ବିଦେଶ ଯିବାକୁ ଥିବା ଛାତ୍ର ଛାତ୍ରୀଙ୍କୁ ଦିଆଯିବ ଟିକା: ବିଏମସି କମିଶନର

ଭୁବନେଶ୍ୱର: ପାଠପଢା ପାଇଁ ବିଦେଶ ଯିବାକୁ ଥିବା ଛାତ୍ର-ଛାତ୍ରୀଙ୍କୁ ଦିଆଯିବ ଟିକା। ଭୁବନେଶ୍ଵର ମହାନଗର ଅଞ୍ଚଳର ଛାତ୍ର-ଛାତ୍ରୀଙ୍କୁ ଟିକା ଦିଆଯିବାର ବ୍ୟବସ୍ଥା କରାଯାଇଛି। ଏଥିସହ ମାଗଣାରେ ଅକ୍ସିଜେନ୍ କନସେନଟ୍ରେଟର ଯୋଗାଇବା ସହ ମୋବାଇଲ ଟେଷ୍ଟିଂ ବ୍ୟବସ୍ଥା କରାଯାଉଥିବା ସାମ୍ବାଦିକ ସମ୍ମିଳନୀରେ ବିଏମସି କମିଶନର ସଞ୍ଜୟ ସିଂହ ଶନିବାର ସୂଚନା ଦେଇଛନ୍ତି।

ସେ କହିଛନ୍ତି ପାଠପଢା ପାଇଁ ବିଦେଶ ଯିବାକୁ ଇଚ୍ଛୁକ ପିଲା ଅସୁବିଧା ଭୋଗୁଛନ୍ତି। ଟିକା ନେଇନଥିଲେ ବିଦେଶ ଯିବାକୁ ଅନୁମତି ନଥିବାରୁ ବିଏମସି ପକ୍ଷରୁ ଏହି ବ୍ୟବସ୍ଥା କରାଯାଉଛି। ଛାତ୍ର-ଛାତ୍ରୀଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକାକରଣ ପାଇଁ କାଲିଠୁ ବ୍ୟବସ୍ଥା କରାଯିବ। ଏଭଳି ଛାତ୍ର-ଛାତ୍ରୀ ୧୯୨୯କୁ ଫୋନ କରି ରେଜିଷ୍ଟ୍ରେସନ କରି ପାରିବେ। ରେଜିଷ୍ଟ୍ରେସନ ପରେ ସେମାନଙ୍କୁ ଟିକା ଦିଆଯିବାର ବ୍ୟବସ୍ଥା କରାଯିବ ବୋଲି କମିଶନର କହିଛନ୍ତି।

Share

Leave a Reply

Your email address will not be published. Required fields are marked *

3 × four =