ସଫଳ ହେଲା ‘ପିନାକ’

ଚାନ୍ଦିପୁର() ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ବିଭାଗ ପୃଫ ଏଣ୍ତ ଏକ୍ସପେରିମେଣ୍ଟାଲ ଏଷ୍ଟାବ୍ଲିସମେଣ୍ଟ ଫାୟାରିଂ ଟେଷ୍ଟରେଞ୍ଜରୁ ପୂର୍ବାହ୍ନ ୧୧ଟା ୫୬ମିନିଟ୍ରେ କ୍ଷପଣାସ୍ତ୍ର ପିନାକର ପରୀକ୍ଷା ହୋଇଥିଲା। ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି କ୍ଷେପଣାସ୍ତ୍ରରେ ୧୨ରୁ ଅଧିକ ରକେଟ ଏକସଙ୍ଗରେ ବ୍ୟବହାର କରାଯାଇପାରିବ ।

୨୫୦ କେଜି ଓଜନର ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖୁଥିବା ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୪୦ରୁ୮୦ କିଲୋମିଟର। ପ୍ରତିରକ୍ଷା ବିଭାଗର ସ୍ଥଳବାହିନୀରେ ଏହାକୁ ବ୍ୟବହାର କରାଯାଇପାରିବ । ବିଶେଷକରି ପାହାଡିଆ ଅଞ୍ଚଳରେ ଶତୃପକ୍ଷଙ୍କ ଯୁଦ୍ଧାସ୍ତ୍ର ଧ୍ୱସ କରିବାରେ ଏହି କ୍ଷେପଣାସ୍ତ୍ର ସଫଳ ହେବ। ଅତୀତରେ ଏହାକୁ କାର୍ଗିଲ ଯୁଦ୍ଧରେ ବ୍ୟବହାର କରାଯାଇଥିଲା ।

Share

Leave a Reply

Your email address will not be published. Required fields are marked *

16 + six =