Latestରାଜ୍ୟ

ଜଳିଗଲା ଚଳନ୍ତା ଟ୍ରକ

ରାସ୍ତା ଉପରେ ଯାଉଥିଲା ଟ୍ରକ୍ଟି। ଲୁହାପଥର ବୋଝେଇ ହୋଇଥିଲା। ହେଲେ ହଠାତ୍ କ’ଣ ହେଲା କିଛି ଜଣାପଡ଼ିଲଶ ନାହିଁ। ରାସ୍ତା ଉପରେ ହୁ ହୁ ହୋଇ ଜଳିବାକୁ ଲାଗିଲା। ଏପରି ଘଟଣା ଘଟିଛି ଅନୁଗୋଳ ଜିଲ୍ଲାରେ। ପାଲଲହଡ଼ା ବ୍ଲକ୍ ଖେମଳା ଗାଁ ନିକଟ ଦେଇ ଯାଇଥିବା ୧୪୯ ନମ୍ବର ଜାତୀୟ ରାଜପଥରେ ନିଆଁ ଲାଗି ଟ୍ରକ୍ଟି ଜଳି ଯାଇଛି। ତେବେ ଟ୍ରକ୍ର ଡ୍ରାଇଭର ଓ ହେଲପର୍ କୌଣସି ମତେ ନିଜକୁ ବଞ୍ଚାଇବାକୁ ସକ୍ଷମ ହୋଇଛନ୍ତି। ଟ୍ରକ୍ଟି ରାଉରକେଲାରୁ ପାରାଦୀପ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି। ତେବେ କେଉଁ କାରଣରୁ ଏଥିରେ ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇନାହିଁ।
ଆଜି ଭୋର ପ୍ରାୟ ୫ଟା ବେଳେ ଏହି ଅଘଟଣ ଘଟିଛି। ଖବର ପାଇ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Share

Leave a Reply

Your email address will not be published. Required fields are marked *

12 − six =