ପ୍ରଥମ ଥର ବସିଲା ପଦୋନ୍ନତି ଅଦାଲତ

ଭୁବନେଶ୍ୱର () ଆଜିଠାରୁ ଆରମ୍ଭ ହେଲା ପଦୋନ୍ନତି ଆଦାଲତ । ତିନି ଦିନ ଧରି ଚାଲିବାକୁ ଥିବା ଏହି ଅଭିଯୋଗ ଶୁଣାଣି ଏକାଥରେ ୬ଟି ସ୍ଥାନରେ ଆରମ୍ଭ ହୋଇଛି । ପଦୋନ୍ନତିରୁ ବଞ୍ଚିତ ହୋଇଥିବା ସରକାରୀ କର୍ମଚାରୀଙ୍କ ଅଭିଯୋଗର ଶୁଣାଣି ଚାଲିଛି । ପଦୋନ୍ନତିରୁ ବଞ୍ଚିତ ହୋଇଥିବା କର୍ମଚାରୀମାନେ ଆସି ତାଙ୍କ ସମସ୍ୟା ରଖୁଛନ୍ତି । ପଦୋନ୍ନତିରୁ ବଞ୍ଚିତ କର୍ମଚାରୀଙ୍କ ପାଇଁ ପ୍ରଥମ ଥର ପାଇଁ ଏଭଳି ଏକ ଅଦାଲତର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର ।

ପଦୋନ୍ନତିରୁ ବଞ୍ଚିତ କର୍ମଚାରୀମାନେ ପଦୋନ୍ନତି ଅଦାଲତରେ ଅଂଶଗ୍ରହଣ କରିବାକୁ ହେଲେ ଇମେଲ୍ ଶବୟଜ୍ଞସଦ୍ଭ.କ୍ଟrଅଦ୍ଭସମ.ସଦ୍ଭଯୋଗେ ଜାନୁଆରି ୨୩ ସୁଦ୍ଧା ଆବେଦନ କରିବାକୁ ରାଜ୍ୟ ସରକାରଙ୍କ ତରଫରୁ ଅନୁରୋଧ କରାଯାଇଥିଲା । ପ୍ରଥମ ପର୍ୟ୍ୟାୟରେ ୮୯୦୯ ଅଭିଯୋଗ ମଧ୍ୟରୁ ୨ହଜାର ୨୭୩ ଅଭିଯୋଗର ଶୁଣାଣି ହେବ । ପଦୋନ୍ନତି ପାଇଁ ଆବେଦନ କରିଥିବା କର୍ମଚାରୀ ହିଁ ପ୍ରମୋସନ ଅଦାଲତରେ ନିଜ କଥା ରଖିପାରିବେ ।

Share

Leave a Reply

Your email address will not be published. Required fields are marked *

five × five =