ଆଜି ରାଜ୍ୟରେ ୫୦୦ ପାର୍ ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୭୩ କରୋନା ପଜିଟିଭ୍ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୪୩୨୬୮ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୩୬ ଜଣ ସ୍ଥାନୀୟ ବାସିନ୍ଦା ରହିଥିବା ବେଳେ ୩୩୭ ଜଣ କ୍ବାରେଣ୍ଟାଇନ୍‌ରେ ରହିଛନ୍ତି ।

ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୯୬ ଜଣ, କଟକ ୨୮ ଜଣ, କଳାହାଣ୍ଡିରୁ ୨୪ ଜଣ, ବଲାଙ୍ଗିର ୨୦ ଜଣ, ସୁନ୍ଦରଗଡ଼ରୁ ୮୦ ଜଣ, ନୂଆପଡ଼ାରୁ ୬୦ ଜଣ, ବରଗଡ଼ରୁ ୪୩ ଜଣ, ଝାରସୁଗୁଡ଼ା ୩୯ ଜଣ, ଅନୁଗୁଳ ୩୨ ଜଣ, ରାୟଗଡ଼ା ୧୬ ଜଣ, ମୟୂରଭଞ୍ଜ ୧୩ ଜଣ, ବାଲେଶ୍ବରରୁ ୧୧ ଜଣ, କେନ୍ଦୁଝର ଓ ଗଞ୍ଜାମରୁ ୮ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି |

ସେହିଭଳି ନବରଙ୍ଗପୁର, ଭଦ୍ରକ, ଗଜପତି, କୋରାପୁଟରୁ ୩ ଜଣ ଲେଖାଏଁ, ସୋନପୁର ୨ ଜଣ, ନୟାଗଡ଼, କେନ୍ଦ୍ରାପଡ଼ା, କନ୍ଧମାଳ, ଦେବଗଡ଼ ଓ ବୌଦ୍ଧରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୪୩୨୬୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୩୫୮ ଜଣ ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୩୭୯୩୫ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୯୧୫୯୯୨୯ ସାମ୍ପୁଲ ଟେଷ୍ଟ୍ ହୋଇଛି ।

Share

Leave a Reply

Your email address will not be published. Required fields are marked *

twelve + ten =