ନ୍ୟୁଜିଲାଣ୍ଡ୍କୁ ହରାଇଲା ଭାରତ

ପୁରୁଷ ଦଳଙ୍କ ଏକତରଫା ବିଜୟରେ ଉତ୍ସାହିତ ଭାରତୀୟ ମହିଳା ଦଳ ମଧ୍ୟ ସମାନ ସହର ନାପିଏର୍ରେ ଘରୋଇ ନ୍ୟୁଜିଲାଣ୍ଡ୍କୁ ହରାଇ ଦେଇଛି। ଗୁରୁବାର ସ୍ମୃତି ମନ୍ଧାନାଙ୍କ ଆକର୍ଷଣୀୟ ଶତକ (୧୦୫, ୧୦୪ ବଲ୍, ୯ ଚୌକା, ୩ ଛକା) ବଳରେ ଭାରତ ୯ ୱିକେଟ୍ରେ ବ୍ଲାକ୍ କ୍ୟାପ୍ ମହିଳାଙ୍କୁ ହରାଇଛି। ଆଇସିସି ମହିଳା ପ୍ରତିଯୋଗିତା ଅନ୍ତର୍ଗତ ଏହି ମ୍ୟାଚ୍ରେ ୧୯୩ ରନ୍ ବିଜୟ ଲକ୍ଷ୍ୟକୁ ମନ୍ଧାନାଙ୍କ ଶତକ ଯଥେଷ୍ଟ ହୋଇଥିଲା। ମନ୍ଧାନାଙ୍କ ପ୍ରାରମ୍ଭିକ ଯୋଡ଼ି ଜେମିମା ରଡ୍ରିଗ୍ବେଜ (୮୧ଞ୍ଚ, ୯୪ ବଲ୍, ୯ ଚୌକା) ଅର୍ଧଶତକ ଜମାଇଥିଲେ। ଉଭୟ ପ୍ରଥମ ୱିକେଟ୍ ପାଇଁ ୩୨.୨ ଓଭରରେ ୧୯୦ ରନ୍ ଯୋଡ଼ିଥିଲେ। ବିଜୟ ପାଇଁ ମାତ୍ର ୩ ରନ୍ ଥିବାବେଳେ ମନ୍ଧାନା ଆଉଟ୍ ହୋଇଥିଲେ। ରଡ୍ରିଗ୍ବେଜ କିନ୍ତୁ ଭାରତକୁ ୧୭ ଓଭର ପୂର୍ବରୁ ୯ ୱିକେଟ୍ରେ ବିଜୟୀ କରାଇଥିଲେ। ପୂର୍ବରୁ ଟସ୍ ହାରି ପ୍ରଥମେ କ୍ଷେତ୍ରରକ୍ଷଣ କରିଥିବା ଭାରତୀୟ ଦଳକୁ ବୋଲରମାନେ ଭଲ ପ୍ରତ୍ୟାବର୍ତନ କରାଇଥିଲେ। ପ୍ରାରମ୍ଭିକ ଯୋଡ଼ି ସୁଜି ବେଟ୍ସ (୩୬, ୬୬ ବଲ) ଏବଂ ସୋଫି ଡିଭାଇନ୍ (୨୮, ୩୮ ବଲ) ୬୧ ରନ୍ ଉଠାଇଥିଲେ। ଭାରତୀୟ ସ୍ପିନରଙ୍କ ଆଗମନ ପରେ ନ୍ୟୁଜିଲାଣ୍ଡ୍ ପାଳି ଦିଗହରା ହୋଇଯାଇଥିଲା। ଡିଭାଇନଙ୍କୁ ଦୀପ୍ତି ରନ୍ ଆଉଟ୍ କରିଦେବା ପରେ ଭାରତୀୟ ବୋଲର ନିୟମିତ ୱିକେଟ୍ ଦଖଲ କରିଥିଲେ। ଏକତା ବିଷ୍ଟ୍ (୩/୩୨), ପୁନମ ଯାଦବ (୩/୪୨), ଦୀପ୍ତି ଶର୍ମା (୨/୨୭) ମିଳିତ ଭାବେ ୮ ୱିକେଟ୍ ନେଇଥିଲେ। ଦ୍ରୁତ ବୋଲର ଶିଖା ପାଣ୍ଡେ (୧/୩୮) ଗୋଟିଏ ଏବଂ ଅନ୍ୟଟି ରନଆଉଟ୍ ଥିଲା। ଘରୋଇ ଦଳ ଅଧିନାୟିକା ଆମି ସାଥରୱଟ୍ ୩୧ ରନ୍ କରିଥିଲେ। ଭାରତ ଦଶମ ମ୍ୟାଚ୍ରୁ ୫ ବିଜୟ ଏବଂ ୫ ପରାଜୟ ସହିତ ଏବେ ଚତୁର୍ଥ ସ୍ଥାନରେ ରହିଛି। ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ୍, ଇଂଲଣ୍ଡ ଆଗରେ ରହିଛନ୍ତି।

Share

Leave a Reply

Your email address will not be published. Required fields are marked *

sixteen + 17 =