ ରହିବା ଲାଗି ସରଳ ପଦକ୍ଷେପ ଗ୍ରହଣ କରିବା ପାଇଁ ଆମେ ସମସ୍ତଙ୍କୁ ଆହ୍ୱାନ ଦେଉଛୁ ବୋଲି ଟିପି ନର୍ଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଭାସ୍କର ସରକାର କହିଛନ୍ତି ।’’
ମୌସୁମୀ ସୁରକ୍ଷା ପାଇଁ ସାଧାରଣ ପରାମର୍ଶବଳୀ:
ପାଣିରେ ବୁଡ଼ିରହିଥିବା ବିଦ୍ୟୁତ ବ୍ୟବସ୍ଥା ଯଥା ବିଦ୍ୟୁତ ଖୁଂଟ, ସବଷ୍ଟେସନ, ଟ୍ରାନ୍ସଫରମର, ଷ୍ଟ୍ରିଟ୍‌ଲାଇନ୍ ଆଦିଠାରୁ ଦୂରେଇ ରହୁନ୍ତୁ
ବିଦ୍ୟୁତ ବ୍ୟବସ୍ଥାରେ ବାଡ଼ ଭିତରେ ଥିଲେ ମଧ୍ୟ ତାହା ପାଖାପାଖି ଖେଳିବା ଲାଗି ପିଲାମାନଙ୍କୁ ସତର୍କ କରାନ୍ତୁ
ଓଦା ହାତରେ ବିଦ୍ୟୁତ ଆପ୍ଲାଏନ୍‌ସେସ୍‌କୁ ସ୍ପର୍ଶ କରନ୍ତୁ ନାହିଁ
କୁଲରର ବଡି, ୱାସିଂ ମେସିନ୍‌, ପାଣି ପମ୍ପ୍ ଭଳି ବିଦ୍ୟୁତ ଆପ୍ଲାଏନ୍‌ସେସ୍‌ରୁ କୌଣସି ବିଦ୍ୟୁତ ଲିକେଜ୍ ହେଉଛି ନା ନାହିଁ ତାହାର ଯାଂଚ କରନ୍ତୁ । କୌଣସି ଆପ୍ଲାଏନ୍‌ସେସ୍‌ରେ କିିଛି ଲିଜେକ୍ ଧରାପଡ଼ିଲେ ସାର୍ଟିଫାଏଡ୍ ଇଲେକ୍ଟ୍ରିସିଆନ୍‌ଙ୍କୁ ଡାକନ୍ତୁ ।
ମିଟର ବକ୍ସ ପାଣିଠାରୁ ଉପଯୁକ୍ତ ଭାବେ ସୁରକ୍ଷିତ ରହିବାକୁ ସୁନିଶ୍ଚିତ କରନ୍ତୁ
ଆଇଏସ୍‌ଆଇ ମାର୍କ ଥିବା ବିଦ୍ୟୁତ ତାର ଓ ଉପକରଣ ବ୍ୟବହାର କରନ୍ତୁ
ବିଦ୍ୟୁତ ଝଟ୍‌କା (ସକ୍‌) ରୋକିବା ଲାଗି ଆର୍ଥ ଲିକେଜ୍ ସର୍କିଟ୍ ବ୍ରେକର (ଇଏଲ୍‌ସିବି) ସ୍ଥାପନ
ମିଟର କୋଠରି କିମ୍ବା ବିଦ୍ୟୁତ ଖୁଂଟରେ ସ୍ପାର୍କିଂ ହେଉଥିଲେ ସହାୟତା ପାଇଁ ଟିପଏନ୍‌ଓଡିଏଲ୍ ଗ୍ରାହକମାନେ ୧୯୧୨କୁ କଲ୍ କରିପାରିବେ କିମ୍ବା ଆମ ସହ ଯୋଗାଯୋଗ କରିପାରିବେ

Share

Leave a Reply

Your email address will not be published. Required fields are marked *

two × three =