ବିରୋଧୀଙ୍କ ହରତାଳ ରାଜନୀତିକୁ ଓଡ଼ିଶା ଡେଭଲପମେଣ୍ଟ ୱାଚରର ସମାଲୋଚନା

ଭୁବନେଶ୍ୱର: ମମିତା ମେହେର ପ୍ରସଙ୍ଗକୁ ନେଇ ବିରୋଧୀମାନେ ଗର୍ଜୁଛନ୍ତି । କେତେବେଳେ ଜିଲ୍ଲାପାଳଙ୍କ ଅଫିସ ଘୋରାଉ କଲେଣି ତ ଆଉ କେତେବେଳେ ନବୀନ ନିବାସ ଘେରାଉ କରିବାକୁ ବାହାରୁଛନ୍ତି ବିରୋଧୀ । ତେବେ ଆଜି ମମିତା ମେହେର ହତ୍ୟା ମାମଲାକୁ ନେଇ କଂଗ୍ରେସର ହରତାଳକୁ ନେଇ ସମାଲୋଚନା କରିଛି ଓଡ଼ିଶା ଡେଭଲପମେଣ୍ଟ ୱାଚର । ବିରୋଧ ନୁହେଁ ବିକାଶରେ ସାମିଲ ହେବାକୁ ଆହ୍ବାନ ଦେଇଛି ଓଡ଼ିଶା ଡେଭ୍ଲପମେଣ୍ଟ ଓ୍ବାଚ୍ । ସାମ୍ବାଦିକ ସମ୍ମିଳନୀରେ ବିରୋଧୀଙ୍କ ହୀନ ରାଜନୀତି ଉପରେ ବର୍ଷିଛି ଓଡ଼ିଶା ଡେଭ୍ଲପମେଣ୍ଟ ଓ୍ବାଚ୍ । ରାଜ୍ୟର ବିକାଶ ଲାଗି ସମସ୍ତେ ଏକାଠି କାମ କରିବାର ଆବଶ୍ୟକତା ରହିଛି ।

ମମିତା ପ୍ରସଙ୍ଗରେ ଅଯଥା ରାଜନୀତି କରି ମୁଖ୍ୟ ପ୍ରସଙ୍ଗଗୁଡିକରୁ ବିରୋଧୀମାନେ ଦୂରେଇ ଯାଉଛନ୍ତି । ରାଜ୍ୟର ସମସ୍ତ ଲୋକ ମମିତା ହତ୍ୟାକାଣ୍ଡର ସତ ଜାଣିଛନ୍ତି । ଅଭିଯୁକ୍ତ ଗିରଫ ହୋଇସାରି ସତ ମାନିଥିବା ବେଳେ ତଦନ୍ତ ମଧ୍ୟ ଶେଷ ପର୍ୟ୍ୟାୟରେ ପହଞ୍ଚିଛି । ଖୁବ୍ କମ୍ ଦିନ ଭିତରେ ଏହାର ଚାର୍ଜସିଟ ଦାଖଲ ହେବ । ମାତ୍ର ମାମଲାକୁ ଅଧିକ ଜଟିଳ କରିବା ଲାଗି ଅଯଥା ରାଜନୀତି କରୁଛନ୍ତି ବିରୋଧୀ । ତଦନ୍ତକାରୀ ଅଧିକାରୀଙ୍କୁ ଲୋକ ନିଜ ମତ ଦେଇପାରିବେ । ସତ୍ୟପାଠ ଜରିଆରେ କୋର୍ଟରେ ମଧ୍ୟ ଦର୍ଶାଇପାରିବେ । ମାତ୍ର ତାହା ନକରି ସଭା, ଧାରଣା, ଶୋଭାଯାତ୍ରା କରି ଲୋକଙ୍କୁ ହଇରାଣ କରୁଛନ୍ତି ବିରୋଧୀ ଦଳ ।

କରୋନା ପାଇଁ ରୋଜଗାର ଉପରେ ଗୁରୁତର ପ୍ରଭାବ ପଡିଛି । ଏବେ ଜୀବନ ସ୍ବାଭାବିକ ହେଉଥିବାବେଳେ ବନ୍ଦ ଆନ୍ଦୋଳନ ଦ୍ବାରା ଲୋକମାନେ ପ୍ରଭାବିତ ହେଉଛନ୍ତି ।କଂଗ୍ରେସ ଦେଇଥିବା ବନ୍ଦ ଡାକରା ଅଯଥାର୍ଥ । ରାଜନୀତି ନକରି ଲୋକଙ୍କ ଜୀବନ ଯାତ୍ରା ଉପରେ ଗୁରୁତ୍ବ ଦେବା ଆବଶ୍ୟକ । ନ୍ୟାୟିକ ପ୍ରକ୍ରିୟାରେ ସମସ୍ତେ ସାମିଲ ହେବା ଦରକାର । ରାଜନୈତିକ ଦଳମାନେ ନାଗରିକଙ୍କ ନିକଟରେ ଦାୟିତ୍ବସମ୍ପନ୍ନ ହୁଅନ୍ତୁ । ତଥ୍ୟଭିତ୍ତିକ ଭାବେ ପୋଲିସ ମାମଲାର ତଦନ୍ତ କରୁଛି । ଏବଂ ଆଇନ ତାହା ବାଟରେ ଯାଉଛି । ବନ୍ଦ ଜରିଆରେ ଲୋକଙ୍କୁ ହରକତ କରାନଯାଉ ବୋଲି ଓଡ଼ିଶା ଡେଭ୍ଲପମେଣ୍ଟ ଓ୍ବାଚ୍ ତରଫରୁ କୁହାଯାଇଛି ।

Share

Leave a Reply

Your email address will not be published. Required fields are marked *

3 + eighteen =