ନିର୍ମାଣ ଶ୍ରମିକ ପିଲାଙ୍କ ପାଇଁ କୁସୁମା ଯୋଜନା

ଭୁବନେଶ୍ବର () ନିର୍ମାଣ ଶ୍ରମିକଙ୍କ ପିଲାମାନଙ୍କ ବୈଷୟିକ ଶିକ୍ଷା ପାଇଁ ନିର୍ମାଣ କୁସୁମ ଯୋଜନାର ଶୁଭାରମ୍ଭ ହୋଇଛି । ଆଜି ଜୟଦେବ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏଣିକି ନିର୍ମାଣ ଶ୍ରମିକଙ୍କ ପିଲାମାନଙ୍କ ପଢିବାର ସ୍ବପ୍ନକୁ ଏହି ଯୋଜନା ଜରିଆରେ ସାକାର କରାଯିବ ।

ଏହି ଯୋଜନାରେ ଆଇଆଇଟି ଏବଂ ଡିପ୍ଲୋମା ଶିକ୍ଷା ଗ୍ରହଣ କରିଥିବା ନିର୍ମାଣ ଶ୍ରମିକଙ୍କୁ ପିଲାମନେ ଉପକୃତ ହୋଇପାରିବେ । ଆଇଆଇଟି ପଢ଼ୁଥିବା ପିଲାଙ୍କ ଲାଗି ବାର୍ଷିକ 23ହଜାର 600 ଟଙ୍କା ଓ ପାଳିଟେକନିକ ତଥା ଡିପ୍ଲୋମା କରୁଥିବା ଛାତ୍ରଛାତ୍ରୀଙ୍କୁ 26 ହଜାର 300ଟଙ୍କା ସହାୟତା ପ୍ରଦାନ କରାଯିବ। ଏହାଦ୍ବାରା ଆସନ୍ତା ଶିକ୍ଷା ବର୍ଷରେ 1878 ଛାତ୍ରଛାତ୍ରୀ ଉପକୃତ ହେବେ । ସରକାର ଏଥିପାଇଁ 1. 09 କୋଟି ଟଙ୍କା ସହାୟତା ସେମାନଙ୍କ ଜମା ଖାତାରେ ପ୍ରଦାନ କରିଛନ୍ତି ।

ଏଥିସହିତ ମୁଖ୍ୟମନ୍ତ୍ରୀ ନିର୍ମାଣ ଶ୍ରମିକଙ୍କ ଦୁର୍ଘଟଣା ଜନିତ ମୃତ୍ୟୁ ସହାୟତା 2ଲକ୍ଷ ଟଙ୍କାରୁ 4 ଲକ୍ଷ ଟଙ୍କା ଓ ସାଧାରଣ ମୃତ୍ୟୁ ଜନିତ ସହାୟତା 1ଲକ୍ଷ ଟଙ୍କାରୁ 2 ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି । ସେହିପରି ନିର୍ମାଣ ଶ୍ରମିକଙ୍କ କନ୍ୟାସନ୍ତାନଙ୍କ ଶିକ୍ଷା ନିମନ୍ତେ  ଷଷ୍ଠ ଶ୍ରେଣୀରୁ ସ୍ନାତକୋତ୍ତର ଶିକ୍ଷା ପାଇଁ ଦିଆଯାଉଥିବା  ଶିକ୍ଷା ସହାୟତା ରାଶିରେ 20 ପ୍ରତିଶତ ବୃଦ୍ଧି କରିଛନ୍ତି ।

ଏହି ଅବସରରେ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧକ୍ଷ ସୁବାସ ସିଂ କହିଥିଲେ ଯେ ବର୍ତମାନ ସୁଦ୍ଧା ପାଖାପାଖି 24 ଲକ୍ଷ ନିର୍ମାଣ ଶ୍ରମିକ ପଞ୍ଜିକୃତ ହୋଇଥିବା ବେଳେ 10ଲକ୍ଷ ଶ୍ରମିକଙ୍କୁ 1ହଜାର କୋଟିରୁ ଅଧିକ ଟଙ୍କା ବିଭିନ ଯୋଜନା ମାଧ୍ୟମରେ ସହାୟତା ପ୍ରଦାନ କରାଯାଇଛି। ଏହା ଆଗାମୀ ଦିନରେ ସେମାନଙ୍କୁ ଶିକ୍ଷା ସ୍ବାସ୍ଥ୍ୟ ଓ ସାମାଜିକ ସଂବୃଦ୍ଧି କ୍ଷେତ୍ରରେ ଅଗ୍ରଣୀ କରାଇବା। ଆଜିର ଏହି ଉତ୍ସବରେ ସୁବାସ ସିଂ ପୌରହିତ୍ୟ କରିଥିବା ବେଳେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ପ୍ରମୁଖ ସାଶନ ସଚିବ ଅନୁ ଗର୍ଗ, କର୍ମଚାରୀ ରାଜ୍ୟବିମା ବିଭାଗର ପ୍ରମୁଖ ସଚିବ ଅଞ୍ଜନ କୁମାର ମାଣିକ ପ୍ରମୁଖ ଯୋଗ ଦେଇଥିଲେ।

Share

Leave a Reply

Your email address will not be published. Required fields are marked *

eleven − 8 =