ମାନବାଧିକାର କମିଶନ ପାଇଁ ନାମ ସୁପାରିସ

ଖାଲି ପଡିଥିବା ରାଜ୍ୟ ମାନବାଧିକାର କମିଶନ ପଦବୀ ପୂରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧକ୍ଷତାରେ ବୈଠକ ବସି ରାଜ୍ୟପାଳ ନିକଟକୁ କେତେକ ସୁପାରିସ ପଠାଯାଇଛି । ଏହି ବୈଠକରେ ବାଚସ୍ପତି ପ୍ରଦୀପ କୁମାର ଅମାତ ବିରୋଧି ଦଳର ନେତା ନରସିଂହ ମିଶ୍ର ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ପ୍ରମୁଖ ଯୋଗଦେଇଥିଲେ । ବୈଠକ ଶେଷରେ ବିରୋଧି ଦଳର ନେତା କହିଛନ୍ତି ଯେ ଓଏଚଆରସି (ରାଜ୍ୟ ମାନବାଧିକାର କମିଶନ)ର ଅଧ୍ୟକ୍ଷ ପଦ ପାଇଁ ହାଇକୋର୍ଟର ଜଣେ ଅବସର ପ୍ରାପ୍ତ ମୁଖ୍ୟ ବିଚାରପତିଙ୍କ ନାମ ରାଜ୍ୟପାଳଙ୍କୁ ସୁପାରିସ କରାଯାଇଛି । ଏହା ବ୍ୟତୀତ ଖାଲି ପଡିଥିବା ଅନ୍ୟ ୨ସଦସ୍ୟଙ୍କ ପାଇଁ ହାଇକୋର୍ଟର ୨ଜଣ ବିଚାରପତିଙ୍କ ନାମ ସୁପାରିସ କରାଯାଇଛି । ରାଜ୍ୟପାଳଙ୍କ ସ୍ୱୀକୃତି ମିଳିବା ପରେ ଏହି ନାମ ଘୋଷଣା କରାଯିବ ।

Share

Leave a Reply

Your email address will not be published. Required fields are marked *

sixteen + 16 =