ବିଜେପିକୁ ସୁପ୍ରିମକୋର୍ଟଙ୍କ ଝଟକା, ଡ଼ାକବାଜି ଯନ୍ତ୍ର ନୁହେଁ ପ୍ରଥମେ ପିଲାଙ୍କ ପରୀକ୍ଷା…

ପଶ୍ଚିମବଙ୍ଗ ବିଜେପିକୁ ସୁପ୍ରିମକୋର୍ଟଙ୍କ ଝଟକା । ଆସନ୍ତା ନିର୍ବାଚନୀ ପ୍ରଚାର ପାଇଁ ପଶ୍ଚିମବଙ୍ଗରେ ଡାକବାଜି ଯନ୍ତ୍ରର ବ୍ୟବହାର ନେଇ ବିଜେପିର ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ୬ ବର୍ଷ ପୂର୍ବେ ପଶ୍ଚିମବଙ୍ଗ ସରକାର ସ୍କୁଲ ପିଲାଙ୍କ ପରୀକ୍ଷା ସମୟରେ ହେବାକୁଥିବା କୌଣସି ନିର୍ବାଚନରେ ଅତ୍ୟଧିକ ଶବ୍ଦ କରୁଥିବା ଡ଼ାକବାଜି ଯନ୍ତ୍ରର ବ୍ୟବହାର କରିବା ନେଇ ରୋକ ଲଗାଇଥିଲେ । ଯାହାର ବିରୋଧ କରି ପଶ୍ଚିମବଙ୍ଗ ବିଜେପି ନେତାମାନେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଏହାକୁ ସିଧା ସିଧା ଖାରଜ କରିଦେଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ ।
ବିଜେପିର ଅପିଲକୁ ଖାରଜ କରି ସୁପ୍ରମକୋର୍ଟ କହିଛନ୍ତି ଯେ, ଆଗକୁ ନିର୍ବାଚନ ଆସୁଛି କିନ୍ତୁ ଏହା ପୂର୍ବରୁ ପିଲାମାନଙ୍କ ପରୀକ୍ଷା ମଧ୍ୟ ଆରମ୍ଭ ହେବ ତେଣୁ ନିର୍ବାଚନ ପ୍ରଚାର ଓ ରାଲି ଠାରୁ ସ୍କୁଲ ପିଲାଙ୍କ ପରୀକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ । ସେପଟେ ବିଜେପି ଦାଖଲ କରିଥିବା ପିଟିସନରେ କହିଛି, ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ସରକାର ବିଜେପିକୁ ଜନସମର୍ଥନ ନମିଳୁ ବୋଲି ଏଭଳି ରାଜନୈତିକ ଗୋଟିଚାଳନା କରୁଛନ୍ତି । ଫେବୃୟାରୀ ଓ ମାର୍ଚ୍ଚ ମାସରେ ସ୍କୁଲ ପିଲାଙ୍କ ପରୀକ୍ଷା ଥିବାରୁ ସରକାର ଡାକବାଜି ଯନ୍ତ୍ର ଉପରେ ରୋକ୍ ଲଗାଇବା ଜରୁରୀ କିନ୍ତୁ ଏହାକୁ ସମ୍ପୂର୍ଣ୍ଣ ବ୍ୟାନ୍ କରିବା ନେଇ ଆପତ୍ତି ଉଠାଇଥିଛି ବିଜେପି ।

Share

Leave a Reply

Your email address will not be published. Required fields are marked *

two × three =