ରାଜ୍ୟରେ ଆଜି ୬୪୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛନ୍ତି କେତେ ସଂକ୍ରମିତ

ଭୁବନେଶ୍ବର()  ରାଜ୍ୟରେ ଆଜି ୬୪୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୩୭୪ ଜଣ ଚିହ୍ନଟ ହୋଇଥିବାବେଳେ ୨୬୮ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୫ହଜାର ୨୭୧କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୬ ହଜାର ୭୨୬ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୬ ହଜାର ୮୨୧ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୬୪୦ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି।

ଆଜି ରାଜ୍ୟର ୩୦ଟି ଜିଲ୍ଲାରୁ ମୋଟ୍‌ ୬୪୨ ଜଣ ଚିହ୍ନଟ ହୋଇଛନ୍ତି। କେଉଁଝରରୁ ସର୍ବାଧିକ ୭୦ ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳରୁ ୪୬, ବାଲେଶ୍ଵରରୁ ୨୫, ବରଗଡରୁ ୧୫, ଭଦ୍ରକରୁ ୧୦, ବଲାଙ୍ଗିରରୁ ୧୬, ବୌଦ୍ଧରୁ ୩, କଟକରୁ ୨୬, ଦେବଗଡରୁ ୪, ଢେଙ୍କାନାଳରୁ ୧୬, ଗଜପତି ରୁ ୨, ଗଞ୍ଜାମରୁ ୬, ଜଗତସିଂହପୁରରୁ ୧୮, ଯାଜପୁରରୁ ୧୫, ଝାରସୁଗୁଡାରୁ ୨୧, କଳାହାଣ୍ଡିରୁ ୭, କନ୍ଧମାଳରୁ ୩, କେନ୍ଦ୍ରାପଡାରୁ ୧୬, ଖୋର୍ଦ୍ଧାରୁ ୬୨, କୋରାପୁଟରୁ ୧୦, ମାଲକାନଗିରିରୁ ୪, ମୟୂରଭଞ୍ଜରୁ ୪୧, ନବରଙ୍ଗପୁରରୁ ୪, ନୟାଗଡରୁ ୨, ନୂଆପଡାରୁ ୬୯, ପୁରୀରୁ ୧୭, ରାୟଗଡାରୁ୫, ସମ୍ବଲପୁରରୁ ୧୯, ସୋନପୁରରୁ ୨, ସୁନ୍ଦରଗଡରୁ ୬୬ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍‌ପୁଲ୍‌ରୁ ୧୨ଜଣ ଚିହ୍ନଟ ହୋଇଥିବାର ସୂଚନା ରହିଛି।

Share

Leave a Reply

Your email address will not be published. Required fields are marked *

3 + twelve =