ଟିପିସିଓଡିଏଲ୍‌ର କେନ୍ଦ୍ରୀୟ ବିଦ୍ୟୁତ ବ୍ୟବସ୍ଥା ନିୟନ୍ତ୍ରଣ କେନ୍ଦ୍ର ଗ୍ରିଡ୍ ଭରସାଯୋଗ୍ୟତା ଓ ସୁଚାରୁ ରୂପେ ବିଦ୍ୟୁତ ବଂଟନକୁ ସୁନିଶ୍ଚିତ କରିବା ପାଇଁ ଚବିଶ ଘଂଟା କାର୍ଯ୍ୟରତ

ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍‌) ବିଦ୍ୟୁତ ନେଟ୍‌ୱର୍କ ବ୍ୟବସ୍ଥାକୁ ସୁଦୃଢ଼ କରିବା ଓ ଏହାର ୨୭ ଲକ୍ଷ ଗ୍ରାହକଙ୍କ ପାଇଁ ବିଦ୍ୟୁତ ଯୋଗାଣକୁ ଭରସାଯୋଗ୍ୟ କରିବା ଲାଗି ଗତ କିଛି ବର୍ଷରେ ବହୁ ପ୍ରଯୁକ୍ତିଭିତିକ ପଦକ୍ଷେପ କାର୍ଯ୍ୟକାରୀ କରିଛି ।
ଟିପିସିଓଡିଏଲ୍‌ର ଭୁବନେଶ୍ୱରରେ ଥିବା କେନ୍ଦ୍ରୀୟ ବିଦ୍ୟୁତ ବ୍ୟବସ୍ଥା ନିୟନ୍ତ୍ରଣ କେନ୍ଦ୍ର (ସିପିଏସ୍‌ସିସି) ହେଉଛି ଅନ୍ୟତମ ପ୍ରମୁଖ ବ୍ୟବସ୍ଥା ଯାହା ସୁପରଭାଇଜରି କଂଟ୍ରୋଲ ଆଣ୍ଡ୍ ଡାଟା ଆକ୍ୱିଜିସନ (ସ୍କାଡା) ଭଳି ଆଇଟି ଓ ଓଟି ପ୍ରଯୁକ୍ତି କାର୍ଯ୍ୟକାରୀ କରି ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣକୁ ସୁନିଶ୍ଚିତ କରିଥିବା ବେଳେ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଲାଗି ବ୍ୟବସ୍ଥା ଭିତିକ ପରମିଟ୍ ଟୁ ୱାର୍କ (ପିଟିଡବ୍ଲୁ) ବ୍ୟବସ୍ଥା “ସୁରକ୍ଷା କବଚ’ ରହିଛି ।
ସିପିଏସ୍‌ସିସି ଏକ ଉତ୍ସର୍ଗୀକୃତ ପରିଚାଳନା ଇଞ୍ଜିନିୟରଙ୍କ ଟିମ୍ ଦ୍ୱାରା ଚବିଶ ଘଂଟା ପରିଚାଳିତ ହେଉଛି ଯେଉଁମାନେ ଦ୍ରୁତ ସୁଧାର ଜରିଆରେ ବ୍ୟବସ୍ଥା ଉପଲବ୍ଧତାକୁ ସୁନିଶ୍ଚିତ କରିବା ପାଇଁ ଭୁବନେଶ୍ୱର, କଟକ ଓ ପୁରୀର ପ୍ରମୁଖ ସ୍ଥାନରେ ଥିବା ୧୫୦ ୩୩/୧୧ କେଭି ପ୍ରାଥମିକ ସବ୍‌ଷ୍ଟେସନର ରିମୋଟ ନିରୀକ୍ଷଣ ଓ ନିୟନ୍ତ୍ରଣ କରୁଛନ୍ତି ଏବଂ ଉପକରଣ ଓ କର୍ମଚାରୀମାନଙ୍କ ସୁରକ୍ଷାକୁ ସୁନିଶ୍ଚି୍‌ତ କରିବା ପାଇଁ ନେଟ୍‌ୱର୍କ ଉପକରଣର ପ୍ରତିଷେଧମୂଳକ ଓ ବ୍ରେକ୍‌ଡାଉନ୍ ରକ୍ଷଣାବେକ୍ଷଣ ପାଇଁ ବିଭ୍ରାଟ ପରିଚାଳନା କରୁଛନ୍ତି ଯଦ୍ୱାରା ବିଦ୍ୟୁତ ଯୋଗାଣର ଭରସାଯୋଗ୍ୟତା ସୁନିଶ୍ଚିତ ହୋଇପାରିଛି ।
ବାସ୍ତବ ସମୟରେ ବିଦ୍ୟୁତ ପରିଚାଳନା ଲାଗି ଏକ ନିର୍ଦ୍ଦିଷ୍ଟ ସମୟରେ ବିଦ୍ୟୁତ ସଂଗ୍ରହର ବାସ୍ଥବ ସ୍ଥିତିକୁ ଦର୍ଶାଇ ଲାଇସେନ୍ସପ୍ରାପ୍ତ ଅଂଚଳରେ ଏହି ସିପିଏସ୍‌ସିସି କେନ୍ଦ୍ରୀୟ ଭାବେ ପ୍ରଭାବଶାଳୀ ଢଙ୍ଗରେ ନେଟ୍‌ୱର୍କ ପରିଚାଳନାର ସଂଯୋଜନା କରୁଛି । ଗ୍ରିଡ୍ କୋଡ୍‌ରେ ଧାର୍ଯ୍ୟ କରାଯାଇଥିବା ଅନୁସାରେ ଏହା ଲାଇସେନ୍ସପ୍ରାପ୍ତ ଅଂଚଳରେ ପ୍ରଭାବୀ ଓ ସଂଯୋଜନାଭିତିକ ପରିଚାଳନାକୁ ସୁନିଶ୍ଚିତ କରୁଛି ।
ଓଡ଼ିଶା ଗ୍ରିଡ୍ କୋଡ୍ (ଓଜିସି) ନିୟମ ୨୦୧୫ ଅନୁସାରେ ଡିସ୍‌କମ୍ ଦ୍ୱାରା ବିତରଣ ବ୍ୟବସ୍ଥା ପରିଚାଳନା ଓ ନିୟନ୍ତ୍ରଣ କେନ୍ଦ୍ର ଭାବେ ୨୦୨୦ରେ ସିପିଏସ୍‌ସିସିକୁ ସ୍ଥାପନ କରାଯାଇଛି ଏବଂ ସ୍ମାର୍ଟ ଗ୍ରିଡ୍ ପରିଚାଳନା ଦିଗରେ ଏହା ଏକ ପ୍ରମୁଖ ପଦକ୍ଷେପ ।

Share

Leave a Reply

Your email address will not be published. Required fields are marked *

2 × five =