ରାଜ୍ୟରେ ୨୦୬ କୋଭିଡ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ୨୦୬ ଜଣ ନୂଆ କୋଭିଡ ସଂକ୍ରମିତ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି । ଏଥିସହିତ ୨ ଜଣ କୋଭିଡ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ସଂଗରୋଧରୁ ୧୨୧ ଓ ସ୍ଥାନୀୟ ସଂକ୍ରମିତ ୮୫ ଜଣ । ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସର ୩୨ ଜଣ ରହିଛନ୍ତି । ଅନୁଗୁଳରୁ ୨, ବାଲେଶ୍ୱର ୩, ଭଦ୍ରକ ୩, ବଉଦ ୨, କଟକ ୧୫, ଢେଙ୍କାନାଳ ୧, ଗଞ୍ଜାମ ୩, ଜଗତସିଂହପୁର ୪ ଓ ଯାଜପୁରରୁ ୧୨ ଚିହ୍ନଟ ହୋଇଛନ୍ତି । ଝାରସୁଗୁଡା ୩, କନ୍ଧମାଳ ୧, କେନ୍ଦ୍ରାପଡା ୨, ଖୋର୍ଦ୍ଧା ୧୨୦, ସମ୍ବଲପୁର ୩, ସୁନ୍ଦରଗଡ ୫, ଷ୍ଟେଟପୁଲରୁ ୨୭ ଜଣଙ୍କୁ ଚିହ୍ନଟ କରାଯାଇଛି । ଦିନକରେ ୨୫୪ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ସଂପ୍ରତି ରାଜ୍ୟରେ ୨୬୬୯ ଜଣ ସକ୍ରିୟ କରୋନା ରୋଗୀ ଅଛନ୍ତି । ଏହି ସମୟ ମଧ୍ୟରେ କଟକ ଓ ଖୋର୍ଦ୍ଧା ଜିଲାରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି ।

Share

Leave a Reply

Your email address will not be published. Required fields are marked *

13 − one =