ଆଗ୍ରା-ଫତେପୁର ସିକ୍ରି ଓ ମଥୁରା ଗଲେ ତୀର୍ଥଯାତ୍ରୀ

ଭୁବନେଶ୍ବର ()  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟରୁ ଭିଡିଓ କନଫରେନସିଂ ଜରିଆରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବାଲେଶ୍ବରରୁ ପ୍ରାୟ 1ହଜାର ତୀର୍ଥଯାତ୍ରୀ ଆଗ୍ରା-ଫତେପୁର ସିକ୍ରି ଓ ମଥୁରା ଅଭିମୁଖେ ଯାତ୍ରା କରିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ତୀର୍ଥଯାତ୍ରୀଙ୍କ ସହ ଆଲୋଚନା କରି ସେମାନଙ୍କ ଯାତ୍ରାର ଶୁଭକାମନା କରିଛନ୍ତି । ବରିଷ୍ଠ ତୀର୍ଥଯାତ୍ରୀମାନେ ମଧ୍ୟ ଏହି କାର୍ଯ୍ୟକ୍ରମ ପାଇଁ ସେମାନଙ୍କ ଖୁସି ପ୍ରକଟ କରିଛନ୍ତି । ରାସବିଦ୍ୟାଧରପୁରର ଜନୈକ ମହିଳା ଅମ୍ବିକା ମହାନ୍ତି କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ଏହି ଉପକାର ସେମାନେ କେବେ ବି ଭୁଲି ପାରିବେ ନାହିଁ ।

ଏହି କାର୍ଯ୍ୟକ୍ରମରେ ବର୍ଷକୁ 3ଟି ଟ୍ରେନରେ ପ୍ରାୟ 3ହଜାର ଯାତ୍ରୀ ତୀର୍ଥଯାତ୍ରାରେ ଯାଉଛନ୍ତି । ଚଳିତ ବର୍ଷରୁ ଏହାକୁ ଦ୍ବିଗୁଣ କରି 6ଟି ଟ୍ରେନରେ 6ହଜାର ଯାତ୍ରୀ ତୀର୍ଥଯାତ୍ରା କରିବେ । ଭୁବନେଶ୍ବର, ବ୍ରହ୍ମପୁର ଓ ସମ୍ବଲପୁରରୁ ତୀର୍ଥଯାତ୍ରା କାର୍ଯ୍ୟକ୍ରମ ଜାରି ରହିଛି । ଚଳିତ ବର୍ଷରୁ ବାଲେଶ୍ବର, ଟିଟଲାଗଡ ଓ ରାୟଗଡାରୁ ମଧ୍ୟ ତୀର୍ଥଯାତ୍ରୀମାନେ ଟ୍ରେନ ଯୋଗେ ଯାତ୍ରା କରିବେ ।

ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟନ ତଥା ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା, ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ଓ ନିର୍ଦ୍ଦେଶକ ମଧ୍ୟ ଉପସ୍ଥିତ ଥିଲେ । ବଲେଶ୍ବରରେ ଶିଳ୍ପ ଓ ଉଚ୍ଚଶିକ୍ଷାମନ୍ତ୍ରୀ ଅନନ୍ତ ଦାସ ଉପସ୍ଥିତ ରହିଥିଲେ ।

Share

Leave a Reply

Your email address will not be published. Required fields are marked *

10 − two =