ଛାଡ଼ୁନି ବର୍ଷା

ଭୁବନେଶ୍ୱର: ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହୋଇଛି । ଏହା ବର୍ତ୍ତମାନ ତାମିଲନାଡୁ ଉପକୂଳ ଓ ଆଭ୍ୟନ୍ତରୀଣ ଅଂଚଳରେ ସକ୍ରିୟ ରହିଛି । ସେହି ଅଂଚଳରୁ ଗୋଟିଏ ଟ୍ରାପ ଲାଇନ ଓଡିଶା ଯାଏଁ ଲମ୍ବିଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ବିଶେଷ କରି ଦକ୍ଷିଣ ଓଡିଶାର ବିଭିନ୍ନ ସ୍ଥାନରେ ଗତ ୪୮ ଘଂଟାରେ ପ୍ରବଳ ବର୍ଷା ହୋଇଥିବା ବେଳେ ଛତ୍ରପୁରରେ ସର୍ବାଧିକ ବୃଷ୍ଟିପାତ ରେକର୍ଡ କରାଯାଇଛି । ଛତ୍ରପୁରରେ ସର୍ବାଧିକ ୧୩୫ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ପୁରୀରେ ୬୪ ମିମି ବର୍ଷା ହୋଇଛି । ଆଜି ଓ ଆସନ୍ତାକାଲି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିବ । ଲଘୁଚାପକୁ ଦୃଷ୍ଟିରେ ରଖି ଗଞ୍ଜାମ, ଗଜପତି, ରାୟଗଡା ଓ କନ୍ଧମାଳ ଜିଲ୍ଲା ସମେତ ୧୧ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Share

Leave a Reply

Your email address will not be published. Required fields are marked *

twelve + 6 =